ନୂଆଦିଲ୍ଲୀ,୦୭/୦୮: ଭାରତୀୟ ଟି-ଟ୍ୱେଣ୍ଟି ଦଳର ଅଧିନାୟକ ସୂର୍ଯ୍ୟକୁମାର ଯାଦବ ଅଭ୍ୟାସ ଆରମ୍ଭ କରିଛନ୍ତି । ଆଗାମୀ ଏସିଆ କପ୍‌ ପୂର୍ବରୁ ଏହା ବିସିସିଆଇକୁ ଆଶ୍ୱସ୍ତ କରିଛି । ସେ ଏବେ ବେଙ୍ଗାଲୁରୁ ସ୍ଥିତ ବିସିସିଆଇ ସେଣ୍ଟର ଅଫ୍‌ ଏକ୍ସଲେନ୍ସରେ ରହି ଫିଟନେସ୍‌ ଫେରି ପାଇବାକୁ ଉଦ୍ୟମ ଜାରି ରଖିଛନ୍ତି । ଗତ ଜୁନ୍ ମାସରେ ସେ ମ୍ୟୁନିକ୍ ସ୍ଥିତ ଏକ ହସ୍ପିଟାଲ୍‌ରେ ସ୍ପୋର୍ଟ୍ସ ହାର୍ନିଆ ଅସ୍ତ୍ରୋପଚାର କରାଇଥିଲେ । 

ମୁମ୍ବାଇ କ୍ରିକେଟ୍‌ ଆସୋସିଏସନ୍‌ର ଜଣେ ଅଧିକାରୀଙ୍କ ସୂଚନା ମୁତାବକ,  ସୂର୍ଯ୍ୟକୁମାର ଇତି ମଧ୍ୟରେ ବ୍ୟାଟିଂ ଅଭ୍ୟାସ ଆରମ୍ଭ କରିଛନ୍ତି । ଆଗାମୀ ୩ ସପ୍ତାହ  ମଧ୍ୟରେ ଧୀରେ ଧୀରେ ତାଙ୍କର କାର୍ଯ୍ୟଭାର ବଢ଼ାଯିବ । ଏସିଆ କପ୍‌ ପୂର୍ବରୁ ସେ ସମ୍ପୂର୍ଣ୍ଣ ଫିଟ୍‌ ହୋଇସାରିଥିବେ । ଭାରତୀୟ ଦଳ ଆଗାମୀ ସେପ୍ଟେମ୍ବର ପ୍ରଥମ ସପ୍ତାହରେ ୟୁଏଇ ଯାତ୍ରା କରିବ । ଚଳିତ ମାସ ଶେଷ ସୁଦ୍ଧା ସେ ଦଳ ସହ ଯୋଗ ଦେଇ ସାରିଥିବେ ।' ଏସିଆ କପ୍‌ ଆଗାମୀ ସେପ୍ଟେମ୍ବର ୯ରୁ  ଆରମ୍ଭ ହୋଇ ୨୮ ତାରିଖରେ ଶେଷ ହେବ ।