PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ଵର : ମେଲାଣି ନେବେ ମା’, ଟ୍ଵିନ୍ ସିଟିରେ ମୁତୟନ ହେବେ ୧୭ ପ୍ଲାଟୁନ ଫୋର୍ସ
  • ||
  • କୋଲକାତା : ଦୁର୍ଗା ଭସାଣି ବେଳେ ଫ୍ଲାସ ଫ୍ଲଡ୍, ୭ ମୃତ, ୪୦ ନିଖୋଜ
  • ||
  • ଭୁବନେଶ୍ଵର : ରାଜ୍ୟରେ ଖସୁଛି କରୋନା ଗ୍ରାଫ୍, ୨୪ ଘଣ୍ଟା ମଧ୍ୟରେ ୪୯ ପଜିଟିଭ୍ ଚିହ୍ନଟ
  • ||

କାଶ୍ମୀରୀ ଛାତ୍ରଛାତ୍ରୀଙ୍କ ଉପରେ ହେଉଥିବା ଆକ୍ରମଣକୁ ରୋକିବା ଲାଗି କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ନିର୍ଦେଶ ଦେଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୨୨।୨: ପୁଲଓ୍ବାମା ଆତଙ୍କବାଦୀ ଆକ୍ରମଣ ପରେ କାଶ୍କୀରୀ ଛାତ୍ରଛାତ୍ରୀଙ୍କ ଉପରେ ହେଉଥିବା ଆକ୍ରମଣକୁ ରୋକିବା ଲାଗି ଶୁକ୍ରବାର ଦିନ ସୁପ୍ରିମକୋର୍ଟ କେନ୍ଦ୍ର ସରକାର ଓ ୧୧ଟି ରାଜ୍ୟ ସରକାରଙ୍କୁ ଏକ ନୋଟିସ୍ ଜାରି କରିଛନ୍ତି।

କାଶ୍ମୀର ଏବଂ ଅନ୍ୟନ୍ୟା ସଂଖ୍ୟା ଲଘୁଙ୍କ ଉପରେ ହେଉଥିବା ଆକ୍ରମଣ ଘଟନାରେ ତୁରନ୍ତ କାର୍ଯ୍ୟାନୁ​‌ଷ୍ଠାନ ଗ୍ରହଣ କରିବାକୁ ୧୧ଟି ରାଜ୍ୟର ମୁଖ୍ୟ ଶାସନ ସଚିବ, ଡିଜିପି ଓ ଦିଲ୍ଲୀ ପୁଲିସ ମୁଖ୍ୟଙ୍କୁ ସୂଚନା ଦିଆଯାଇଛି। ହତ୍ୟା ମାମଲା ନିମନ୍ତେ ପୂର୍ବରୁ ନିଯୁକ୍ତି ନୋଡାଲ ଅଧିକାରୀମାନେ ପୁଳଓ୍ବାମା ଆକ୍ରମଣ ପରେ କାଶ୍ମୀରୀ ଛାତ୍ରଛାତ୍ରୀଙ୍କ ଉପରେ ହେଉଥିବା ଆକ୍ରମଣ କଥା ବୁଝାବୁଝି କରିବେ ବୋଲି ସୁପ୍ରିମକୋର୍ଟ କହିଛନ୍ତି।

ପ୍ରଧାନ ବିଚାରପତି ଜଷ୍ଟିସ ରଞ୍ଜନ ଗୋଗାଇ ଏବଂ ବିଚାରପତି ଏଲଏନ୍ ରାଓ ଏବଂ ସଞ୍ଜିବ ଖାନ୍ନାଙ୍କ ଖଣ୍ଡପୀଠ ଗୁରୁବାର ଦିନ ବରିଷ୍ଠ ଆଡଭୋକେଟ୍ କଲିନ ଗସସାଲଭିସ କରିଥିବା ଆବେଦନ ଉପରେ ଦୃଷ୍ଟିପାତ କରିଥିଲେ। ଛାତ୍ରଛାତ୍ରୀଙ୍କ ସୁରକ୍ଷା ଓ ନିରାପତ୍ତା ସହ ସଂଶ୍ଲିଷ୍ଟ ଥିବାରୁ ଆବେଦନର ତୁରନ୍ତ ଶୁଣାଣି କରାଯାଉ ବୋଲି ସେ ଲେଖିଥିଲେ। ପଟିସନର ତାରିକ୍ ଆଜୀବନ ତରଫରୁ ଗନ୍ସାସାଳଭିସ୍ ଆବେଦନ ଫାଇଲ କରିଥିଲେ।