ପ୍ରମୂଖ ଖବର
  • କୋଣାର୍କରୁ ବରମୁଣ୍ଡା ଆମ ବସ୍‌ ବନ୍ଦ, ଯାତ୍ରୀ ହନ୍ତସନ୍ତ
  • ||
  • ଜଗତସିଂହପୁର : ପୁତୁରାକୁ କୋଦାଳରେ ହାଣି ହତ୍ୟା କଲା ଦାଦା, କାରଣ ଅସ୍ପଷ୍ଟ
  • ||
  • ଶ୍ରୀମନ୍ଦିର ଭିତର ଫଟୋ ଭାଇରାଲ, ସୋସିଆଲ ମିଡିଆରେ ପାଟ ଅଗଣା ଓ ଭେଟ ମଣ୍ଡପର ଫଟୋ ଛାଡିଲେ ଯୁବକ
  • ||
  • 'ଏକ୍ସ'ର ସିଇଓ ପଦରୁ ଇସ୍ତଫା ଦେଲେ ଲିଣ୍ଡା ୟାକାରିନୋ,ସାମ୍ନାକୁ ଆସିଲା ମସ୍କଙ୍କ ପ୍ରତିକ୍ରିୟା
  • ||
  • ଡେଲାଙ୍ଗ ବ୍ଲକରେ ବ୍ୟାପିଛି ବାର୍ଡ ଫ୍ଲୁ, ଚିନ୍ତାରେ ଚାଷୀ
  • ||
  • ଏଆଇ-ଚାଳିତ ଉତ୍ପାଦନ ବିପ୍ଳବର ନେତୃତ୍ୱ ନେବ ଓଡ଼ିଶା, ଆସୋଚାମ-ପ୍ରାଇମସ ପାର୍ଟନର୍ସ ରିପୋର୍ଟ
  • ||
  • ରେଲୱେରେ ଏବର୍ଷ ମିଳିବ ୫୦ ହଜାର ଚାକିରି, ଏପର୍ଯ୍ୟନ୍ତ ୯ ହଜାର ନିଯୁକ୍ତିପତ୍ର ପଠାଇସାରିଲାଣି RRB
  • ||
  • ଅନୁଗୁଳ : NH ୧୪୯ ବଂରପାଳ ନିକଟରେ ମର୍ମନ୍ତୁଦ ଦୁର୍ଘଟଣା, ଟ୍ରାଭେଲର୍‌ ଧକ୍କାରେ ୨ ବାଇକ୍‌ ଆରୋହୀ ମୃତ
  • ||
  • ଜିଦ୍‌ରେ ଅଟଳ ଡ୍ରାଇଭର୍ ମହାସଙ୍ଘ : ପରିବହନ ଅଚଳ, ତିରୋଟମୁହାଁ ତେଲ, ବାହାରୁ ଆସିପାରୁନି ଗ୍ରୋସରୀ ଓ ପନିପରିବା
  • ||

ଦ୍ୱିତୀୟ ବିବାହରେ ଛାଡ଼ପତ୍ର ହେଲେ ପତ୍ନୀଙ୍କୁ ମିଳିବ କି ଭରଣପୋଷଣ ? ଜାଣନ୍ତୁ କ'ଣ କହିଲେ ସୁପ୍ରିମକୋର୍ଟ

Published By : Ankita S | February 7, 2025 3:15 PM

ନୂଆଦିଲ୍ଲୀ,୦୭/୦୨: ଦ୍ୱିତୀୟ ପତ୍ନୀଙ୍କ ସହ ଛାଡ଼ପତ୍ର ହେବା ସ୍ଥିତିରେ କ'ଣ ସ୍ବାମୀଙ୍କୁ ଭରଣପୋଷଣ ଦେବା କଥା କି ? ସେ ପୁଣି ପ୍ରଥମ ପତ୍ନୀଙ୍କ ସହ ମାମଲା କୋର୍ଟରେ ଚାଲୁଥିବା ସମୟରେ । ଦେଶର ସର୍ବୋଚ୍ଚ ନ୍ୟାୟଳୟ ଏପରି ଏକ ମାମଲାର ଶୁଣାଣି କରି ଗୁରୁତ୍ବପୂର୍ଣ୍ଣ ଟିପ୍ପଣୀ ଦେଇଛନ୍ତି । ଦ୍ୱିତୀୟ ବିବାହରେ ଛାଡ଼ପତ୍ର ହେଲେ ସ୍ୱାମୀକୁ ଭରଣପୋଷଣ ଖର୍ଚ୍ଚ ଦେବାକୁ ପଡ଼ିବ ବୋଲି ସୁପ୍ରିମକୋର୍ଟ କହିଛନ୍ତି  ।

ଲାଇଭ ଲ ରିପୋର୍ଟ ଅନୁସାରେ, ତେଲେଙ୍ଗାନାର ଏକ ମାମଲାର ଶୁଣାଣି କରି ଜଷ୍ଟିସ ବି.ବି ନାଗାରତ୍ନା ଏବଂ ଜଷ୍ଟିସ ସତୀଶ ଚନ୍ଦ୍ର ଶର୍ମାଙ୍କ ଗଠିତ ଖଣ୍ଡପୀଠ କହିଛନ୍ତି, ଦ୍ୱିତୀୟ ପତ୍ନୀଙ୍କ ସହ ଛାଡ଼ପତ୍ର ହେଲେ ବି ସ୍ୱାମୀଙ୍କୁ ଭରଣପୋଷଣ ଦେବାକୁ ପଡ଼ିବ । ପ୍ରଥମ ପତ୍ନୀଙ୍କ ସହ ମାମଲା ପେଣ୍ଡିଂ ରହିଛି ବୋଲି ସ୍ୱାମୀଙ୍କର କିଛି ବାହାନା ଗ୍ରହଣ କରାଯିବ ନାହିଁ ।

କ'ଣ ମାମଲା-୧୯୯୯ରେ ତେଲେଙ୍ଗାନାର ଉଷା ରାଣୀଙ୍କ ବିବାହ ଏମ୍. ଶ୍ରୀନିବାସଙ୍କ ସହ ହୋଇଥିଲା । ଦୁହିଁଙ୍କର ଏହା ଦ୍ୱିତୀୟ ବିବାହ ଥିଲା । ବିବାହର ଗୋଟିଏ ବର୍ଷ ପରେ ତାଙ୍କର ଗୋଟିଏ ପୁଅ ହୋଇଥିଲା । ମାତ୍ର ୨୦୦୫ରେ ସମ୍ପର୍କରେ ଫାଟ ଆସିଥିଲା ଦୁହେଁ ପରସ୍ପରଠୁ ଅଲଗା ଦେବାକୁ ନିଷ୍ପତ୍ତି ନେଇଥିଲେ । ଉଷା ରାଣୀ ଭରଣପୋଷଣ ନେଇ ଫ୍ୟାମିଲି କୋର୍ଟର ଦ୍ୱାରସ୍ଥ ହୋଇଥିଲେ । ମାତ୍ର ଶ୍ରୀନିବାସଙ୍କ ପ୍ରଥମ ପତ୍ନୀଙ୍କ ସହ ମାମଲା ଛିଣ୍ଡି ନଥିବାରୁ କୋର୍ଟରୁ ତାଙ୍କୁ ଆଶ୍ୱସ୍ତି ମିଳିଲା ନାହିଁ । ହାଇଦ୍ରାବାଦ ହାଇକୋର୍ଟ ଉଷା ରାଣୀଙ୍କ ଯାଚିକା ଖାରଜ କରି ଦେଇଥିଲେ । ଏହା ପରେ ସେ ସର୍ବୋଚ୍ଚ ନ୍ୟାୟଳୟଙ୍କ ଦ୍ୱାରସ୍ଥ ହୋଇଥିଲେ । ଉଷାଙ୍କ ଓକିଲ କହିଛନ୍ତି କି ଆଇନଗତ ହିସାବରେ ଉଷା ଶ୍ରୀନିବାସଙ୍କ ପତ୍ନୀ । ୧୯୯୯ରୁ ୨୦୦୦ ଯାଏ ଶ୍ରୀନିବାସୀଙ୍କ ସହ ରହିଥିଲେ । ଦୁହିଁଙ୍କର ଏକ ପୁତ୍ର ସନ୍ତାନ ରହିଛନ୍ତି । ତାଙ୍କୁ ଭରଣପୋଷଣ ନ ଦେବା ଠିକ୍ ହେବ ନାହିଁ । ଦୀର୍ଘ ଦିନ ପରେ କୋର୍ଟ ଉଷାଙ୍କ ସପକ୍ଷରେ ରାୟ ଶୁଣାଇଛନ୍ତି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.