ପ୍ରମୁଖ ଖବର
  • ସୁନା ଦରରେ ଲାଗିଲା ବ୍ରେକ୍‌, ୨୪ କ୍ୟାରେଟ୍‌ ସୁନା ଦର ୩୩୦ ଟଙ୍କା ହ୍ରାସ
  • ||
  • ବିଦ୍ରୋହୀ ବିଗାଡ଼ିବେ ଅଙ୍କ, ଚିନ୍ତାରେ ବିଜେପି: ପ୍ରଥମ ଦଫା ଭୋଟ ପାଇଁ ନାମାଙ୍କନ ଆରମ୍ଭ,ଜୟପୁର ପାଇଁ ପ୍ରାର୍ଥୀ ପାଉନି ଦଳ
  • ||
  • ନିୟମଗିରିରେ ମ୍ୟାଲେରିଆ ଆତଙ୍କ: ବହୁସଂଖ୍ୟାରେ ଡଙ୍ଗରିଆ ପୀଡ଼ିତ, ପହଞ୍ଚିଲା ଡାକ୍ତରୀ ଟିମ୍
  • ||
  • ବିଜେଡି ଛାଡ଼ି ବିଜେପି ଯିବେ ପ୍ରସନ୍ନ ପାଟ୍ଟଶାଣୀ ! ଆଜି ହୋଇପାରେ କିଛି ବଡ଼ ଘୋଷଣା
  • ||
  • IPL 2024 : ସୁପର ଜାଏଣ୍ଟସ୍‌କୁ ଭେଟିବ ସୁପରକିଙ୍ଗସ୍, ଏକାନ୍ନା ଷ୍ଟାଡ଼ିୟମ୍‌ର ଦେଖିବାକୁ ମିଳିବ ସଂଘର୍ଷପୂର୍ଣ୍ଣ ମ୍ୟାଚ୍‌
  • ||
  • ଗଣତନ୍ତ୍ରର ମହାପର୍ବ: ପ୍ରଥମ ପର୍ଯ୍ୟାୟରେ ୧୭ ରାଜ୍ୟ ଓ ୪ କେନ୍ଦ୍ରଶାସିତ ଅଞ୍ଚଳର ୧୦୨ ଆସନରେ ମତଦାନ
  • ||
  • ବିପଜ୍ଜନକ ଖରା: ଆଜି ଅତି ଭୀଷଣ ଗ୍ରୀଷ୍ମ ପ୍ରବାହ ସମ୍ଭାବନା, ଆହୁରି ୩ ଦିନ ଜଳାଇବ, ୨୨ରୁ ହାଲୁକା ଆଶ୍ୱସ୍ତ
  • ||

ନ୍ୟୁଜିଲାଣ୍ଡ ଠାରୁ ହାରିବା ପରେ ଟିମ୍ ଇଣ୍ଡିଆର ଏହି ଖେଳାଳିଙ୍କୁ ବେକାର କହିଲେ ଗାଭାସ୍କର

ନୂଆଦିଲ୍ଲୀ,୧୩।୭: ଭାରତର ପୂର୍ବତନ କ୍ରିକେଟର ସୁନିଲ ଗାଭାସ୍କର ଓ୍ବିକେଟକପିର ବ୍ୟାଟସମ୍ୟାନ ମହେନ୍ଦ୍ର ସିଂହ ଧୋନିଙ୍କୁ ନେଇ ଏକ ବଡ ଧରଣର ମନ୍ତବ୍ୟ ଦେଇଛନ୍ତି। ଗାଭାସ୍କର କହିଛନ୍ତି, ନ୍ୟୁଜିଲାଣ୍ଡ ବିରୋଧରେ ମଞ୍ଚେଷ୍ଟରରେ ଖେଳା ଯାଇଥିବା ସେମିଫାଇନାଲ ମ୍ୟାଚରେ ମହେନ୍ଦ୍ର ସିଂ ଧୋନିଙ୍କୁ ବ୍ୟାଟିଂ ପାଇଁ ଶେଷରୁ ନୁହେଁ ବଂର ଆଗରୁ ଆସିବାର ଦରକାର ଥିଲା।

wp:gallery {"ids":[26486]} /wp:gallery

ଭାରତର ନିଜର ବ୍ୟାଟିଂ ଆରମ୍ଭରୁ ୩ ଓ୍ବିକଟେ ହରାଇ ସାରିଥିଲା। ସେତେବେଳେ ଧୋନିଙ୍କ ଦାୟିତ୍ବ ବଢିଯାଇଥିଲା, ତେଣୁ ତାଙ୍କୁ ପ୍ରଥମରୁ ଆସିବା ଦରକାର ଥିଲା। ଉଲ୍ଲେଖନୀୟ ଯେ, ଗାଭାସ୍କର ବିଶ୍ବକପ ପୂର୍ବରୁ, ଚାଲିଥିବା ବେଳେ ଏବଂ ପରେ ଭାରତର ପରାଜୟକୁ ନେଇ  ଭାରତୀୟ ଟିମ ପ୍ରବଦ୍ଧନ ନୀତିକୁ ସମାଲୋଚନା କରୁଛନ୍ତି।

wp:gallery {"ids":[26487]} /wp:gallery

ଗାଭାସ୍କର କହିଥିଲେ ଯେତେବେଳେ ଭାରତ ନିଜର ୩ଟି ଟପ୍ ବ୍ୟାଟସମ୍ୟାନଙ୍କ ଓ୍ବିକେଟ ହରାଇ ଦେଇଥିଲା ସେତେବେଳେ ହାର୍ଦ୍ଦିକ ପାଣ୍ଡ୍ୟା ଓ ଋଷଭ ପନ୍ଥଙ୍କ ବ୍ୟାଟିଂ କରୁଥିଲେ। ଦୁହେଁ ମିଜାଜ ଦୃଷ୍ଟିରେ ଏକାଭଳି ବ୍ୟାଟସମ୍ୟାନ। ତାଙ୍କ ସ୍ଥାନରେ ଧୋନିଙ୍କୁ ଛାଡିବା ଦରକାର, ଯିଏକି ପନ୍ଥଙ୍କୁ ସଂଯମତା ରଖିବାକୁ ପରାମର୍ଶ ଦେଇପାରିଥାନ୍ତେ। ଶେଷରେ ପନ୍ଥ ଖରାପ ସଟ୍ ଖେଳି ଆଉଟ୍ ହୋଇଗଲେ, ଭାରତ ପାଇଁ ଯାହାକି ପରେ ଖୁବ୍ ମହଙ୍ଗା ପଡିଥିଲା। ଧୋନି ନିଜର ସାଥୀ ଖେଳାଳିଙ୍କ ମନକଥା ଜାଣନ୍ତି ତେଣୁ ସେ ପନ୍ଥ ଓ ପାଣ୍ଡ୍ୟା ଦୁହିଁଙ୍କୁ ସଂଯମତାର ସହ ବ୍ୟାଟିଂ କରିବାକୁ ବୁଝାଇ ପାରିଥାନ୍ତେ। ଏହି ଦୁଇ ଖେଳାଳି କେବଳ ଆକ୍ରମକ ଢଙ୍ଗରେ ଖେଳି ରନ୍ କରିବାକୁ ଚାହାଁନ୍ତି। ତେଣୁ ସେମାଙ୍କୁ ବୁଝାଇକି ଖେଳିବା ପାଇଁ ଧୋନି ନିହାତି ରହିବା ଦରକାର ବୋଲି ଗାଭାସ୍କର କହିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.