ପ୍ରମୂଖ ଖବର
  • ଶୁକ୍ରବାର ରାଜ୍ୟବ୍ୟାପୀ କଂଗ୍ରେସ ପାଳିବ ବିଶ୍ୱ ଆଦିବାସୀ ଦିବସ, ରବିବାର କଂଗ୍ରେସ ଭବନରେ ହେବ ସଭା
  • ||
  • ଓଟିଇଟି ଲିକ୍‌ କେଳେଙ୍କାରୀର ଖୋଲିବ ଗୁମର, ରିମାଣ୍ଡରେ ଆସିବେ ଜିତନ୍, ବିଜୟ,ସୋମବାରଠୁ ଚାଲିବ ଜେରା
  • ||
  • ଭାରତ ସହିତ ବାଣିଜ୍ୟ ଆଲୋଚନାକୁ ଟ୍ରମ୍ପଙ୍କ ପ୍ରତ୍ୟାଖ୍ୟାନ, କହିଲେ ଟାରିଫ୍ ବିବାଦର ସମାଧାନ ନହେବା ଯାଏ କିଛି ହେବନି
  • ||
  • ଅସ୍ତବ୍ୟସ୍ତ କରୁଛି ଗରମ ସାଙ୍ଗକୁ ଗୁଳୁଗୁଳି: ୧୩ ତାରିଖରେ ଲଘୁଚାପ, ୨୦ ବେଳକୁ ଆଉ ଏକ ଘୂର୍ଣ୍ଣିବଳୟ ସମ୍ଭାବନା
  • ||
  • ପାଞ୍ଚ ଦିନରେ ପାଞ୍ଚ ଜିଲ୍ଲା ବୁଲିବେ ଉପମୁଖ୍ୟମନ୍ତ୍ରୀ, ଆଜି କୋଟିଆରେ ‘ସୁଭଦ୍ରା’ ସମୀକ୍ଷା କରିବେ
  • ||
  • ବଲାଙ୍ଗୀର : ନାଳକୁ ଖସିଲା ବାଇକ୍‌; ଜଣେ ମୃତ, ୨ ଗୁରୁତର
  • ||

୧୮ ବର୍ଷ ପରେ ଏକାଠି ହେବେ ସୂର୍ଯ୍ୟ-କେତୁ: ଏହି ରାଶିଙ୍କୁ ମିଳିବ ସଫଳତା...

Published By : Harapriya Sethi | August 8, 2025 6:53 AM

ଚଳିତ ଅଗଷ୍ଟ ମାସ ୧୭ ତାରିଖରେ ସିଂହ ରାଶିରେ ସୂର୍ଯ୍ୟ ଚଳନ କରିବେ । ସୂର୍ଯ୍ୟଙ୍କ ଏହି ଚଳନ ସହ ଏହି ଦିନ ଦୀର୍ଘ ୧୮ ବର୍ଷ ପରେ କେତୁ ଓ ସୂର୍ଯ୍ୟ ସିଂହ ରାଶିରେ ଏକାଠି ହେବାକୁ ଯାଉଛନ୍ତି । ଜ୍ୟୋତିଷ ଶାସ୍ତ୍ର ଅନୁସାରେ ସୂର୍ଯ୍ୟ ଓ କେତୁ ଏହି ସମୟରେ ଏକାଠି ହେବା ଦ୍ୱାରା କିଛି ରାଶି ବ୍ୟକ୍ତି ବିଶେଷଙ୍କ ପାଇଁ ଏହା ଅତ୍ୟନ୍ତ ଲାଭକାରୀ ହେବାକୁ ଯାଉଛି । ମେଷ ସମେତ ୫ ରାଶିଙ୍କୁ ନୂଆ ନୂଆ ସୁଯୋଗ ମିଳିବ । ପ୍ରତିଷ୍ଠା ବୃଦ୍ଧି ହେବ । ମାନସିକ ଶାନ୍ତି ମିଳିବ । ଏହି ରାଶିଙ୍କୁ ସଫଳତା ସହ ଧନ ଲାଭର ଯୋଗ ରହିଛି । ଜାଣନ୍ତୁ..

ମେଷ- ସୂର୍ଯ୍ୟ ଓ କେତୁଙ୍କ ଏକାଠି ମେଷ ରାଶିରେ ୫ମ ସ୍ଥାନରେ ହେବାକୁ ଯାଉଛି । ପ୍ରେମ ସମ୍ପର୍କ ଓ ଦାମ୍ପତ୍ୟ ଜୀବନ ସୁଖମୟ ହେବ । ଅବିବାହିତ ଯୁବକ ଯୁବତୀଙ୍କ ବିବାହର ଯୋଗ ରହିଛି । ସଫଳତା ହାସଲ କରିବେ । ଚାକିରି କରୁଥିବା ବ୍ୟକ୍ତି ବିଶେଷଙ୍କ ଦରମା ବଢିବ । ବଡ ସଫଳତା ସହ ନୂଆ ନୂଆ ସୁଯୋଗ ମିଳିବ ।

ସିଂହ- ସିଂହ ରାଶିରେ ସୂର୍ଯ୍ୟ-କେତୁ ଏକାଠି ହେବା ଖୁବ୍‌ ପ୍ରଭାବଶାଳୀ ହେବ । ଆତ୍ମବିଶ୍ୱାସ ବୃଦ୍ଧି ହେବ । ମାନସିକ ଶାନ୍ତି ମିଳିବ । ଚାକିରିରେ ଦାୟିତ୍ୱ ବଢିବ । ମାନ-ସମ୍ମାନ ବୃଦ୍ଧି ହେବ । ଆର୍ଥିକ ଲାଭ ହେବ । ଆୟରେ ବୃଦ୍ଧି ହେବ । ପରିବାରରେ ହସଖୁସିର ବାତାବରଣ ରହିବ ।

ତୁଳା- ଆର୍ଥିକ ଓ ବ୍ୟବସାୟ ମାମଲାରେ ସମୟ ଶୁଭଙ୍କର । ବ୍ୟବସାୟରେ ଥିବା ସମସ୍ୟା ଦୂର ହୋଇ ଲାଭ ହେବ । ଅଟକି ଥିବା କାମ ମଧ୍ୟ ପୂରଣ ହେବ । ସଫଳତା ମିଳିବ । ଧନ ପ୍ରାପ୍ତି ପାଇଁ ନୂଆ ନୂଆ ସୁଯୋଗ ମିଳିବ । ଭବିଷ୍ୟତ ପାଇଁ ନୂଆ ଯୋଜନା କରିବା ସହ ସହଯୋଗ ମିଳିବ ।

ବିଛା- ଏହି ରାଶିଙ୍କୁ ଅନେକ କ୍ଷେତ୍ରରେ ସଫଳତା ମିଳିବ । ପରିଶ୍ରମର ଫଳ ସହ ସୁବର୍ଣ୍ଣ ସୁଯୋଗ ମିଳିବ । ମାନ-ସମ୍ମାନ ବଢିବା ସହ ହଠାତ୍‌ ଧନ ମିଳିବ । ସଫଳତା, ସୁଖ-ସମୃଦ୍ଧି ସବୁକିଛି ପ୍ରାପ୍ତି ହେବ । ପରିବାରରେ ହସଖୁସିର ବାତାବରଣ ରହିବ ।

ମକର- କର୍ମକ୍ଷେତ୍ର, ଶିକ୍ଷା, ବ୍ୟବସାୟରେ ଉନ୍ନତି ହିଁ ଉନ୍ନତି ହେବ । କର୍ମକ୍ଷେତ୍ରରେ ସଫଳତା ମିଳିବ । ବିଶେଷ କୃପା ମିଳିବ । ପୂର୍ବ ଅପେକ୍ଷା ଅଧିକ ଟଙ୍କା ସଞ୍ଚୟ କରିବେ । ପଦନ୍ନୋତି ହେବ । ଦାୟିତ୍ୱ ବଢିବ । ମାନସିକ ଶାନ୍ତି ମିଳିବ । କୋର୍ଟ-କଚେରୀ ମାମଲାରେ ସଫଳତା ମିଳିବ । ନୂଆ କାମ ଆରମ୍ଭ କରିବେ। ସୁବର୍ଣ୍ଣ ସୁଯୋଗ ମିଳିବ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.