ପ୍ରମୂଖ ଖବର
  • ମୋହନା : ରା.ଉଦୟଗିରି ଥାନା ପରିମଳ ଗାଁ ନିକଟରେ ରାସ୍ତା କଡ଼କୁ ଓଲଟିଲା ପିକଅପ ଭ୍ୟାନ, ୬ ଗୁରୁତର
  • ||
  • ପର୍ଯ୍ୟଟକଙ୍କ ପାଇଁ ଅଗଷ୍ଟ ୧ରୁ ଖୋଲିବ ଭିତରକନିକା ଜାତୀୟ ଉଦ୍ୟାନ
  • ||
  • ଖଣ୍ଡପଡ଼ା: ଶିକ୍ଷକଙ୍କ ମାଡ଼ରେ ଛାତ୍ରୀ ସଂଜ୍ଞାହୀନ ହେବା ଘଟଣା, ନିଲମ୍ବିତ ହେଲେ ସହକାରୀ ଶିକ୍ଷକ
  • ||
  • ସମ୍ବଲପୁର: କ୍ରିକେଟ ଖେଳିବା ବେଳେ ଅଘଟଣ, ଛାତିରେ ବଲ ବାଜି ଚାଲିଗଲା ଛାତ୍ରଙ୍କ ଜୀବନ
  • ||
  • ପୁରୀ: ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ପାହାଡା ଉଠା ମହାସ୍ନାନ, ଗର୍ଭଗୃହରେ ସୁଆର ବଡୁ ସେବକଙ୍କ ଗୋଡ ଖସି ଯାଇ ରକ୍ତ ପଡ଼ିବାରୁ ମହାସ୍ନାନ
  • ||
  • ଢେଙ୍କାନାଳ: ଖାଦ୍ୟ ଯୋଗାଣ ମନ୍ତ୍ରୀଙ୍କୁ ଠକେଇ କରିଥିବା ଅଭିଯୁକ୍ତ ଗିରଫ, ଜମି ପାଇଁ ନେଇଥିଲେ ୨୫ ଲକ୍ଷ ଟଙ୍କା
  • ||
  • ପୂର୍ତ୍ତ ବିଭାଗ କାର୍ଯ୍ୟରେ AI ଆଧାରିତ ସଫ୍ଟୱେର୍‌ ବ୍ୟବହାର ହେବ, ସୂଚନା ଦେଲେ ପୂର୍ତ୍ତ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ
  • ||
  • ଗଞ୍ଜାମ: ମହିଳାଙ୍କ ବେକରୁ ସୁନା ଚେନ୍ ଝାମ୍ପିନେଲେ ଦୁର୍ବୃତ୍ତ, ପୁଲିସ ଛାନ୍‌ଭିନ୍।
  • ||
  • ସୁନ୍ଦରଗଡ଼: ସନ୍ଦେହଜନକ ଅବସ୍ଥାରେ ଯୁବକଙ୍କ ମୃତଦେହ ଉଦ୍ଧାର,ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକେ
  • ||
  • ଭିଜିଲାନ୍ସ ଜାଲରେ R&B ଡିଭିଜନ୍‌ର ସହକାରୀ ଯନ୍ତ୍ରୀ, ଏକକାଳୀନ ୧୦ଟି ସ୍ଥାନରେ ଚଢ଼ାଉ
  • ||
  • କାଉଡ଼ିଆ ଯାତ୍ରା ହେଲା ଶେଷଯାତ୍ରା ; ବସ୍‌କୁ ଧକ୍କା ଦେଲା ଟ୍ରକ୍‌, ୧୮ ମୃତ
  • ||
  • ବୁଧବାର ଶ୍ରୀବିଗ୍ରହଙ୍କ ହେବ ବନକଲାଗି ନୀତି, ସନ୍ଧ୍ୟା ୬ଟାରୁ ରାତି ୧୦ଟା ସର୍ବସାଧାରଣ ଦର୍ଶନ ବନ୍ଦ
  • ||
  • ଚୀନର ରାଜଧାନୀ ବେଜିଂରେ ପ୍ରବଳ ବର୍ଷା, ଅତିକମ୍‌ର ୩୦ ମୃତ
  • ||
  • ବିଶ୍ୱ ବ୍ୟାଘ୍ର ଦିବସ, ବାଘ ବଂଶ ବିସ୍ତାର କ୍ଷେତ୍ରରେ ସ୍ୱତନ୍ତ୍ର ପରିଚୟ ପାଇଛି ନନ୍ଦନକାନନ ପ୍ରାଣୀ ଉଦ୍ୟାନ
  • ||
  • ଆଣ୍ଡାମାନ ନିକୋବର ଦ୍ବୀପରେ ଭୂକମ୍ପ ଝଟକା, ରିକ୍ଟର ସ୍କେଲରେ ତୀବ୍ରତା ୬.୨ ରେକର୍ଡ,ମିଳିନି କ୍ଷୟକ୍ଷତି କୌଣସି ସୂଚନା
  • ||
  • କ୍ଷେତ ଖାଲି ହେଲେ ଧାନ ବିକିବାକୁ ପଞ୍ଜିକରଣ, ଲକ୍ଷେ ୮୧ ହଜାର ଚାଷୀଙ୍କୁ ନୋଟିସ୍, ସାଟେଲାଇଟ୍ ସର୍ଭେରେ ଧରାପଡିଲେ
  • ||
  • ଲୋକସଭା ପରେ ଆଜି ରାଜ୍ୟସଭାରେ ହେବ 'ଅପରେସନ୍ ସିନ୍ଦୂର' ବିତର୍କ, ଭାଗ ନେଇପାରନ୍ତି ପ୍ରଧାନମନ୍ତ୍ରୀ ମୋଦି
  • ||
  • ଭାରତର ପ୍ରଥମ ମହିଳା ଚେସ୍ ବିଶ୍ୱକପ୍ ଚମ୍ପିଆନ ଦିବ୍ୟା ଦେଶମୁଖ, ଟ୍ରାଇବ୍ରେକରରେ କୋନେରୁ ହମ୍ପିଙ୍କୁ ହରାଇଲେ
  • ||
  • ୟୁକ୍ରେନ ଯୁଦ୍ଧକୁ ନେଇ ଋଷ ରାଷ୍ଟ୍ରପତି ପୁଟିନଙ୍କ ଉପରେ ଟ୍ରମ୍ପଙ୍କ ଅସନ୍ତୋଷ, କହିଲେ ତୁରନ୍ତ ଯୁଦ୍ଧ ବନ୍ଦ କରିବାକୁ ହେବ
  • ||
  • ଏଏସ୍‌ଆଇକୁ କ’ଣ ଦଣ୍ଡ ମିଳିବ ? "ଏକ୍ସ’ରେ ଶ୍ରୀମନ୍ଦିର, ରତ୍ନଭଣ୍ଡାର ଫଟୋ ଅପଲୋଡ୍‌ ପରେ ଉଡ଼େଇ ଦେଲେ...
  • ||
  • ଆମେରିକାରେ ୫ ଜଣଙ୍କୁ ଗୁଳି କରି ହତ୍ୟା, ନ୍ୟୁୟର୍କର ମିଡଟାଉନ୍ ମାନହାଟନ୍‌ରେ ଫାୟାରିଂ
  • ||
  • ଭାରତର ବଡ଼ ବିଜୟ, ୟମେନରେ କେରଳ ନର୍ସ ନିମିଷା ପ୍ରିୟାଙ୍କ ମୃତ୍ୟଦଣ୍ଡ ପ୍ରତ୍ୟାହାର
  • ||
  • ମଙ୍ଗଳବାର କାଁ ଭାଁ ବର୍ଷା, ବୁଧବାରଠୁ ଶୁଖିଲା ପାଗ: ମୟୂରଭଞ୍ଜରେ ଅଧିକ ବର୍ଷା ଆଶଙ୍କା, ୧୯ ଜିଲ୍ଲାକୁ ୟେଲୋ ଆଲର୍ଟ
  • ||

ବିହାର ଏସ୍ଆଇଆର ପ୍ରସଙ୍ଗ: ସୁପ୍ରିମକୋର୍ଟ କହିଲେ- କୌଣସି ସମସ୍ୟା ଥିଲେ ଆମେ ହସ୍ତକ୍ଷେପ କରିବୁ, ଅଗଷ୍ଟ ୧୨ରେ ପରବର୍ତ୍ତୀ ଶୁଣାଣି

Published By : Harapriya Biswal | July 29, 2025 2:27 PM

ନୂଆଦିଲ୍ଲୀ,୨୯।୭: ବିହାରରେ ନିର୍ବାଚନ କମିଶନ୍‌ଙ୍କ ସ୍ପେଶାଲ ଇନଟେନସିଭ୍ ରିଭିଜନ୍‌ ବା ଏସଆଇଆର ପ୍ରସଙ୍ଗରେ ଆଜି ଶୁଣାଣି କରିଛନ୍ତି ସୁପ୍ରିମକୋର୍ଟ । ଶୁଣାଣି ବେଳେ କୋର୍ଟ କହିଛନ୍ତି, ଆମେ ପୁରା ପକ୍ରିୟା ଉପରେ ନଜର ରଖିଛୁ। ଯଦି ଅଧିକ ପରିମାଣରେ ନାଁ ବାଦ୍ ଦିଆଯାଏ ତେବେ ଆମେ ଏଥିରେ ହସ୍ତକ୍ଷେପ କରିବୁ। ଏହି ପ୍ରସଙ୍ଗରେ ୧୨ ଓ ୧୩ ଅଗଷ୍ଟରେ ପରବର୍ତ୍ତୀ ଶୁଣାଣ ହେବ। 

ବିହାରରେ ଏସ୍‌ଆଇଆରକୁ ନେଇ ଆରମ୍ଭ ହୋଇଛି ରାଜନୈତିକ ଝଡ। ସର୍ବୋଚ୍ଚ ନ୍ୟାୟାଳୟରେ ଏହାକୁ ଚ୍ୟାଲେଞ୍ଜ କରି ହୋଇଛି ଆବେଦନ। ଜଷ୍ଟିସ୍ ସୂର୍ଯ୍ୟକାନ୍ତ ଓ ଜଷ୍ଟିସ୍ ଜୟମାଲ୍ୟା ବାଗଚିଙ୍କ ଖଣ୍ଡପୀଠରେ ଏହି ମାମଲାର ଶୁଣାଣି ହୋଇଛି। ଖଣ୍ଡପୀଠ କହିଛନ୍ତି, ଏହି ପକ୍ରିୟାରେ କୌଣସି ଅନିୟମିତତା କିମ୍ବା ସମସ୍ୟା ଦେଖିଲେ ହସ୍ତକ୍ଷେପ କରିବାକୁ ଆମେ ପଛାଇବାକୁ ନାହିଁ। ତା ପୂର୍ବରୁ ଆବେଦନକାରୀଙ୍କୁ ୮ ଅଗଷ୍ଟ ସୁଦ୍ଧା ଲିଖିତ ଦଲିଲ ଦାଖଲ କରିବାକୁ ହେବ।

 

ଆବେଦନକାରୀଙ୍କ ପକ୍ଷରୁ  ବରିଷ୍ଠ ଆଇନଜୀବି କପିଲ ସିବଲ ଓ ପ୍ରଶାନ୍ତ ଭୂଷଣ ବଡ଼ ଅଭିଯୋଗ ଆଣିଛନ୍ତି। ଉଭୟ ଅଭିଯୋଗ କରିଛନ୍ତି, ୧ ଅଗଷ୍ଟରେ ପ୍ରକାଶିତ ହେବାକୁ ଥିବା ଡ୍ରାଫ୍ଟ ଲିଷ୍ଟରେ କିଛି ଲୋକ ବାଦ ପଡିଛନ୍ତି। ଏହି କାରଣରୁ ସେମାନେ ମତଦାନ ଅଧିକାର ହରାଇବେ। ସୁପ୍ରିମକୋର୍ଟ  କହିଛନ୍ତି ଲିଷ୍ଟରେ ନାଁ ଯୋଡିବା ଓ ସୁଧାର ପାଇଁ ୩୦ ଦିନର ପକ୍ରିୟା ଧାର୍ଯ୍ୟ କରାଯାଇଛି। ଜାନୁଆରୀ ୨୦୨୫ର ଭୋଟର ଲିଷ୍ଟ ହିଁ ସେହି ଆଧାରରେ ରହିଛି। ଯାହା ଉପରେ ଏସଆଇଆର ପକ୍ରିୟା ଚାଲିଛି। ଏହି ପକ୍ରିୟାଃ।   ନିର୍ବାଚନ କମିଶନ୍ ଏକ ସମ୍ବିଧାନିକ ସଂସ୍ଥା। ଏହାର ନିୟମକୁ ପାଳନ କରିବାକୁ ହେବ। ଯଦି କୌଣସି ଅସୁବିଧା ଦେଖାଯାଏ ତେବେ ଆବେଦନକାରୀ ଏହି ପ୍ରସଙ୍ଗକୁ କୋର୍ଟଙ୍କ ନଜରକୁ ଆଣିପାରିବେ। ଖଣ୍ଡପୀଠ ସିବଲ ଓ ଭୂଷଣଙ୍କୁ କହିଛନ୍ତି, ଆପଣ ସେହି ୧୫ ଜଣ ଲୋକଙ୍କୁ ସାମନାକୁ ଆଣନ୍ତୁ, ଯାହାଙ୍କ ବିଷୟରେ ଦାବି କରୁଛନ୍ତି ତାଙ୍କୁ ମୃତ ଘୋଷିତ କରାଯାଇଛି, କିନ୍ତୁ ସେମାନେ ଜୀବିତ। ଆମେ ଏହାର ସମାଧାନ କରିବୁ।’

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.