କାର୍ତ୍ତିକ ପୂର୍ଣ୍ଣିମାରେ ମହାଜାଗତିକ ଦୃଶ୍ୟ । ଯାହା ସାଧାରଣ ଅପେକ୍ଷା ବଡ଼ ଓ ଅଧିକ ଉଜ୍ଜ୍ୱଳ ଦେଖାଯିବ । ଏହା ପୃଥିବୀର ସବୁଠାରୁ ନିକଟତମ ଚନ୍ଦ୍ର ହେବ ତେଣୁ ଏହାର ଉଜ୍ଜ୍ୱଳତା ବିଶେଷ ରହିବ । ଯଦି ଆପଣ ଏହି ବିଶେଷ ସୁପରମୁନ୍ ଦେଖିବା ପାଇଁ ଚାହାନ୍ତି, ତେବେ ଟେଲିସ୍କୋପ୍ କିମ୍ବା ବିଶେଷ ଉପକରଣର ଆବଶ୍ୟକତା ପଡ଼ିବ ନାହିଁ । ଆପଣ ଏହାକୁ ସ୍ପଷ୍ଟ ପାଗ ଏବଂ ଖୋଲା ଆକାଶ ତଳେ ଖାଲି ଆଖିରେ ଦେଖିପାରିବେ । କମ୍ ଆଲୋକ ଥିବା ସ୍ଥାନରେ ଚନ୍ଦ୍ରର ଉଜ୍ଜ୍ୱଳତା ଆହୁରି ସ୍ପଷ୍ଟ ଭାବରେ ଦୃଶ୍ୟମାନ ହେବ । ଯଦିଓ ଚନ୍ଦ୍ରର ଆକୃତି ବହୁତ ସ୍ପଷ୍ଟ ଭାବରେ ଦେଖାଯାଇନପାରେ କିନ୍ତୁ ଏହାର ଆଲୋକ ଏବଂ ଉଜ୍ଜ୍ୱଳତା ରାତିର ଆକାଶରେ ବହୁତ ସ୍ପଷ୍ଟ ଦେଖାଯିବ । ସାଧାରଣ ଚନ୍ଦ୍ର ଅପେକ୍ଷା ୩୦ ଗୁଣା ଅଧିକ ଚମକିବ ଆଜିର ଚନ୍ଦ୍ର କହିରଖୁଛୁ ଯେ, ଚଳିତ ବର୍ଷ ତିନୋଟି ସୁପରମୁନ୍ ଦେଖାଯାଉଛି । ଏହା ଅକ୍ଟୋବର ସୁପରମୁନ୍ ଅପେକ୍ଷା ବଡ଼ ଏବଂ ଉଜ୍ଜ୍ୱଳ ଦେଖାଯିବ, ଅନ୍ୟପକ୍ଷରେ ଡିସେମ୍ବର ସୁପରମୁନ୍ ଛୋଟ ହେବ ।  

ପୃଥିବୀ ଚାରିପାଖରେ ଚନ୍ଦ୍ରର କକ୍ଷପଥ ଅଣ୍ଡାକାର ସେହି ଅନୁସାରେ, ପୃଥିବୀଠାରୁ ଚନ୍ଦ୍ରର ଦୂରତା ପ୍ରତି ମାସରେ ସାମାନ୍ୟ ପରିବର୍ତ୍ତନ ହୁଏ । ଚନ୍ଦ୍ର ପୃଥିବୀର ନିକଟତମ ସ୍ଥାନରେ ପହଞ୍ଚିବା ସମୟରେ ଓ ପୂର୍ଣ୍ଣିମା ସହିତ ମେଳ ଖାଇଲେ ତାକୁ ସୁପରମୁନ କୁହାଯାଏ । ଏଭଳି ମହାଜାଗତିକ ଘଟଣା ଦେଖିବା ପାଇଁ ଟେଲିସ୍କୋପ କିମ୍ବା କୌଣସି ବିଶେଷ ଉପକରଣ ଆବଶ୍ୟକ ନାହିଁ । କେବଳ ସ୍ୱଚ୍ଛ ଆକାଶ ଏବଂ ସର୍ବନିମ୍ନ କୃତ୍ରିମ ଆଲୋକ ଦ୍ୱାରା ଏହାକୁ ଦେଖିହେବ । କହିରଖୁଛୁ ଯେ, ୬ ବର୍ଷ ଭିତରେ ଆଜି ସବୁଠୁ ବଡ଼ ସୁପରମୁନ ଦେଖାଯିବ ଭାରତୀୟ ସମୟ ସନ୍ଧ୍ୟା ୬ଟା ୫୦ରେ ଚନ୍ଦ୍ର ପେରିଜି ଅର୍ଥାତ ନିକଟତମ ବିନ୍ଦୁରେ ପହଞ୍ଚିବ ଏହା ୯ ଘଣ୍ଟା ପରେ ଏହାର ଉଜ୍ଜ୍ୱଳତମ ସ୍ଥାନରେ ରହିବ । ମଧ୍ୟରାତ୍ରି ପରେ ଏହାର ଶିଖରରେ ପହଞ୍ଚିବ ୨୦୧୯ ଫେବୃଆରୀ ପରେ ଚନ୍ଦ୍ର ଏଥର ପୃଥିବୀର ସବୁଠୁ ଅଧିକ ନିକଟତର ହେଉଛି ନାସାରର କହିବାନୁସାରେ ଏହା ସାଧାରଣ ପୂର୍ଣ୍ଣିମା ଅପେକ୍ଷା ପ୍ରାୟ ୧୪% ବଡ଼ ଏବଂ ପ୍ରାୟ ୩୦% ଉଜ୍ଜ୍ୱଳ ଦେଖାଯାଏ । ଏହି ନଭେମ୍ବର ସୁପରମୁନ୍ ପୃଥିବୀଠାରୁ ପ୍ରାୟ ୨ ଲକ୍ଷ ୨୨ ହଜାର ମାଇଲ୍ କିମ୍ବା ୩ ଲକ୍ଷ ୫୭ ହଜାର କିଲୋମିଟରରୁ କମ୍ ଦୂରତାରେ ରହିବ । ଯେଉଁ କାରଣରୁ ଏହା ୨୦୨୫ର ସବୁଠାରୁ ବଡ଼ ଏବଂ ଉଜ୍ଜ୍ୱଳ ପୂର୍ଣ୍ଣିମା ହେବ ।