ପ୍ରମୂଖ ଖବର
  • ବିହାର ଭୋଟର ତାଲିକାରୁ କଟିପାରେ ୩୪ ଲକ୍ଷ ମତଦାତାଙ୍କ ନାଁ, କାରଣ କହିଲେ ନିର୍ବାଚନ ଆୟୋଗ
  • ||
  • ବିହାର ରାଜନୀତିରେ ବଡ଼ ଟ୍ବିଷ୍ଟ, ଖୁବଶୀଘ୍ର ନୂଆ ଦଳ ଘୋଷଣା କରିପାରନ୍ତି ତେଜ ପ୍ରତାପ ଯାଦବ
  • ||
  • ଜନ୍ମଦିନରେ ଛତିଶଗଡ଼ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ପୁଅ ଗିରଫ; ଅବକାରୀ ଦୁର୍ନୀତି ମାମଲାରେ ବନ୍ଧିଲା ଇଡି
  • ||
  • ସକାଳେ ଗୁଳୁଗୁଳି, ଅପରାହ୍ନରେ ବର୍ଷା: ଭିଜିବ ଉପକୂଳରୁ ନେଇ ଆଭ୍ୟନ୍ତରୀଣ ଓଡ଼ିଶା, ୨୨ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ
  • ||
  • FM କଲେଜରେ ପହଞ୍ଚିଲେ ୟୁଜିସି ଫ୍ୟାକ୍ଟ ଫାଇଣ୍ଡିଂ ଟିମ୍, ତଦନ୍ତ କରୁଛନ୍ତି ୪ ଜଣିଆ ଦଳ
  • ||
  • ଚାକିରି ଆଶା ଦେଖାଇ ଯୁବତୀଙ୍କୁ ନିର୍ଯାତନା: ରାଜସ୍ଥାନରୁ ଉଦ୍ଧାର ପରେ ଘରକୁ ଫେରିଲେ ଝିଅ
  • ||
  • ରାଜଧାନୀରେ ବିଭତ୍ସ ହତ୍ୟାକାଣ୍ଡ, ଯୁବକଙ୍କୁ ପଥରରେ ଛେଚି ମାରିଦେଲେ ବାଇକ୍ ଚୋର
  • ||
  • ଦିଲ୍ଲୀରେ ପୁଣି ୨୦ ଅଧିକ ବୋମା ଧମକ,ଆସିଥିଲା ଧମକପୂର୍ଣ୍ଣ ମେଲ୍, ପୁଲିସର ତଦାଘନା
  • ||
  • ଭୂକମ୍ପ ଝଟକାରେ ଥରିଲା ଚିଲି, ରିକ୍ଟର ସ୍କେଲରେ ତୀବ୍ରତା ୫.୭ ରେକର୍ଡ଼
  • ||
  • ଏଫ୍‌ଏମ୍‌ କଲେଜ ଛାତ୍ରୀ ଆତ୍ମାହୁତି ଘଟଣା: ଆଜି ବାଲେଶ୍ୱରରେ ଉଚ୍ଚଶିକ୍ଷା ବିଭାଗ କମିଟିର ତଦନ୍ତ, ଉପସ୍ଥିତ ରହିବେ ଆଇସିସିର ସମସ୍ତ ସଦସ୍ୟ
  • ||
  • TRFକୁ ଆତଙ୍କୀ ସଂଗଠନ ଘୋଷଣା କଲା ଆମେରିକା, ପହଲଗାମ ଆତଙ୍କୀ ଆକ୍ରମଣ ପାଇଁ କଲା ଦାୟୀ
  • ||

ଉତ୍ତର ଓଡ଼ିଶାରେ ବନ୍ୟା ଭୟ : ଆଲର୍ଟରେ ମୟୂରଭଞ୍ଜ ଓ ବାଲେଶ୍ଵର ଜିଲ୍ଲା ପ୍ରଶାସନ, ଗ୍ରାଉଣ୍ଡ୍‌ରେ ଓଡ୍ରାଫ୍, NDRF ଓ ଅଗ୍ନିଶମ ବାହିନୀ

Published By : Rasmita Pradhan | June 30, 2025 2:14 PM

ଭୁବନେଶ୍ଵର, ୩୦/୦୬ : ଆସୁଛି ବଡ଼ ବର୍ଷା। ଲଘୁଚାପ ପ୍ରଭାବରେ ରାଜ୍ୟରେ ୫ ଯାଏଁ ପ୍ରବଳ ବର୍ଷା ସମ୍ଭାବନା ରହିଛି। ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଆଜି ପାଇଁ ୪ ଜିଲ୍ଲାକୁ ଅରେଞ୍ଜ୍ ୱାର୍ଣ୍ଣିଂ ଜାରି କରାଯାଇଛି। ସେହିପରି ଅଧା ଓଡ଼ିଶାକୁ ୟେଲୋ ଆଲର୍ଟ ଜାରି କରାଯାଇଛି। ପ୍ରବଳ ବର୍ଷା ଯୋଗୁଁ ଉତ୍ତର ଓଡ଼ିଶାରେ ବନ୍ୟା ଭୟ ରହିଛି। ସୁବର୍ଣ୍ଣରେଖା ଓ ଜଳକା ନଦୀ ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛନ୍ତି। ବୁଢାବଳଙ୍ଗରେ ଜଳସ୍ତର ବଢିଛି। ତଳିଆ ଅଞ୍ଚଳ ଜଳମଗ୍ନ ହୋଇଯାଇଛି। ରାଜ୍ୟରେ ବନ୍ୟା ସ୍ଥିତି ନେଇ ରାଜସ୍ଵ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ, ରାଜ୍ୟରେ ବନ୍ୟା ସ୍ଥିତି ନିୟନ୍ତ୍ରଣରେ ରହିଛି। ହେଲେ ଆଉ ଗୋଟେ ଲଘୁଚାପ ଆସୁଛି। ତାହା ବିପଦ ଆଣିପାରେ।

ମନ୍ତ୍ରୀ କହିଛନ୍ତି ଯେ, ସୁବର୍ଣ୍ଣରେଖାରେ ଜଳସ୍ତର ବଢୁଛି ହେଲେ ବୁଢାବଳଙ୍ଗ ଓ ଜଳକାରେ କମୁଛି। ଉଭୟ ମୟୁରଭଞ୍ଜ ଓ ବାଲେଶ୍ୱରର ୭ଟି ଲେଖାଏଁ ବ୍ଲକ ସହ ସମୁଦାୟ ୧୪ ବ୍ଲକ ପ୍ରଭାବିତ ହୋଇଛି। ୨୫ଟି ଘର ନଷ୍ଟ ହୋଇଛି। ଦୁଇଟି ମେଡିକାଲ ଓ ଦୁଇଟି ଭେଟେନାରୀ ଟିମ୍ ମହାଜୁଦ ଅଛନ୍ତି। ମୟୁରଭଞ୍ଜରେ ୫୦୭୬ ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି। ୭୭ ଗ୍ରାମ ପଞ୍ଚାୟତ ପ୍ରଭାବିତ ହୋଇଛି। ୪୪ଟି ମାଗଣା ରୋଷେଇ ଘର ଖୋଲା ଯାଇଛି। ଗ୍ରାଉଣ୍ଡ୍‌ରେ ଓଡ୍ରାଫ୍ ୭ ୟୁନିଟ, ଅଗ୍ନିଶମ ୭ ୟୁନିଟ ମୁତୟନ ଅଛିନ୍ତି। ବାଲେଶ୍ୱର ଜିଲ୍ଲାରେ ୧୧୩୮ ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି। ୩୫ ଗ୍ରାମ ପଞ୍ଚାୟତ ପ୍ରଭାବିତ ହୋଇଛି। ୬ ଟି ମାଗଣା ରୋଷେଇ ଘର ଖୋଲାଯାଇଛି। ୪ ଓଡ୍ରାଫ ଓ ୮ ଅଗ୍ନିଶମ ୟୁନିଟ୍ ମୁତୟନ ଅଛନ୍ତି। ଆଉ ଦୁଇ ଓଡ୍ରାଫ୍ ୟୁନିଟ୍ ଆଜି ବାଲେଶ୍ୱରରେ ପହଞ୍ଚିବେ। କେନ୍ଦ୍ରାଞ୍ଚଳ RDC ବାଲେଶ୍ୱରରେ ଅଛନ୍ତି। ମୟୁରଭଞ୍ଜ ଓ ବାଲେଶ୍ୱର ଜିଲ୍ଲାରେ କାମ କରିଥିବା ଅଭିଜ୍ଞତା ଥିବା ଅଧିକାରୀଙ୍କୁ କ୍ଷେତ୍ର ଅଞ୍ଚଳ ପଠାଯାଇଛି। ବାଲେଶ୍ୱରର ବସ୍ତା, ବାଲିଆପାଳ ପୌରାଞ୍ଚଳ, ରେମୁଣା ସଦର, ଭୋଗରାଇ ଓ ଜଳେଶ୍ୱରରେ ପାଣି ପସିଛି। ଘାଇ ମରାମତି କାମ ଚାଲିଛି। ପାଣି ଛାଡିବା ପରେ ସାପ କାମୁଡିବା ଭୟ ରହିଛି। ସେଥିପାଇଁ CHC ଓ PHC ଗୁଡିକୁ ପର୍ଯ୍ୟାପ୍ତ ଆଣ୍ଟି ସ୍ନେକ୍ ଭେନମ୍ ଯୋଗାଇ ଦିଆଯାଇଛି। 

ରାଜସ୍ଵ ମନ୍ତ୍ରୀ ପୁଣି କହିଛନ୍ତି ଯେ, ଝାଡ଼ଖଣ୍ଡର ଚାନ୍ଦିଲି ଡ୍ୟାମର ପାଣି ଯୋଗୁଁ ପ୍ରତିବର୍ଷ ମୟୂରଭଞ୍ଜ ଓ ବାଲେଶ୍ୱରକୁ ବନ୍ୟା ଆସୁଛି। ଚାନ୍ଦିଲି ଡ୍ୟାମ କାମ ଅସମ୍ପୂର୍ଣ୍ଣ ଥିବାରୁ ସବୁବେଳେ ଓଡ଼ିଶାକୁ ବନ୍ୟା ଆସୁଛି। ଏହାକୁ ସମ୍ପୂର୍ଣ୍ଣ କରିବାକୁ ଝାଡ଼ଖଣ୍ଡ ସରକାରଙ୍କ ସହ ଆଲୋଚନା ହୋଇଛି। କେତେ ପାଣି ଛାଡିବ, ସେନେଇ ଝାଡ଼ଖଣ୍ଡ ସରକାରଙ୍କ ସହ ରାଜ୍ୟ ସରକାର ଯୋଗାଯୋଗରେ ଅଛନ୍ତି। କେନ୍ଦୁଝର, ମୟୁରଭଞ୍ଜ ଓ ବାଲେଶ୍ୱରରେ ମାଗଣା ରୋଷେଇ ଘର ଖୋଲା ଯାଇଛି। ଆସନ୍ତା ୭ ଦିନ ଯାଏଁ ମାଗଣା ଖାଦ୍ୟ ଯୋଗାଇବାକୁ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। 



Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.