PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ନୋବେଲ ଶାନ୍ତି ପୁରସ୍କାର ଘୋଷଣା: ମାନବାଧିକାର ପ୍ରବକ୍ତା ଆଲେସ୍ ବାଲିଆସ୍କି ସହ ଦୁଇଟି ସଂଗଠନକୁ ମିଳିବ ପୁରସ୍କାର
  • ||
  • ଭୁବନେଶ୍ଵର : ଓଡ଼ିଶା ଲଳିତ କଳା ଏକାଡେମୀ ଉପସଭାପତି ତଥା ବିଶିଷ୍ଟ ଶିଳ୍ପୀ ଶ୍ରୀନିବାସ ପଢ଼ିଆରୀଙ୍କ ପରଲୋକ
  • ||
  • ମୁରିବାହାଲ : ଭିଜିଲାନ୍ସ ଜାଲରେ ମୁରିବାହାଲ ବ୍ଲକ APO ସୁଶାନ୍ତ କୁମାର ଦାସ, ୪୫ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରାପଡ଼ିଲେ
  • ||
  • ବାଙ୍ଗିରିପୋଷି : ଶୌଚ ହେବାକୁ ଯାଇଥିବା ବେଳେ ଆକ୍ରମଣ କଲା ଦନ୍ତା, ଯୁବକ ମୃତ
  • ||
  • ଭୁବନେଶ୍ୱର : ପୁଣି ଘୂର୍ଣ୍ଣିବଳୟ ସମ୍ଭାବନା, ୨୫ ପୂର୍ବରୁ ଓଡ଼ିଶା ଛାଡ଼ିବନି ମୌସୁମୀ
  • ||
  • ଭଦ୍ରକ : ନଭେମ୍ୱର ୩ରେ ଧାମନଗର ଉପନିର୍ବାଚନ, ଆଜିଠୁ ନାମାଙ୍କନ ପତ୍ର ଦାଖଲ
  • ||
  • ତେଲକୋଇ : ଶୁଝି ପାରିଲେନି କିସ୍ତି, ଆତ୍ମହତ୍ୟା କଲେ ଅସହାୟ ଟ୍ରକ ମାଲିକ
  • ||
  • ମୋହନା : ଜଙ୍ଗଲରୁ ବିପୁଳ ପରିମାଣର କାଠ ଗଣ୍ଡି ଜବତ
  • ||
  • ଭୁବନେଶ୍ଵର : ରାଜ୍ୟରେ ଉପର ତଳ ହେଉଛି କରୋନା ଗ୍ରାଫ୍, ୨୪ ଘଣ୍ଟା ମଧ୍ୟରେ ୬୩ ପଜିଟିଭ୍ ଚିହ୍ନଟ
  • ||

ମୋଦିଙ୍କ ବାୟୋପିକ ଫିଲ୍ମକୁ ସୁପ୍ରିମକୋର୍ଟଙ୍କ ସବୁଜ ସଙ୍କେତ

ନୂଆଦିଲ୍ଲୀ,୯।୪: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜୀବନି ଉପରେ ନିର୍ମିତ ଫିଲ୍ମ ‘ପିଏମ୍ ନରେନ୍ଦ୍ର ମୋଦି’କୁ ଆଜି ସୁପ୍ରିମକୋର୍ଟ ଦେଇଛନ୍ତି ସବୁଜ ସଙ୍କେତ।  କଂଗ୍ରେସ ପକ୍ଷରୁ କରାଯାଇଥିବା ଆବେଦନକୁ ସୁପ୍ରିମକୋର୍ଟ ଖାରଜ କରିବା ସହ କହିଛନ୍ତି ଫିଲ୍ମ କାରଣୁ ନିର୍ବାଚନ ଆଚରଣ ବିଧିର କୌଣସି ପ୍ରକାର ଉଲଂଘନ ହୋଇନାହିଁ, ଏହା ଦେଖିବା ନିର୍ବାଚନ କମିଶନଙ୍କ କାମ। ଆବେଦନକାରୀଙ୍କ ପକ୍ଷରୁ ଅଭିଯୋଗ ହୋଇଥିଲା ଯେ ନିର୍ବାଚନ ପୂର୍ବରୁ ଫିଲ୍ମ ରିଲିଜ୍ କରିବା ଦ୍ବାରା ନିରପେକ୍ଷ ଓ ସ୍ବତନ୍ତ୍ର ନିର୍ବାଚନ ଉପରେ ପ୍ରଭାବ ପଡିପାରେ। ମାମଲାର ଶୁଣାଣି କରି ସୁପ୍ରିମକୋର୍ଟ କହିଛନ୍ତି ଏବେ ଫିଲ୍ମକୁ ସେନ୍ସର ବୋର୍ଡର ପ୍ରମାଣପତ୍ର ମିଳିନାହିଁ।

ସୁପ୍ରିମକୋର୍ଟରେ ଅଭିଷେକ ମନୁ ସିଙ୍ଘଭି କହିଥିଲେ, ଫିଲ୍ମର ଗୀତ ଓ ଟ୍ରେଲର ରିଲିଜ୍ ହୋଇସାରିଛି। ମୋଦି ବିଜେପିର ଷ୍ଟାର ପ୍ରଚାରକ। ଏଥିରେ ମୋଦିଙ୍କର ଗୁଣଗାନ ହୋଇଛି। ଟ୍ରେଲରରେ ‘ଚାୟ ପେ ଚର୍ଚ୍ଚା’ ଭଳି କଥା ରହିଛି। ‘ମା ମୁଁ ସନ୍ୟାସୀ ହୋଇ ଦେଶର ସେବା କରିବାକୁ ଚାହେଁ’ ଓ ‘ଫକିର ଭଳି ଗୁଣ ଆପଣଙ୍କ ଭିତରେ’ ଆଦି ମହିମାମଣ୍ଡନ କରୁଥିବା ବାର୍ତ୍ତା ରହିଛି ଏଥିରେ। ପାକିସ୍ତାନକୁ ଚେତାବନୀ ଦେବା କଥା ମଧ୍ୟ ରହିଛି। ଯାହାଫଳରେ ନିର୍ବାଚନ ଉପରେ ଏହାର ପ୍ରଭାବ ପଡିବ। ପ୍ରଧାନମନ୍ତ୍ରୀଙ୍କ ଟ୍ବିଟର ହାଣ୍ଡେଲରୁ ମଧ୍ୟ ଏଭଳି ଇଣ୍ଡୋର୍ସ କରାଯାଉଛି ବୋଲି ସେ କହିଛନ୍ତି। ଏହା ସହ ସିଙ୍ଘଭି ବିଚାରପତିଙ୍କୁ କହିଥିଲେ ଏହାର ଟ୍ରେଲର ଲାପଟପରେ  ଦେଖିପାରନ୍ତି, କିନ୍ତୁ ଏନେଇ କୋର୍ଟ କହିଥିଲେ ଆମକୁ କିଛି ଦେଖିବାର ନାହିଁ।

ଏହାପରେ ସିଙ୍ଘଭି କହିଥିଲେ ଫିଲ୍ମର ଲୋକେ ଆଚାର୍ଯ୍ୟ ମନିଷ କୁମାର, ସନ୍ଦୀପ ସିଂହ, ସୁରେଶ ଓବରାୟ ଓ ବିବେକ ଓବରାୟଙ୍କ ବିଜେପି, କେନ୍ଦ୍ର ଓ ଗୁଜରାଟ ସରକାରଙ୍କ ସହିତ ସିଧାସଳଖ ସମ୍ପର୍କ ରହିଛି। କୋର୍ଟ ଏନେଇ ସିଙ୍ଘଭିଙ୍କୁ କହିଥିଲେ ଏହି ପ୍ରସଙ୍ଗରେ ବିନା କାରଣରେ ସମୟ ନଷ୍ଟ ହୋଇଛି।ଉଲ୍ଳେଖନୀୟ ଯେ ମୋଦିଙ୍କ ଜୀବନୀ ଉପରେ ତିଆରି ହୋଇଥିବା ଫିଲ୍ମର ନିର୍ମାତା ସନ୍ଦୀପ ସିଂହ ୧୨ ଅପ୍ରେଲରେ ଏହାକୁ ରିଲିଜ କରିବାକୁ ଚାହୁଁଥିଲେ। କିନ୍ତୁ ପରେ ରିଲିଜ୍ ଡେଟ୍  ୫ ଅପ୍ରେଲରେ କରିଦେଇତିଲେ। ଳୋକସଭା ନିର୍ବାଚନୁ ଦେଖି କିଛି ଲୋକ ସୁପ୍ରିମକୋର୍ଟରେ ଏହା ବିରୋଧରେ ଅଭିଯୋଗ କରିଥିଲେ। କିନ୍ତୁ ଏବେ ସୁପ୍ରିମକୋର୍ଟ ସବୁଜ ସଙ୍କେତ ଦେବା ପରେ ଏହି ଫିଲ୍ମ ୧୨ରେ  ରିଲିଜ୍ ହେବ।