ନୂଆଦିଲ୍ଲୀ,୬।୧୧: ଭାରତୀୟ ଟିମ୍ର ପୂର୍ବତନ କ୍ରିକେଟର ସୁରେଶ ରୈନା ଓ ଶିଖର ଧାଓ୍ବନଙ୍କ ଅଡୁଆ ବଢି ଯାଇଛି। ମନି ଲଣ୍ଡରିଂ ମାମଲାରେ ପ୍ରବର୍ତ୍ତନ ନିର୍ଦେଶାଳୟ (ଇଡି) ଆକ୍ସନ। ୧୧.୧୪ କୋଟି ଟଙ୍କାର ସମ୍ପତ୍ତିକୁ ଇଡି ଆଟାଚ୍ କରିଛି। ବେଟିଂ ମାମଲାରେ ଇଡି ଏହି ଆକ୍ସନ ନେଇଛି। ଇଡି ଅନଲାଇନ୍ ବେଟିଂ ସାଇଟ୍ 1xBet ବିରୋଧ ମାମଲାରେ ମନି ଲଣ୍ଡରିଂ ନିବାରଣ ଆଇନ (ପିଏମ୍ଏଲଏ) ଅନୁସାରେ ଧାଓ୍ବନଙ୍କ ୪.୫ କୋଟି ଟଙ୍କାର ସ୍ଥାବର ସମ୍ପତ୍ତି ଓ ରୈନାଙ୍କ ୬.୬୪ କୋଟି ଟଙ୍କାର ମ୍ୟୁଚୁଆଲ ଫଣ୍ଡକୁ ଆଟାଚ୍ କରିବାର ଅନ୍ତିମ ନିର୍ଦେଶ ଜାରି କରିଛି।
ରୈନା ଓ ଧାଓ୍ବନଙ୍କୁ ନିକଟରେ ଇଡି ପଚରା ଉଚରା କରିଥିଲା। ଏହି ସମୟରେ ଦୁହିଁଙ୍କ ବୟାନ ରେକର୍ଡ କରାଯାଇଥିଲା। ଉଲ୍ଲେଖନୀୟ ଯେ, ଇଡି ବର୍ତ୍ତମାନ ଏଭଳି ମାମଲାର ଯାଞ୍ଚ କରୁଛି, ଯାହାକି ବେଆଇନ ବେଟିଂ ଆପ୍ ସହ ଜଡିତ। ଏଜେନ୍ସିର କହିବା ଅନୁସାରେ, ଏଭଳି ବେଟିଂ ଆପ୍ ନା କେବଳ ବେଆଇନ୍, ବଂର ଏହା ଜରିଆରେ ବଡ଼ ପରିମାଣର ଧନ ଶୋଧନ ଗତିବିଧି ମଧ୍ୟ ହୋଇଥାଏ। ଏହି ଆପ୍ସ ଉପରେ ଅଭିଯୋଗ ରହିଛି ଯେ, ସେମାନେ ଲକ୍ଷାଧିକ ଲୋକ ଓ ନିବେଶକଙ୍କ କୋଟି କୋଟି ଟଙ୍କା ହଡପ କରିଛନ୍ତି କିମ୍ବା ଭାରି ମାତ୍ରାରେ ଟ୍ୟାକ୍ସ ଚୋରି କରିଛନ୍ତି।
ଏହି ମାମଲାରେ ଇଡିର କାର୍ଯ୍ୟାନୁଷ୍ଠାନ ଜୋରଦାର ହୋଇଛି। ଦୁଇ ପୂର୍ବତନ କ୍ରିକେଟର ଜାଣିଶୁଣି ବିଦେଶୀ ସଂସ୍ଥା ସହ 1xBet ଓ ଏହାର ସରୋଗେଟ୍ର ପ୍ରଚାର ପାଇଁ ବିଜ୍ଞାପନ ଚୁକ୍ତି କରିଥିଲେ। ବିଶେଷ ଭାବରେ ସେହି ବିଜ୍ଞାପନ ଉପରେ ଯେଉଁଥିରେ ଫିଲ୍ମଷ୍ଟାର ଓ କ୍ରିକେଟର ରହିଛନ୍ତି। ଏବେ ଏହି ମାମଲାରେ କ୍ରିକେଟର ଓ ଫିଲ୍ମ ଷ୍ଟାରଙ୍କ ଭୂମିକାକୁ ନେଇ ଯାଞ୍ଚ ବଢାଯାଉଛି। ଯାଞ୍ଚ ବେଳୋ ଇଡି ଯୁବରାଜ ସିଂହ, ରବିନ ଉଥପ୍ପା, ସୋନୁ ସୁଦ୍, ଉର୍ବଶୀ ରୌତେଲା, ମିମି ଚକ୍ରବର୍ତ୍ତୀ ଓ ଅନୁଷ୍ଠା ହାଜରାଙ୍କ ସହ ଏହି ଦୁଇ କ୍ରିକେଟରଙ୍କୁ ପଚରା ଉଚରା କରିଥିଲେ। ଭାରତାରେ 1xBet, FairPlay, Parimatch ଓ Lotus365