PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପୁରୀ : ଶ୍ରୀଗୁଣ୍ଡିଚା ମନ୍ଦିର ଆଗରେ ଲାଗିଲା ତିନି ରଥ
  • ||
  • ଜଳେଶ୍ବର : ରଥଟଣାବେଳେ ଲାଗିଲା ବିଦ୍ୟୁତ ତାର, ଜଣେ ମୃତ ଓ ୭ ଗୁରୁତର
  • ||
  • ସମ୍ବଲପୁର : ପାରିବାରିକ କଳହର କରୁଣ ପରିଣତି, ସ୍ତ୍ରୀକୁ ପିଟିପିଟି ହତ୍ୟା କଲା ପିଶାଚ ସ୍ଵାମୀ
  • ||
  • ଭୁବନେଶ୍ଵର : ନିଅଣ୍ଟିଆ ଜୁନ, ଆସୁଛି ଦୁଇଟି ଲଘୁଚାପ, ୪ରୁ ବଢ଼ିବ ବର୍ଷା
  • ||
  • ପୁରୀ : ସୁଦର୍ଶନଙ୍କ ବାଲୁକାକଳା ରେକର୍ଡ, ପୁରୀ ବେଳାଭୂମିରେ ତିଆରି କଲେ ୧୨୫ ବାଲି ରଥ
  • ||
  • ଭୁବନେଶ୍ୱର : ରାଜ୍ୟରେ ଦ୍ରୁତ ଗତିରେ ବଢ଼ିଲା କରୋନା, ୨୦୦ ଟପିଲା ଦୈନିକ ସଂକ୍ରମଣ
  • ||
  • ଭୁବନେଶ୍ଵର : ଅଧାରେ ରହିଗଲା ପୁରୀ ଯାତ୍ରା, ରଥଯାତ୍ରାରେ ଆରପାରିକୁ ଚାଲିଗଲେ ବରିଷ୍ଠ ଫଟୋଗ୍ରାଫର ଅଶୋକ ପଣ୍ଡା
  • ||
  • ଭୁବନେଶ୍ଵର : ପବିତ୍ର ରଥଯାତ୍ରା ଅବସରରେ ଓଡ଼ିଶାବାସୀଙ୍କୁ ଶୁଭେଚ୍ଛା ଜଣାଇଲେ ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀ
  • ||

ଇଭିଏମ୍ ସହିତ ଶତ ପ୍ରତିଶତ ଭିଭିପାଟ୍ ମିଳାଇବା ଆବେଦନକୁ ଖାରଜ କଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୨୧।୫: ସୁପ୍ରିମକୋର୍ଟ ଲୋକସଭା ନିର୍ବାଚନ ପାଇଁ ୨୩ ମଇରେ ହେବାକୁ ଥିବା ମତଗଣନା ସମୟରେ ଇଭିଏମ୍ ସହିତ ଭିଭିପ୍ୟାଟ ଶତ ପ୍ରତିଶତ ମିଶାଯିବାର ଦାବି କରିଥିବା ଆବେଦନକୁ ମଙ୍ଗଳବାର ଖାରଜ୍ କରିଦେଇଛନ୍ତି। ଜଷ୍ଟିସ ଅରୁଣ ମିଶ୍ରା ଏବଂ ଜଷ୍ଟିସ ଏମଆର ଶାହଙ୍କ ନେତୃତ୍ୱାଧୀନ ଖଣ୍ଡପୀଠକୁ ଏହି ଆବେଦନକୁ ଖାରଜ କରିଦେଇଛନ୍ତି।

ଚେନ୍ନାଇର ଏକ ଏନଜିଓ ’ଟେକ୍ ଫର ଅଲ୍’ ପକ୍ଷରୁ  ଏହି ଆବେଦନ କରାଯାଇଥିଲା। ଏହି ଆବେଦନ ଉପରେ ପ୍ରଥମେ ଶୁଣାଣି ପାଇଁ ମନା କରିଥିଲେ ଖଣ୍ଡପୀଠ। କାରଣ ପୂର୍ବରୁ ୫୦ ପ୍ରତିଶତ ଇଭିଏମ ଓ ଭିଭିପ୍ୟାଟ ସଂକ୍ରାନ୍ତୀୟ ଆବେଦନ ପ୍ରଧାନ ବିଚାରପତି ଜଷ୍ଟିସ ରଞ୍ଜନ ଗୋଗୋଇ ଖାରଜ କରି ଦେଇସାରିଛନ୍ତି। ସେ ଦୃଷ୍ଟିରୁ ଏହି ଆବେଦନକୁ ‘ନନସେନ୍ସ’ ବୋଲି ଖଣ୍ଡପୀଠ କହିଛନ୍ତି।

ସୁପ୍ରିମକୋର୍ଟ ୭ ମଇରେ ଆନ୍ଧ୍ରପ୍ରଦେଶର ମୁଖ୍ୟମନ୍ତ୍ରୀ ଏନ ଚନ୍ଦ୍ରବାବୁ ନାଇଡୁଙ୍କ ନେତୃତ୍ବରେ ୨୧ ବିରୋଧୀ ନେତାଙ୍କ ଦ୍ବାରା ସମୀକ୍ଷା ଆବେଦନକୁ ଖାରଜ କରିଦେଇଥିଲେ। ଯେଉଁଥିରେ କୁହାଯାଇଥିଲା ଯେ ଇଭିଏମ ସହିତ ଭିଭିପ୍ୟାଟ୍ ପୂର୍ବରୁ ଏହି ଆବେଦନ ସୁପ୍ରିମକୋର୍ଟରେ ଖାରଜ ହୋଇସାରିଥିବା ବେଳେ ସମାନ ଆବେଦନ ଦାୟର କରିବାକୁ ନେଇ ଖଣ୍ଡପୀଠ ବିରକ୍ତି ପ୍ରକାଶ କରିଛନ୍ତି। ଏପ୍ରିଲ ୮ରେ ସୁପ୍ରିମକୋର୍ଟ ବିରୋଧୀ ଦଳଙ୍କ ସମାନ ଧରଣର ଆବେଦନର ଶୁଣାଣି କରି ଇଭିଏମ ସହ ଭିଭିପ୍ୟାଟର ଗଣତି ୫ ପ୍ରତିଶତ ବଢ଼ାଇ ଥିଲେ।

ସମ୍ବନ୍ଧିତ ଖବର