ଭୁବନେଶ୍ୱର,୨୬ା୩(ବ୍ୟୁରୋ): ଦେଶର ପ୍ରମୁଖ ସ୍ୱାସ୍ଥ୍ୟବୀମା କମ୍ପାନି ରେଲିଗେୟାର ହେଲ୍ଥ ଇନ୍ସ୍ୟୁରାନ୍ସ ପକ୍ଷରୁ ‘ସୁପର ମେଡିକ୍ଲେମ୍’ ନାମକ ନୂଆ ସ୍ୱାସ୍ଥ୍ୟ ବୀମା ଉତ୍ପାଦ ପ୍ରଚଳନ ହୋଇଛି । ୪ଟି ଭିନ୍ନ ଭିନ୍ନ ଭାରିଆଣ୍ଟରେ ଉପଲବ୍ଧ ଏହି ସ୍ୱାସ୍ଥ୍ୟ ବୀମା ଉତ୍ପାଦ ଜଟିଳ ଅସୁସ୍ଥତା ଓ ସର୍ଜରୀ ପାଇଁ ଏକ ବ୍ୟାପକ ସ୍ୱାସ୍ଥ୍ୟ ବୀମା ଯୋଜନା । ଏ ସମ୍ପର୍କରେ ସୂଚନା ଦେଇ ରେଲିଗେୟାର ହେଲ୍ଥ ଇନ୍ସ୍ୟୁରାନ୍ସର ବାଙ୍କାସ୍ୟୁରାନ୍ସ ବ୍ୟବସାୟ ମୁଖ୍ୟ ଏମ୍ ଏସ୍ କ୍ରିଷ୍ଣନ୍ କହିଛନ୍ତି, ସୁପର ମେଡିକ୍ଲେମ୍ ସ୍ୱାସ୍ଥ୍ୟ ବୀମା ଜରିଆରେ ଗ୍ରାହକ ପ୍ରତିଷେଧକମୂଳକ ସ୍ୱାସ୍ଥ୍ୟ ପରୀକ୍ଷା, ଓପିଡି ଖର୍ଚ୍ଚ, ମନସ୍ତତ୍ୱବିଦ୍ ପରାମର୍ଶ, ଚିକିତ୍ସା, ଆରୋଗ୍ୟଲାଭ ଖର୍ଚ୍ଚ ସମେତ ପୁନର୍ବାର ରୋଗ ପ୍ରତିକାର ଭଳି ସେବା ପାଇପାରିବେ ।
ବିଭିନ୍ନ ପ୍ରକାର ରୋଗକୁ ନଜରରେ ରଖି ଏହି ଉତ୍ପାଦ ପ୍ରସ୍ତୁତ ହୋଇଛି । ଏହାର ‘କ୍ୟାନ୍ସର୍ ମେଡିକ୍ଲେମ୍’ ସବୁ ପ୍ରକାର କର୍କଟ ରୋଗ ପାଇଁ ବୀମା ସୁରକ୍ଷା ଦେବାକୁ ଥିବା ବେଳେ ‘ହାର୍ଟ ମେଡିକ୍ଲେମ୍’ ହୃଦ୍ରୋଗର ୧୭ ପ୍ରକାର ଜଟିଳ ପରିସ୍ଥିତି ପାଇଁ ବୀମା ସୁରକ୍ଷା ଦେବ । ସେହିଭଳି କ୍ରିଟିକାଲ୍ ମେଡିକ୍ଲେମ୍ରେ ବୀମାଧାରୀ ୩୨ ପ୍ରକାର ଜଟିଳ ରୋଗ ପାଇଁ ବୀମା ସୁରକ୍ଷା ପାଇବାକୁ ଥିବା ବେଳେ ଅପରେସନ ମେଡିକ୍ଲେମ୍ରେ ସବୁ ପ୍ରକାର ସର୍ଜରୀ ପାଇଁ ବୀମା ସୁରକ୍ଷା ପାଇପାରିବେ ବୋଲି ସେ କହିଛନ୍ତି । ଶ୍ରୀ କ୍ରିଷ୍ଣନ୍ କହିଛନ୍ତି, ବୀମାଧାରୀଙ୍କୁ ସୁବିଧାରେ ସେବା ଯୋଗାଇଦେବା ଉଦ୍ଦେଶ୍ୟରେ ରେଲେିଗୟାର ହେଲ୍ଥ ଇନ୍ସ୍ୟୁରାନ୍ସ ପୂର୍ବ ଭାରତରେ ୩୫ଟ ିକେନ୍ଦ୍ର ଖୋଲିଛି । ସେଥମିଧ୍ୟରୁ ଭୁବନେଶ୍ୱରରେ ଗୋଟିଏ କେନ୍ଦ୍ର ରହିଛି । ଏହା ଜରିଆରେ ଓଡ଼ିଶାର ଗ୍ରାହକଙ୍କୁ କମ୍ପାନି ଗୁଣାତ୍ମକ ସେବା ଯୋଗାଇବାରେ ସମର୍ଥ ହେଉଥିବା ସେ କହିଛନ୍ତି