ପ୍ରମୂଖ ଖବର
  • ମେ ୨୭ରେ କେରଳ ଛୁଇଁବ ମୌସୁମୀ ବାୟୁ ! ମଡେଲଜନିତ ତ୍ରୁଟି ପାଇଁ ୪ ଦିନ ଆଗପଛ ହୋଇପାରେ
  • ||
  • ମୟୂରଭଞ୍ଜ : ଭାରସାମ୍ୟ ହରାଇ ଓଲଟିଲା ଯାତ୍ରୀବାହୀ ବସ୍‌, ୧୭ରୁ ଉର୍ଦ୍ଧ୍ୱ ଆହତ
  • ||
  • କଟକ : ମହାନଦୀ କୂଳରୁ ଯୁବକଙ୍କ ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ
  • ||
  • ଭଦ୍ରକ : ତୋଟା ସାହିରେ ଭୟାବହ ଅଗ୍ନିକାଣ୍ଡ, ଜଳିଗଲା ୬ ବଖରା ଘର
  • ||
  • ବୈଦେଶିକ ମନ୍ତ୍ରାଳୟ ଓ ସେନା ପକ୍ଷରୁ ମିଳିତ ପ୍ରେସ୍‌ମିଟ୍‌, ସୀମାନ୍ତ ରାଜ୍ୟକୁ ଡ୍ରୋନରେ ଟାଗେର୍ଟ କରୁଛି ପାକ୍
  • ||
  • ସେଲ୍‌ଫି ପ୍ରତିଯୋଗିତାର ବିଜେତାଙ୍କୁ ସୁଭଦ୍ରା ମଞ୍ଚରେ ପୁରସ୍କୃତ କରାଯିବ
  • ||
  • ରାଜ୍ୟରେ ସମସ୍ତ ଜିଲ୍ଲାପାଳ ଓ IPSଙ୍କ ଛୁଟି ବାତିଲ, ହେଡକ୍ଵାଟର୍ ନଛାଡ଼ିବାକୁ ନିର୍ଦ୍ଦେଶ
  • ||
  • ରାଜଧାନୀରେ ବାର୍‌ ଉପରକୁ ଗୁଳି ଏବଂ ବୋମାମାଡ଼, ଜଣେ ଗୁରୁତର
  • ||
  • ଏମ୍‌ସ ଭୁବନେଶ୍ୱର କର୍ମଚାରୀଙ୍କ ଛୁଟି ବାତିଲ, ଛୁଟିରେ ଥିଲେ ତୁରନ୍ତ ଯୋଗଦେବାକୁ ନିର୍ଦ୍ଦେଶ
  • ||
  • ରାଜୌରୀ ଅତିରିକ୍ତ ଜିଲ୍ଲା ଉନ୍ନୟନ କମିଶନରଙ୍କ ଘର ଉପରକୁ ପାକିସ୍ତାନର ଆକ୍ରମଣ, ଅଧିକାରୀଙ୍କ ସମେତ ୨ ମୃତ
  • ||
  • ରଣପୁର ଆକାଶରେ ଉଡିଲା ଡ୍ରୋନ୍: ଲୋକେ ଛାନିଆ, ପୁଲିସକୁ ଦେଲେ ସୂଚନା
  • ||
  • ଫୁଲବାଣୀ : ବାଇକ୍‌ ଆରୋହୀଙ୍କୁ ଚାପିଦେଲା ବସ୍‌: ୨ ମୃତ, ଜଣେ ଗୁରୁତର
  • ||
  • ଯୁଦ୍ଧ ପରିସ୍ଥିତି ଭିତରେ ପାକିସ୍ତାନରେ ଭୂକମ୍ପ, ରେକ୍ଟର ୪.୦ ତୀବ୍ରତା ରେକର୍ଡ
  • ||
  • ରାଜ୍ୟରେ୧୪ ଯାଏ କଲବଲ କରିବ ଗ୍ରୀଷ୍ମଲହରି, ନାକେଦମ୍‌ କରିବ ଗୁଳୁଗୁଳି
  • ||

ଇତିହାସ ରଚିଲେ ଟି-ଟ୍ବେଣ୍ଟି ସ୍ପେଶାଲିଷ୍ଟ ସୂର୍ଯ୍ୟକୁମାର, ୮,୦୦୦ ରନ୍ କରିବାରେ ୫ମ ଭାରତୀୟ

Published By : Ankita S | April 2, 2025 8:25 AM

ନୂଆଦିଲ୍ଲୀ,୦୨/ ୦୪: ମୁମ୍ବାଇ ଇଣ୍ଡିଆନ୍ସର ଷ୍ଟାର୍‌ ବ୍ୟାଟର ସୂର୍ଯ୍ୟକୁମାର ଯାଦବ ପଞ୍ଚମ ଭାରତୀୟ ଭାବେ ଟିଟ୍ୱେଣ୍ଟି ଫର୍ମାଟ କ୍ରିକେଟରେ ୮,୦୦୦ ରନ୍‌ ପୂରଣ କରିଛନ୍ତି । ଗତ କୋଲକାତା ନାଇଟ୍‌ ରାଇଡର୍ସ ବିପକ୍ଷ ଲିଗ୍‌ ମ୍ୟାଚ୍‌ରେ ସେ ୯ଟି ବଲ୍‌ରୁ ଅପରାଜିତ ୨୭ରନ୍‌ କରିବା ସହ ଏହି ମାଇଲଖୁଣ୍ଟ ଛୁଁଇଥିଲେ । ସୂର୍ଯ୍ୟକୁମାର ୩୧୨ଟି ମ୍ୟାଚ୍‌ ଖେଳି ମୋଟ ୮,୦୦୭ରନ୍‌ ସଂଗ୍ରହ କରି ସାରିଛନ୍ତି ।

ଭାରତୀୟ ବ୍ୟାଟର ଭାବେ ବିରାଟ କୋହଲିଙ୍କ ନାମରେ ଟି-ଟ୍ୱେଣ୍ଟି ଫର୍ମାଟ କ୍ରିକେଟରେ ସର୍ବାଧିକ ରନ୍‌ ରେକର୍ଡ଼ ରହିଛି । ସେ ମୋଟ ୧୨,୯୭୬ (୯ଶତକ, ୯୮ଅର୍ଦ୍ଧଶତକ) ରନ୍‌ କରିଛନ୍ତି । ସେହିପରି ରୋହିତ ଶର୍ମା ୧୧,୮୫୧ (୮ଶତକ, ୭୮ଅର୍ଦ୍ଧଶତକ) ରନ୍‌ ସହ ତାଲିକାରେ ଦ୍ୱିତୀୟ, ଶିଖର ଧାୱନ ୯,୭୯୭ରନ୍‌ ସହ ତୃତୀୟ, ସୁରେଶ ରାଇନା ୮,୬୫୪ରନ୍‌ ସହ ଚତୁର୍ଥ ସ୍ଥାନରେ ରହିଛନ୍ତି । ସୂର୍ଯ୍ୟକୁମାର ୮,୦୦୦ ଟିଟ୍ୱେଣ୍ଟି ରନ୍‌ ପୂରଣରେ ଦ୍ୱିତୀୟ ଦ୍ରୁତତମ ବ୍ୟାଟର ସାବ୍ୟସ୍ତ ହୋଇଛନ୍ତି । 

ଅଧିକ ପଢନ୍ତୁ...IPL 2025; ଆରସିବି ବନାମ ଗୁଜରାଟ ଲଢେଇ, କୋହଲି-ଗିଲଙ୍କ ଉପରେ ନଜର

ସେ ୫,୨୫୬ଟି ବଲ୍‌ ଖେଳି ଏହି କ୍ଲବ୍‌ରେ ସାମିଲ ହୋଇଛନ୍ତି । ୱେଷ୍ଟଇଣ୍ଡିଜ୍‌ର ଆନ୍ଦ୍ରେ ରସେଲ ୪,୭୪୯ଟି ବଲ୍‌ରେ ଦ୍ରୁତତମ ୮,୦୦୦ ରନ୍‌ ପୂରଣ କରିଥିଲେ । ଟିଟ୍ୱେଣ୍ଟି ଫର୍ମାଟ କ୍ରିକେଟରେ ୱେଷ୍ଟଇଣ୍ଡିଜ୍‌ର କ୍ରିସ୍‌ ଗେଲ୍‌ଙ୍କ ନାମରେ ସର୍ବାଧିକ ରନ୍‌ ରେକର୍ଡ଼ ରହିଛି । ସେ ୪୬୩ଟି ମ୍ୟାଚ୍‌ ଖେଳି ମୋଟ ୧୪,୫୬୨ରନ୍‌ ସଂଗ୍ରହ କରିଛନ୍ତି । ତାଙ୍କର ସର୍ବାଧିକ ବ୍ୟକ୍ତିଗତ ସ୍କୋର ଅପରାଜିତ ୧୭୫ ରହିଛି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.