ନୂଆଦିଲ୍ଲୀ : ହାଇଦ୍ରାବାଦର ବଡ଼ ବିଜୟ । ରାଜସ୍ଥାନକୁ ୫୭ ରନରେ ହରାଇଲା ଇଶାନ ବାହିନୀ । ୨୧୭ ରନର ବିଜୟ ଲକ୍ଷ୍ୟ ରହିଥିବାବେଳେ ୧୫୯ ରନରେ ଅଲଆଉଟ୍ ହେଲା ରାଜସ୍ଥାନ । ହାଇଦ୍ରାବାଦର ଡେବ୍ୟୁ ବୋଲର ପ୍ରଫୁଲ୍ ହିଙ୍ଗେ ଏବଂ ସାକିବ୍ ହୁସେନ୍ ୪ଟି ଲେଖାଏଁ ଓ୍ବିକେଟ୍ ନେଇ ଦଳକୁ ବିଜୟ ସ୍ବାଦ ଚଖାଇଥିଲେ । ଏହାସହ ଇଶାନ ମଲିଙ୍ଗା ମଧ୍ୟ ୨ ମୂଲ୍ୟବାନ ଓ୍ବିକେଟ୍ ନେବାରେ ସଫଳ ହୋଇଛନ୍ତି ।
୨୧୭ ରନକୁ ପିଛା କରୁଥିବା ରାଜସ୍ଥାନ ପ୍ରଥମରୁ ବ୍ୟାଟିଂ ବିପର୍ଯ୍ୟୟର ସାମ୍ନା କରିଥିଲା । ପ୍ରଥମ ଓଭର ବୋଲିଂ କରିଥିବା ଡେବ୍ୟୁ ଖେଳାଳି ପ୍ରଫୁଲ୍ଲ ପ୍ରଥମ ଓଭରରେ ୩ ଓ୍ବିକେଟ୍ ନେଇ ରାଜସ୍ଥାନକୁ ଧରାଶୟୀ କରିଥିଲେ । ସେ ବୈଭବ ସୂର୍ଯ୍ୟବଂଶୀ,ଧ୍ରୁବ ଜୁରେଲ ଏବଂ ଲୁଆନ୍ଡ୍ରିସ୍ ପ୍ରିଟୋରିଅସ୍ମଧ୍ୟଆଉଟ୍ କରିଥିଲେ । ପରେ ସାକିବ ହୁସେନ ଏବଂ ଇଶାନ ମଲିଙ୍ଗା ରାଜସ୍ଥାନର ବ୍ୟାଟିଂ ଲାଇନ୍ ଅପକୁ ଭାଙ୍ଗିଥିଲେ । ଶେଷରେ ଦଳ ୧୫୯ ରନରେ ଅଲଆଉଟ୍ ହୋଇଥିଲା । ରାଜସ୍ଥାନ ପକ୍ଷରୁ ଜାଡେଜା ୪୫ ଏବଂ ଫେରେରିଆ ସଂଘର୍ଷପୂର୍ଣ୍ଣ ୬୯ ରନ କରିଥିଲେ । ବାକି ଖେଳାଳି ଦୁଇ ଅଙ୍କ ମଧ୍ୟ ଛୁଇଁପାରିନଥିଲେ ।
ଟସ୍ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲା ରାଜସ୍ଥାନ । ହାଇଦ୍ରାବାଦକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଥିବାବେଳେ ୬ ଓ୍ବିକେଟ ହରାଇ ୨୧୬ ରନ କରିଥିଲା ସନରାଇଜର୍ସ ହାଇଦ୍ରାବାଦ । ଇଶାନ କିଷନ ୪୪ ବଲରୁ ୯୧ ରନର ପାଳି ଖେଳିଥିଲେ। ଶତକରୁ ମାତ୍ର ୯ ରନ ଦୂରରେ ରହିଥିଲେ ସେ । ଦଳର ଦୁଇ ଓପନର ହେଡ୍ଏବଂ ଅଭିଶେକ ପାଳି ଆରମ୍ଭ କରିଥିଲେ। ଆଜିର ମ୍ୟାଚରେ ଅଭିଶେକ ଶର୍ମା ଖାତା ଖୋଳିବା ପୂର୍ବରୁ ଜୋଫ୍ରା ଆର୍ଚରଙ୍କ ବଲରେ ପାଭିଲିୟନଫେରିଥିଲେ।ପରେ ଟ୍ରାଭିସହେଡ୧୮ବଲରୁ୧୮ରନକରିଥିଲେ।
ଦୁଇ ଓପନରଙ୍କ ଆଉଟ ହେବାପରେ ବଡ଼ ବଡ଼ ସଟ ଖେଳି ଦଳୀୟ ସ୍କୋରକୁ ଆଗକୁ ବଢ଼ାଇଥିଲେ ଅଧିନାୟକ ଇଶାନ କିଷନ।ପରେ କ୍ଲାସେନ୨୬ ବଲରୁ ୪୦,ନିତିଶ କୁମାର ରେଡ୍ଡି ୨୮ଏବଂ ସଲିଲ୍ଅ ରୋରା ୧୩ ବଲରୁ ୨୪ ରନ କରିଥିଲେ। ଦଳର ବାକି କୌଣସି ଖେଳାଳି ବଡ଼ ସ୍କୋର କରି ପାରିନଥିଲେ।ଜୋଫ୍ରା ଆର୍ଚର ସର୍ବାଧିକ୨ଓ୍ବିକେଟ୍ଅକ୍ତିଆର କରିଥିବାବେଳେ ସନ୍ଦିପଶର୍ମା,ତୁଷାର ଦେଶପାଣ୍ଡେ ଏବଂ ରିୟାନ ପରାଗ ଗୋଟିଏ ଲେଖାଏଁ ଓ୍ବିକେଟ୍ନେବାରେ ସଫଳ ହୋଇଥିଲେ ।