ସନ୍ନି ଦେଓଲ ମାନିଲେ,‘ଡର’ ଫିଲ୍ମ ପରେ ଶାହାରୁଖଙ୍କ ସହ ଏହି କାରଣ ପାଇଁ କଥା ହେଉନାହାନ୍ତି

ମୁମ୍ବାଇ,୧୭।୬: ଯଦି ଆପଣ ବଲିଉଡର ସମସ୍ତ ଖବର ଜାଣିବାରେ ଇଛା ରଖିଥାନ୍ତି ତେବ ଶାହାରୁଖ ଖାନ ଓ ସନ୍ନି ଦେଓଲଙ୍କ ଭିତରେ ‘ଡର’ ଫିଲ୍ମ କରେ କ’ଣ ହୋଇଥିଲା ଏହାର ଖବର ନିଶ୍ଚିତ ଜାଣି ରଖନ୍ତୁ। ଯଦି ନାହିଁ ତେବେ ଆମେ କହିବାକୁ ଯାଉଛୁ ଏହି ଫିଲ୍ମ ପରେ ଦୁହିଁଙ୍କ ଭିତରେ କ’ଣ ହୋଇଥିଲା। ଏହି ଫିଲ୍ମରେ ଶାହାରୁଖ ଖାନଙ୍କୁ ସନ୍ନି ଦେଓଲ ୧୬ ବର୍ଷ ପର୍ଯ୍ୟନ୍ତ କଥା ହୋଇନଥିଲେ। ଏହାପରେ ସନ୍ନି ୟଶରାଜ ଫିଲ୍ମର ପ୍ରଡକ୍ସନ ହାଉସରେ ଆଉ ଫିଲ୍ମ କରିନଥିଲେ। ସନ୍ନି ଏ ବିଷୟରେ ପୂର୍ବରୁ କହିସାରିଛନ୍ତି।

ଏକ ଚାଟ୍ ସୋ ବେଳେ ସନ୍ନି ପୁଣିଥରେ ଏହି ଘଟଣାକୁ ଦୋହରାଇଛନ୍ତି। ତାଙ୍କୁ ଯେତେବେଳେ ପଚରାଯାଇଥିଲା ‘ଡର’ ଫିଲ୍ମ ବେଳେ ସମସ୍ତଙ୍କ ମନରେ ଆପଣଙ୍କ ପାଇଁ ବଡ ଭୟ ରହିଥିଲା। ଏହାର ଉତ୍ତରରେ ସନ୍ନି କହିଥିଲେ ମୋ ଭିତରେ ବୋଧହୁଏ କିଛି ଭୁଲ ଥିଲା ଯେଉଁ କାରଣରୁ ଡର ଥିଲା। ପରେ ତାଙ୍କୁ ଯେତେବେଳେ ପଚରାଯାଇଥିଲା କ’ଣ ସେ ୧୬ ବର୍ଷ ପର୍ଯ୍ୟନ୍ତ ଶାହାରୁଖଙ୍କ ସହିତ କଥା ହୋଇନଥିଲେ କି? ଏହି କଥାକୁ ମଧ୍ୟ ସେ ସ୍ବୀକାର କରିଥିଲେ।

ଏହି ଝଗଡାର ପଛର କାରଣ କହି ସନ୍ନି ଦେଓଲ କହିଥିଲେ ‘ଶେଷରେ ଫିଲ୍ମରେ ଲୋକମାନେ ମୋତେ ପସନ୍ଦ କରିଥିଲେ। ଶାହାରୁଖଙ୍କୁ ମଧ୍ୟ ପସନ୍ଦ କରିଥିଲେ। ଫିଲ୍ମ ସହିତ ମୋର କେବଳ ମାତ୍ର ଏତିକି ସମସ୍ୟା ରହିଥିଲା ଯେ ମୋତେ ଜଣାନାହିଁ ଯେ ସେମାନେ ଭିଲେନକୁ ଏତେ ଗ୍ଲୋରିଫାଏ କରିବେ। ମୁଁ ଫିଲ୍ମରେ ସବୁବେଳେ ଖୋଲା ହୃଦୟରେ ଓ ଲୋକଙ୍କ ଉପରେ ଭରଷା କରି କାମ କରିଥାଏ। ଦୁର୍ଭାଗ୍ୟବଶତଃ ଏଭଳି କିଛି ଲୋକ ଏବଂ ଅଭିନେତା ଯେଉଁମାନେ ଏଭଳି କାମ କରିନଥାନ୍ତି। ବୋଧ ହୁଏ ସେମାନେ ଏଭଳି ଷ୍ଟାରଡମ୍ ପାଇବାକୁ ଚାହାନ୍ତି। ସନ୍ନି ଏକ ଫିଲ୍ମ ଫେୟାରରେ ଇଣ୍ଟରଭ୍ୟୁ ଦେଇ କହିଥିଲେ ୟଶ ଚୋପ୍ରାଙ୍କ ସହ କାମ କରିବେ ନାହିଁ। କାରଣ ସେ ଭରଷା ଯୋଗ୍ୟ ଲୋକ ନୁହଁନ୍ତି। ତାଙ୍କ ସହ ୟଶ ଚୋପ୍ରା ଧୋକା କରିଥିଲେ।