ନୂଆଦିଲ୍ଲୀ,୯।୧୧:  ପାରିବାରିକ ସମ୍ପତ୍ତି ବଣ୍ଟାକୁ ନେଇ ବଡ଼ ରାୟ ଦେଇଛନ୍ତି  ସୁପ୍ରିମକୋର୍ଟ। ସର୍ବୋଚ୍ଚ ନ୍ୟାୟାଳୟ କହିଛନ୍ତି, ବିନା ରେଜିଷ୍ଟେ୍ରସନ୍‌ରେ ପାରିବାରିକ ସମ୍ପତ୍ତି ବିଭାଜନ ଚୁକ୍ତିନାମା ପ୍ରମାଣ ଭାବରେ ବୈଧ। ସୁପ୍ରିମକୋର୍ଟ ଏହା ମଧ୍ୟ କହିଛନ୍ତି ଯେ, ନିମ୍ନ ଅଦାଲତ ଆଇନର ଭୁଲ ବାଖ୍ୟା କରିଥିଲେ।ଜଷ୍ଟିସ୍ ବିକ୍ରମ ନାଥ, ଜଷ୍ଟିସ୍ ସନ୍ଦୀପ ମେହେତା ଓ ଜଷ୍ଟିସ୍ ଏନ୍‌.ଭି ଆଜାନିୟାଙ୍କ ଖଣ୍ଡପୀଠ କର୍ଣ୍ଣାଟକ ହାଇକୋର୍ଟ ଓ ଟ୍ରାଏଲ କୋର୍ଟଙ୍କ ରାୟକୁ ଖାରଜ କରିଛନ୍ତି। କୋର୍ଟ କହିଛନ୍ତି ନିମ୍ନ ଅଦାଲତ ଭୁଲ ରାୟ ଶୁଣାଇଛନ୍ତି। ଆବେଦନକାରୀଙ୍କ ପକ୍ଷରୁ ଦସ୍ତାବିଜ ଦେବାପରେ ବି ନିମ୍ନ ଅଦାଲତ ଦୁଇ ଭାଇଙ୍କ ପଞ୍ଜିକୃତ ତ୍ୟାଗପତ୍ର ଓ ୧୯୭୨ର ପାରିବାରିକ ବୁଝାମଣାକୁ ଅଣଦେଖା କରିଥିଲେ।

ସୁପ୍ରିମକୋର୍ଟ ସମ୍ପତ୍ତିକୁ ଯୌଥ ପରିବାରର ସମ୍ପତ୍ତି ମାନି ସବୁ ଉତ୍ତରାଧିକାରୀଙ୍କୁ ସମାନ ଭାବରେ ବାଣ୍ଟିବାର ନିର୍ଦେଶ ଦେଇଛନ୍ତି। ସୁପ୍ରିମକୋର୍ଟ କହିଛନ୍ତି, ନିମ୍ନ ଅଦାଲତ ଆଇନର ଭୁଲ ବ୍ୟବହାର କରିଛନ୍ତି। ପଞ୍ଜିକୃତ ତ୍ୟାଗ-ପତ୍ର ନିଜେ ଆଇନଗତ।ଏହାକୁ ଲାଗୁ କରିବାକୁ କୌଣସି ଅତିରିକ୍ତ ସର୍ତ୍ତ ରହିବନି। କିନ୍ତୁ ପଞ୍ଜିକୃତ ପାରିବାରିକ ବୁଝାମଣା ଅଧିକାର ହୋଇପାରିବନି,କିନ୍ତୁ ସାକ୍ଷ୍ୟ ଭାବରେ ମାନ୍ୟ ହୋଇପାରିବ।

ପାରିବାରିକ ବୁଝାମଣାର ଯଦି କଥା ହେବା ତେବେ ଏହା ପରିବାରର ସଦସ୍ୟଙ୍କ ଭିତରେ ସମ୍ପତ୍ତି(ଯେପରିକି ପୈତୃକ କିମ୍ବା ଯୌଥ ସମ୍ପତ୍ତି)ର ବଣ୍ଟା ଓ ବିବାଦର ସାମାଧାନ ପାଇଁ ଲିଖିତ ଓ ମୌଖିକ ବୁଝାମଣା ହୋଇଥାଏ । ଏହାର ଉଦେଶ୍ୟ ପରିବାରରେ ଶାନ୍ତି ବଜାୟ ରଖିବା ଓ ଭବିଷ୍ୟତର ମକଦ୍ଦମାରୁ ରକ୍ଷା ପାଇବା। ସୁପ୍ରିମକୋର୍ଟ କହିଛନ୍ତି, ଫ୍ୟାମିଲି ସେଟେଲମେଣ୍ଟକୁ ପ୍ରୋତ୍ସାହିତ କରାଯିବା ଦରକାର କାରଣ, ଏହା ପରିବାରର ଏକତାକୁ ବଜାୟ ରଖିଥାଏ।