PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କେନ୍ଦୁଝର ସଦର : କେନ୍ଦୁଝର ଜିଲ୍ଲା ସଦର ଥାନା ସୁଆକାଠି ନିକଟରୁ ଦୁଇଟି ବଳଦ ବୋଝେଇ ଗାଡ଼ି ଜବତ
  • ||
  • କଣ୍ଟାବାଞ୍ଜି : ପ୍ରାଥମିକ ବିଦ୍ୟାଳୟର ତାଲା ଭାଙ୍ଗି ଲୁଟ୍
  • ||

…ଯେମିତି ବିନା ବ୍ୟାଟ୍‌ରେ ସଚିନ୍‌ : CJI ଓକିଲଙ୍କ ଉଦ୍ଦେଶ୍ୟରେ ଦେଲେ ଏମିତି ଟିପ୍ପଣୀ, କାହିଁକି ଜାଣନ୍ତୁ

www.livehindustan.com

ନୂଆଦିଲ୍ଲୀ : ବିନା କେସ୍ ଫାଇଲରେ ମାମଲା ଉପସ୍ଥାପିତ କରିବା ନେଇ ସୁପ୍ରିମକୋର୍ଟ ଶୁକ୍ରବାର ଜଣେ ଓକିଲଙ୍କ ଉପରେ ବର୍ଷିଛନ୍ତି। ସୁପ୍ରିମକୋର୍ଟ କହିଛନ୍ତି, ମୋକଦମାର ସାରପତ୍ର ବିନା ଓକିଲ ସେମିତି , ଯେମିତି ବିନା ବ୍ୟାଟ୍‌ରେ ସଚିନ ତେନ୍ଦୁଲକର। ଭାରତର ମୁଖ୍ୟ ବିଚାରପତି (ସିଜେଆଇ) ଡି ୱାଇ ଚନ୍ଦ୍ରଚୂଡ୍ ଓ ବିଚାରପତି ହିମା କୋହଲିଙ୍କର ଖଣ୍ଡପୀଠ ଏହି କଥାକୁ ଗୁରୁତର ସହ ନେଇଥିଲେ, ଜଣେ ଓକିଲ ମୋକଦମା ଫାଇଲ ବିନା ଉପସ୍ଥାପିତ କରୁଥିଲେ। ଏହାକୁ ନେଇ ପୀଠ ତାଙ୍କୁ ତୁରନ୍ତ କଡ଼ା ଭତ୍ସନା କରିଥିଲେ।

Lawyer without brief is like Sachin without bat: CJI | udayavani

ସିଜେଆଇ କହିଥିଲେ , ବିନା ସାରପତ୍ର( ବ୍ରିଫ୍‌)ରେ ଓକିଲ ସେମିତି ହୋଇଥାନ୍ତି , ଯେମିତି ବିନା ବ୍ୟାଟ୍‌ରେ ସଚିନ ତେନ୍ଦୁଲକର। ଏହା ଖରାପ ଲାଗିଥାଏ। ଆପଣ ନିଜର ଗାଉନ୍‌ ଓ ବ୍ୟାଣ୍ଡ (କଲର)ରେ ଅଛନ୍ତି , କିନ୍ତୁ ଆପଣଙ୍କ ପାଖରେ କୌଣସି କାଗଜପତ୍ର ନାହିଁ। ଆପଣଙ୍କ ପାଖରେ ସର୍ବଦା ବ୍ରିଫ୍‌ ( ମାମଲା ସଂପର୍କିତ କାଗଜପତ୍କ) ଥିବା ଉଚିତ୍‌। ଏହା ପୂର୍ବରୁ ମଧ୍ୟ ସୁପ୍ରିମକୋର୍ଟ ଓ ହାଇକୋର୍ଟ ଅନେକ ମାମଲାରେ ଓକିଲଙ୍କୁ ଚେତାବନୀ ଦେଇ ସାରିଛନ୍ତି। ବିଶେଷକରି କରୋନା ଭାଇରସ ମହାମାରୀ ବେଳେ ଯେବେ ଭିଡ଼ିଓ କନଫ୍ରେନ୍ସିଂ ମାଧ୍ୟମରେ ଶୁଣାଣି ହେଉଥିଲା ତ ଅନେକ ଆଶ୍ଚର୍ଯ୍ୟକର ମାମଲା ସାମ୍ନାକୁ ଆସିଥିଲା।

କରୋନା ମହାମାରୀ ବେଳେ ଗୁଜରାଟ ହାଇକୋର୍ଟ ଜଣେ ପୁଲିସ ଅଧିକାରୀଙ୍କର ଖୁବ୍‌ ଭତ୍ସନା କରିଥିଲେ। ବାସ୍ତବରେ ଶୁଣାଣିରେ ଭର୍ଚୁଆଲି ସାମିଲ ହୋଇଥିବା ପୁଲିସ ଅଧିକାରୀ ଜଣକ କୋକା କୋଲା ପିଉଥିଲେ। ଏହାକୁ ଦେଖି କୋର୍ଟ ବିରକ୍ତ ହୋଇଥିଲେ ଏବଂ ତୁରନ୍ତ ପୁଲିସ ଅଧିକାରୀଙ୍କୁ ସତର୍କ କରାଇଥିଲେ । ହାଇକୋର୍ଟ ପୁଲିସ ଅଧିକାରୀଙ୍କୁ ପ୍ରଶ୍ନ କରିଥିଲେ ତି ଯଦି ଏହି ଶୁଣାଣି ଭର୍ଚୁଆଲି ନହୋଇ ଫିଜିକାଲି ହୋଇଥାନ୍ତା ତ ,ଆପଣ କଣ କୋର୍ଟ ଭିତରେ କୋକ ବୋତଲ ନେଇ ଆସିଥାନ୍ତେ ? କୌଣସି ପୁଲିସ ଅଧିକାରୀ କଣ ଏହିପରି ଆଚରଣ କରିଥାନ୍ତି ?