ପ୍ରମୂଖ ଖବର
  • ଭୁବନେଶ୍ୱର : ଏମ୍ସରେ ପହଞ୍ଚିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ; ଏମ୍ସର ନିର୍ଦ୍ଦେଶକଙ୍କ ସହ କରିଲେ ଆଲୋଚନା
  • ||
  • FM କଲେଜରେ ଛାତ୍ରୀଙ୍କ ଆତ୍ମହତ୍ୟା ଉଦ୍ୟମ ଘଟଣା; ପୀଡ଼ିତାଙ୍କ ପରିବାରକୁ ଭେଟିବେ ମୁଖ୍ୟମନ୍ତ୍ରୀ
  • ||
  • ରାଜ୍ୟସଭାକୁ ୪ ମନୋନୀତ, ମନୋନୀତ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
  • ||
  • ବାଲେଶ୍ବର: ଟ୍ରକ୍‌ ଧକ୍କାରେ ଓଲଟି ପଡ଼ିଲା ବସ୍‌, ୨୦ରୁ ଉର୍ଦ୍ଧ୍ୱ ଗୁରୁତର
  • ||
  • ଏନ୍‌ସିଇଆର୍‌ଟି ବିଏଡ୍‌ ପ୍ରବେଶିକା ପରୀକ୍ଷା, ଆଜି ରାଜ୍ୟର ୪୪ କେନ୍ଦ୍ରରେ ୨୨ ହଜାର ଛାତ୍ରଛାତ୍ରୀ ଦେବେ ପରୀକ୍ଷା
  • ||
  • ସୋମବାର ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି: ଆଜି ପୁଲିସର କାର୍‌କେଡ୍‌ ରିହର୍ସାଲ, ଜଗିବେ ୫୦ ପ୍ଲାଟୁନ୍‌ ଫୋର୍ସ
  • ||
  • ଗାଜା ଉପରେ ଇସ୍ରାଏଲର ଭୟଙ୍କର ହମଲା, ୧୧୦ ପାଲେଷ୍ଟାନୀୟ ମୃତ
  • ||
  • ୧୬ରେ ବଙ୍ଗୋପସାଗରରେ ପୁଣି ଏକ ଘୂର୍ଣ୍ଣିବଳୟ ସମ୍ଭାବନା, ଆଜି ବର୍ଷା ନେଇ ଅଧା ଓଡ଼ିଶାକୁ ୟେଲୋ ଓ୍ବାର୍ଣ୍ଣିଂ
  • ||

‘ମୁଁ ମୋଗଲ ସାମ୍ରାଜ୍ୟର ବୋହୂ, ଲାଲ୍‌ କିଲା ମୋତେ ଦିଅ’... ସୁଲତାନାଙ୍କ ଆବେଦନକୁ ଖାରଜ କଲେ ସୁପ୍ରିମ୍‌କୋର୍ଟ

Published By : Krishna Priya | May 6, 2025 9:11 AM

ନୂଆଦିଲ୍ଲୀ ୦୬/୦୫: ଲାଲ୍‌ କିଲା ଉପରେ ମାଲିକାନା ପାଇଁ ଦାବି କରିଥିବା ଜଣେ ମହିଳାଙ୍କ ଆବେଦନକୁ ସୁପ୍ରିମ୍‌କୋର୍ଟ ଖାରଜ କରିଛନ୍ତି । ଆବେଦନକାରୀ ହେଉଛନ୍ତି ରଜିୟା ସୁଲତାନା ବେଗମ୍‌ । ତାଙ୍କର ଦାବି ଯେ ସେ ଶେଷ ମୋଗଲ ବାଦ୍‌ଶାହ ବାହାଦୁର ଶାହ ଜଫରଙ୍କ ଅଣନାତି ମିର୍ଜା ବେଦାର ବଖ୍‌ତଙ୍କ ପତ୍ନୀ । ଆଇନଗତ ଉତ୍ତରାଧିକାରୀ ହୋଇଥିବାରୁ ରଜିୟା ନିଜ ଆବେଦନରେ ଲାଲ୍‌ କିଲାକୁ ତାଙ୍କୁ ଫେରାଇବାକୁ ନଚେତ୍‌ ୧୮୫୭ ମସିହାରୁ ଆଜି ପର୍ଯ୍ୟନ୍ତ କ୍ଷତିପୂରଣ ଦେବାକୁ କୋର୍ଟରେ ଦାବି କରିଥିଲେ । ପ୍ରଧାନ ବିଚାରପତି ସଂଜୀବ ଖାନ୍ନା ଓ ଜଷ୍ଟିସ୍‌ ସଞ୍ଜୟ କୁମାରଙ୍କ ଖଣ୍ଡପୀଠ ଏହି ଆବେଦନକୁ ଭୁଲ ଓ ନିରାଧାର ବୋଲି ସ୍ପଷ୍ଟ କରିଛନ୍ତି । 

ସୁପ୍ରିମ୍‌କୋର୍ଟ ସୁଲତାନା ବେଗମ୍‌ଙ୍କ ଓକିଲଙ୍କୁ ଆବେଦନ ଫେରାଇ ନେବାର ଅନୁମତି ଦେବାକୁ ବି ମନା କରିଛନ୍ତି । ପ୍ରଧାନ ବିଚାରପତି କହିଛନ୍ତି ‘ଆପଣ ଲାଲ୍‌ କିଲାରେ କାହିଁକି ଅଟକିଲେ? ଆଗ୍ରାର ଦୁର୍ଗ, ତାଜମହଲ, ଫତେହପୁର ସୀକରୀ ଓ ଅନ୍ୟ ଦୁର୍ଗ ଉପରେ ମଧ୍ୟ ଦାବି କଲେନାହିଁ କାହିଁକି?’ ଏହା ପୂର୍ବରୁ ଦିଲ୍ଲୀ ହାଇକୋର୍ଟ ୨୦୨୪, ଡିସେମ୍ବର ୧୩ ତାରିଖରେ ସୁଲତାନା ବେଗମ୍‌ଙ୍କ ଆବେଦନକୁ ଖାରଜ କରିଥିଲେ । ସୁଲତାନା ବେଗମ୍‌ ହାଇକୋର୍ଟଙ୍କ ନିଷ୍ପତ୍ତିକୁ ସୁପ୍ରିମ୍‌କୋର୍ଟରେ ଚାଲେଞ୍ଜ୍‌ ଦେଇଥିଲେ । ତାଙ୍କର ଦାବି ଅନୁସାରେ, ମୋଗଲ ସାମ୍ରାଜ୍ୟର ଶେଷ ବାଦ୍‌ଶାହ ବାହାଦୁର ଶାହ ଜଫରଙ୍କ ଅଣନାତି ବେଦାର ବଖ୍‌ତଙ୍କୁ ସେ ୧୯୬୫, ଅଗଷ୍ଟ ୧୫ ତାରିଖରେ ବିବାହ କରିଥିଲେ । ସେତେବେଳେ ସେ ୧୨ ବର୍ଷ ବୟସର ଥିଲେ । 

ଲକ୍ଷ୍ନୌର ମୂଳ ବାସିନ୍ଦା ସୁଲତାନାଙ୍କ ପିଲାଦିନ କୋଲକାତାରେ ଅଜାଙ୍କ ଘରେ ବିତିଥିଲା । ଏବେ ସେ ହାଓଡ଼ାର ଶିବପୁରୀ ଅଞ୍ଚଳର ଏକ ବସ୍ତିରେ ରହୁଛନ୍ତି । ସୁଲତାନା କହିଛନ୍ତି ‘ମୁଁ ମୋଗଲ ବଂଶର ବୋହୂ । କିନ୍ତୁ ୫୦ ଟଙ୍କାର ଟିକଟ କରି ଲାଲ୍‌ କିଲାକୁ ଯାଉଛି । ହୁମାୟୁଁଙ୍କ କବରକୁ ୪୦ ଟଙ୍କା ଦେଇ ଯାଉଛି । ମୋଗଲ ଧନ ଲୁଟି କୁଆଡ଼େ ନେଇଗଲେ, ଜଣଙ୍କ ନାଁ କହିଦେଲେ ମୁଁ ମୁଣ୍ଡ ନୁଆଁଇଦେବି ।’ 

୨୦୨୧, ଡିସେମ୍ବର ୨୦ରେ ଦିଲ୍ଲୀ ହାଇକୋର୍ଟ ଲାଲ୍‌ କିଲା ଉପରେ ମାଲିକାନା ଦାବି କରିଥିବା ସୁଲତାନାଙ୍କ ଆବେଦନକୁ ଖାରଜ କରିଥିଲେ । କୋର୍ଟ କହିଥିଲେ, ମାମଲା ରୁଜୁ କରିବାରେ ୧୫୦ ବର୍ଷରୁ ଉଦ୍ଧ୍ୱର୍ ବିଳମ୍ବ ହୋଇଛି । ଆବେଦନରେ ସୁଲତାନା କହିଥିଲେ, ସେ ଲାଲ୍‌ କିଲାର ପ୍ରକୃତ ମାଲିକ । କାରଣ ଏହି ସମ୍ପତ୍ତି ତାଙ୍କ ପୂର୍ବଜ ବାହାଦୁର ଶାହ ଜଫର ୨ୟଙ୍କଠୁ ତାଙ୍କୁ ମିଳିଥିଲା । ଭାରତ ସରକାର ଏହି ସମ୍ପତ୍ତି ଉପରେ ଅବୈଧ କବ୍‌ଜା କରିଛନ୍ତି । ସେ ଆହୁରି କହିଥିଲେ, ୧୯୬୦ରେ ଜୱାହରଲାଲ ନେହରୁଙ୍କ ସରକାର ମିର୍ଜା ମହମ୍ମଦ ବେଦାର ବଖ୍‌ତଙ୍କୁ ବାହାଦୁର ଶାହ ଜଫରଙ୍କ ଉତ୍ତରାଧିକାରୀ ମାନିଥିଲେ ଏବଂ ତାଙ୍କୁ ରାଜନୈତିକ ଭତ୍ତା ଦେଇଥିଲେ । ୨୦୨୪, ଡିସେମ୍ବରରେ ସୁଲତାନା ୨ୟ ଥର ଆବେଦନ କରିଥିଲେ । ଏହାକୁ କାର୍ଯ୍ୟବାହକ ମୁଖ୍ୟ ବିଚାରପତି ବିଭୁ ବାଖରୁ ଓ ଜଷ୍ଟିସ୍‌ ତୁଷାର ରାଓ ଗେଡେଲାଙ୍କ ଖଣ୍ଡପୀଠ ଖାରଜ କରିଥିଲେ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.