ପ୍ରମୂଖ ଖବର
  • ଟ୍ରମ୍ପଙ୍କ ‘ଭାରତର ମୃତ ଅର୍ଥନୀତି’ ମନ୍ତବ୍ୟକୁ ସମର୍ଥନ କଲେ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ
  • ||
  • ରାଜ୍ୟରେ ଆଗାମୀ ୨ ଦିନ ପ୍ରବଳ ବର୍ଷା ସମ୍ଭାବନା, ୨୦ ଜିଲ୍ଲା ଆଲର୍ଟ ଜାରି
  • ||
  • ଶରଧାବାଲି ଦଳାଚକଟା ଘଟଣା, ମୁଖ୍ୟମନ୍ତ୍ରୀ ରିପୋର୍ଟ ପ୍ରଦାନ କଲେ ଉନ୍ନୟନ କମିଶନ, ଖୁବ୍‌ଶୀଘ୍ର ସାମ୍ନାକୁ ଆସିବ ଅସଲ କାରଣ
  • ||
  • କଳାହାଣ୍ଡି : ନୂତନ ଧାନ ମଣ୍ଡିକୁ ବିରୋଧ; ତହସିଲଦାରଙ୍କୁ ଦାବିପତ୍ର ଦେଲେ ଶିଉନି ଗ୍ରାମବାସୀ
  • ||
  • ଜୟପୁରରେ ସୁଭଦ୍ରାର ତୃତୀୟ କିସ୍ତି ପ୍ରଦାନ କରିବେ ମୁଖ୍ୟମନ୍ତ୍ରୀ, କୋଟିଏରୁ ଊର୍ଦ୍ଧ୍ବ ହିତାଧିକାରୀଙ୍କ ଖାତାକୁ ଯିବ ଟଙ୍କା
  • ||
  • ମାଲେଗାଓଁ ବିସ୍ଫୋରଣ ମାମଲା : ସାଧ୍ଵୀ ପ୍ରଜ୍ଞାଙ୍କ ସମେତ ସମସ୍ତ ଅଭିଯୁକ୍ତ ନିର୍ଦ୍ଦୋଷରେ ଖଲାସ, ଏନଆଇଏ କୋର୍ଟଙ୍କ ନିଷ୍ପତ୍ତି
  • ||
  • ହାତୀ ଆକ୍ରମଣରେ ୩ ମୃତ୍ୟୁ ଘଟଣା : ମୃତକଙ୍କ ପରିବାରକୁ ମିଳିବ କ୍ଷତିପୂରଣ, କାର୍ଯ୍ୟରେ ଅବହେଳା ଅଭିଯୋଗରେ ୨ ନିଲମ୍ବିତ
  • ||
  • ଆମେରିକାରେ ଏଫ୍-୩୫ ଯୁଦ୍ଧ ବିମାନ କ୍ରାସ୍, ପାରାସୁଟରେ ବାହାରି ଅଳ୍ପକେ ଜୀବନ ବଞ୍ଚାଇଲେ ଫାଇଲଟ୍
  • ||
  • ଢେଙ୍କାନାଳରେ ହାତୀ ଆତଙ୍କ; ଦେଢଶୂର ଓ ଭାଇବୋହୂ ସମେତ ୩ଙ୍କୁ ଦଳିଦେଲା ଦନ୍ତା
  • ||
  • ଆଜି ବସିବ କେନ୍ଦ୍ର କ୍ୟାବିନେଟ୍ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
  • ||
  • ଉଚ୍ଚ ଶିକ୍ଷା ବିଭାଗର କଡ଼ା ନିର୍ଦ୍ଦେଶ, ଏଣିକି ସି ବକ୍ସ ପୋର୍ଟାଲରେ ଅପଲୋଡ୍‌ ହେବ ଯୌନ ନିର୍ଯାତନା ଅଭିଯୋଗ
  • ||
  • ଗୁରୁବାରଠୁ ଇଣ୍ଡିଆ- ଇଂଲଣ୍ଡ ପଞ୍ଚମ ଟେଷ୍ଟ, ସିରିଜ ବରାବର ପାଇଁ ଶେଷ ସୁଯୋଗ, ଅର୍ଶଦୀପ କରିପାରନ୍ତି ପଦାର୍ପଣ, ଫେରିବେ ଆକାଶଦୀପ
  • ||

ହାଇୱେରେ ହଠାତ ବ୍ରେକ୍ ମାରିବା ଦାୟିତ୍ୱହୀନତା, ଦୁର୍ଘଟଣା ମାମଲାରେ ସୁପ୍ରିମକୋର୍ଟଙ୍କ ବଡ଼ ଟିପ୍ପଣୀ

Published By : Tapas Panda | July 30, 2025 9:58 PM

Image source: NDTV

ନୂଆଦିଲ୍ଲୀ: କୌଣସି ସତର୍କତା ବିନା ହାଇୱେରେ ହଠାତ୍ ଗାଡ଼ିର ବ୍ରେକ୍ ଲଗାଇବା ଗୁରୁତର ଅବହେଳା । ଏପରି ସ୍ଥିତିରେ ଯଦି ଦୁର୍ଘଟଣା ଘଟେ ତେବେ ଏଥିପାଇଁ ହଠାତ ବ୍ରେକ୍‌ ଲଗାଇଥିବା ଡ୍ରାଇଭରଙ୍କୁ ଦାୟୀ କରାଯାଇ ପାରିବ । ଏନେଇ ମଙ୍ଗଳବାର ସୁପ୍ରିମକୋର୍ଟ କହିଛନ୍ତି । ବିଚାରପତି ସୁଧାଂଶୁ ଧୂଲିଆ ଏବଂ ବିଚାରପତି ଅରବିନ୍ଦ କୁମାରଙ୍କ ଖଣ୍ଡପୀଠ କହିଛନ୍ତି ଯେ, ବ୍ୟକ୍ତିଗତ ଜରୁରି ସ୍ଥିତି ଥିଲେ ସୁଦ୍ଧା ରାଜପଥ ଉପରେ ଗାଡ଼ି ଅଟକାଇବାକୁ ଯଥାର୍ଥ ବୋଲି କୁହାଯାଇ ପାରିବ ନାହିଁ । ଯଦି ଏହା ଦ୍ବାରା ଅନ୍ୟ କେହି ବିପଦରେ ପଡ଼ନ୍ତି, ତେବେ ଏଥିପାଇଁ ବ୍ରେକ୍‌ ଲଗାଇଥିବା ଡ୍ରାଇଭର ଦାୟୀ ହୋଇପାରନ୍ତି । 

୮ ବର୍ଷ ପୂର୍ବରୁ, ୭ ଜାନୁଆରୀ, ୨୦୧୭ରେ ତାମିଲନାଡୁର କୋଏମ୍ବାଟୁରରେ ହଠାତ୍ ବ୍ରେକ ଯୋଗୁଁ ହୋଇଥିବା ଏକ ଦୁର୍ଘଟଣା ମାମଲାର ଶୁଣାଣି କରି ସୁପ୍ରିମକୋର୍ଟଙ୍କ ଏହି ରାୟ ଦେଇଛନ୍ତି । ଏହି ଦୁର୍ଘଟଣାରେ ଶିକାର ହୋଇଥିବା ଇଞ୍ଜିନିୟରିଂ ଛାତ୍ର ଏସ୍ ମହମ୍ମଦ ହାକିମଙ୍କ ବାମ ଗୋଡ଼ କାଟିବାକୁ ପଡ଼ିଥିଲା। ମହମ୍ମଦ ହାକିମ ଏ ସମ୍ପର୍କରେ ସୁପ୍ରିମକୋର୍ଟରେ ଏକ ଆବେଦନ କରିଥିଲେ। ଆବେଦନରେ କହିଥିଲେ ଯେ, ସେ ତାଙ୍କ ମୋଟର ସାଇକେଲରେ ରାଜପଥରେ ଯାଉଥିବା ସମୟରେ ଏହି ଘଟଣା ଘଟିଥିଲା।  ତାଙ୍କ ଆଗରେ ଯାଉଥିବା ଏକ କାର ହଠାତ୍ ବ୍ରେକ ଲଗାଇଥିଲା । ତାଙ୍କ ବାଇକ୍ କାରର ପଛ ପଟେ ଧକ୍କା ହୋଇଥିଲା । ସେ ରାସ୍ତାରେ ପଡ଼ିଯାଇଥିଲେ ଏବଂ ପଛରୁ ଆସୁଥିବା ଏକ ବସ୍ ତାଙ୍କୁ ଚାପି ଦେଇଥିଲା ।

 କାର ଡ୍ରାଇଭର ଦାବି କରିଥିଲେ ଯେ, ତାଙ୍କ ଗର୍ଭବତୀ ପତ୍ନୀଙ୍କୁ ବାନ୍ତି ଲାଗିବା ଭଳି ଅନୁଭବ ହେବାରୁ ସେ ହଠାତ୍ ବ୍ରେକ୍ ଲଗାଇଥିଲେ। କିନ୍ତୁ କୋର୍ଟ ତାଙ୍କର ଏହି ଯୁକ୍ତିକୁ ଖାରଜ କରିଦେଇଛନ୍ତି । ହାଇୱେ ମଝିରେ ହଠାତ୍ କାର ଅଟକାଇବା କୌଣସି ସ୍ଥିତିରେ ସଠିକ୍ ନୁହେଁ। କୋର୍ଟ ଡ୍ରାଇଭରଙ୍କ ଏହି ଯୁକ୍ତିକୁ ଖାରଜ କରିଦେଇଛନ୍ତି ଏବଂ ତାଙ୍କୁ ଏହି ସଡ଼କ ଦୁର୍ଘଟଣା ପାଇଁ ୫୦ ପ୍ରତିଶତ ଦାୟୀ କରିଛନ୍ତି । ଖଣ୍ଡପୀଠ କହିଛନ୍ତି ଯେ, କାର ଡ୍ରାଇଭରଙ୍କ ହଠାତ୍ ବ୍ରେକ୍ ଦେବା ଯୋଗୁଁ ଦୁର୍ଘଟଣା ଘଟିଛି ବୋଲି ଅଣଦେଖା କରାଯାଇପାରିବ ନାହିଁ। ସେହି ସମୟରେ, କୋର୍ଟ ଆବେଦନକାରୀ ହାକିମଙ୍କୁ ୨୦% ଅବହେଳା ପାଇଁ  ଦାୟୀ କରିଥିବା ବେଳେ ବସ୍ ଡ୍ରାଇଭରଙ୍କ ଭୁଲ ୩୦ ପ୍ରତିଶତ ଥିବା କହିଛନ୍ତି । 

ବର୍ଦ୍ଧିତ କ୍ଷତିପୂରଣ ପାଇଁ ପୀଡିତଙ୍କ ଆବେଦନକୁ ଗ୍ରହଣ କରି ଖଣ୍ଡପୀଠ କହିଛନ୍ତି, ଆବେଦନକାରୀ ଗାଡ଼ିଠାରୁ ପର୍ଯ୍ୟାପ୍ତ ଦୂରତା ବଜାୟ ରଖିନଥିଲେ ।  ବୈଧ ଲାଇସେନ୍ସ ବିନା ମୋଟର ସାଇକେଲ ଚଲାଉଥିଲେ । ସୁପ୍ରିମକୋର୍ଟ ମୋଟ କ୍ଷତିପୂରଣ ପରିମାଣ ୧.୧୪ କୋଟି ଟଙ୍କା ସ୍ଥିର କରିଥିଲେ । କିନ୍ତୁ ଆବେଦନକାରୀଙ୍କ ଅବହେଳା ଯୋଗୁଁ ଏହାକୁ ୨୦% ହ୍ରାସ କରିଛନ୍ତି । କ୍ଷତିପୂରଣ ରାଶି ବସ୍ ଏବଂ କାରର ବୀମା କମ୍ପାନୀଗୁଡ଼ିକ ଦ୍ୱାରା ଚାରି ସପ୍ତାହ ମଧ୍ୟରେ ପୀଡିତଙ୍କୁ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.