ଅହମ୍ମଦାବାଦ, ୨୧/୨ : ଟିମ୍ ଇଣ୍ଡଆ ଏବେ ଦମଦାର ଫର୍ମରେ ରହିଛି । ଭାରତ ଲିଗ୍ ପର୍ଯ୍ୟାୟରେ ଅପରାଜେୟ ରହିଥିବାବେଳେ ଏବେ ସୁପର-୮ରେ ଶକ୍ତିଶାଳି ଦଳଙ୍କ ବିପକ୍ଷରେ ଲଢ଼ିବାକୁ ଯାଉଛି । ତେବେ ଲିଗ୍ ପର୍ଯ୍ୟାୟରେ ଟି-୨୦ର ନମ୍ବର ଓ୍ବାନ୍ ବ୍ୟାଟ୍ସମ୍ୟାନ୍ ଅଭିଶେକ ଶର୍ମା ଫ୍ଲପ୍ ହୋଇଛନ୍ତି । ସେ ତିନୋଟି ମ୍ୟାଚରେ ୮ ବଲର ସାମ୍ନା କରି ଖାତା ଖୋଲିପାରିନାହାନ୍ତି । ତିନୋଟି ଯାକ ମ୍ୟାଚରେ ଜିରୋରେ ଆଉଟ୍ ହେବା ପରେ ଏବେ ସେ ସୁପର-୮ରେ ଦଳରେ ସ୍ଥାନ ପାଇବେ କି ନାହିଁ ଏହାକୁ ନେଇ ଏକ ଚର୍ଚ୍ଚା ଆରମ୍ଭ ହୋଇଛି ।
Look at Ishan kishan's face, when Abhishek is giving the pep talk. 😂 pic.twitter.com/zm1tLzUyjZ
— Gangadhar (@gangadhar_11) February 20, 2026
ସେପଟେ ଚର୍ଚ୍ଚା ଭିତରେ ବିସିସିଆଇ ପକ୍ଷରୁ ଏକ ଭିଡିଓ ସୋସିଆଲ ମିଡିଆରେ ସେୟାର କରାଯାଇଛି । ଯେଉଁଥିରେ ଦଳର ସମସ୍ତ ଖେଳାଳି ଏକାଠି ହୋଇଛନ୍ତି । ଆଉ ଏଠାରେ ଅଭିଶେକ ଶର୍ମା କହିଛନ୍ତି କି, ଜୋ ବୋଲେ ସୋ ନିହାଲ । ଯାହା ହେବ ଦେଖାଯିବ । ସେ ଏଭଳି ଏକ ସ୍ଲୋଗାନ ଦେଇଥିବାର ଭିଡିଓ ସେୟାର କରାଯାଇଥିବାବେଳେ ୟୁଜର୍ସମାନେ ବିଭିନ୍ନ କମେଣ୍ଟମାନ କରୁଛନ୍ତି । ତେବେ ଏଥିରୁ ସ୍ପଷ୍ଠଭାବେ ଜଣାପଡ଼ୁଛି କି, ଅହମ୍ମଦାବାଦରେ ଦକ୍ଷିଣଆଫ୍ରିକା ବିପକ୍ଷରେ ଭାରତ ନିଜର ପ୍ରଥମ ସୁପର-୮ ମୁକାବିଲା ଖେଳିବାକୁ ଥିବାବେଳେ ଅଭିଶେକ ଶର୍ମାଙ୍କୁ ଦଳରେ ଖେଳିବାର ସୁଯୋଗ ମିଳିପାରେ ।
ମ୍ୟାଚ ପୂର୍ବରୁ ଭାରତୀୟ ଅଭ୍ୟାସ କରୁଥିବାବେଳେ ଅଭିଶେକ ଶର୍ମା ମଧ୍ୟ ଜୋରଦାର ଅଭ୍ୟାସ କରିଛନ୍ତି । ଏହାସହ ସେ କୋଚ ଗୌତମ ଗମ୍ଭୀରଙ୍କ ସହ ଦୀର୍ଘ ସମୟ ପର୍ଯ୍ୟନ୍ତ ମଧ୍ୟ ଆଲୋଚନା କରିଥିବା ଦେଖିବାକୁ ମିଳିଥିଲା । ଏହାସହ ବୋଲିଂ ମଧ୍ୟ କରିଥିଲେ ଅଭିଶେକ। ବୋଲିଂ କୋଚ ମଣି ମର୍କେଲ ଅଭିଶେକଙ୍କ ପ୍ଲେଇଂ ୧୧ରେ ସ୍ଥାନକୁ ନେଇ ନିଜର ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି କି, ଅଭିଶେକ ଟି-୨୦ରେ ବିଶ୍ବର ଜଣେ ଶ୍ରେଷ୍ଠ ବ୍ୟାଟ୍ସମ୍ୟାନ । ମାତ୍ର ପରବର୍ତ୍ତୀ ମ୍ୟାଚରେ ସେ ଦଳରେ ଖେଳିବେ କି ନାହିଁ ଏନେଇ କୌଣସି ଆଲୋଚନା ହୋଇନାହିଁ ।
ଏହାସହ ପଢ଼ନ୍ତୁ : ୧୭ ବର୍ଷର ପୁରୁଣା ସଂଯୋଗ, ଆଗକୁ ଯାଇପାରିବ ତ ଟିମ୍ ଇଣ୍ଡିଆ ?