ନୂଆଦିଲ୍ଲୀ,୦୨/ ୦୪: ମୁମ୍ବାଇ ଇଣ୍ଡିଆନ୍ସର ଷ୍ଟାର୍‌ ବ୍ୟାଟର ସୂର୍ଯ୍ୟକୁମାର ଯାଦବ ପଞ୍ଚମ ଭାରତୀୟ ଭାବେ ଟିଟ୍ୱେଣ୍ଟି ଫର୍ମାଟ କ୍ରିକେଟରେ ୮,୦୦୦ ରନ୍‌ ପୂରଣ କରିଛନ୍ତି । ଗତ କୋଲକାତା ନାଇଟ୍‌ ରାଇଡର୍ସ ବିପକ୍ଷ ଲିଗ୍‌ ମ୍ୟାଚ୍‌ରେ ସେ ୯ଟି ବଲ୍‌ରୁ ଅପରାଜିତ ୨୭ରନ୍‌ କରିବା ସହ ଏହି ମାଇଲଖୁଣ୍ଟ ଛୁଁଇଥିଲେ । ସୂର୍ଯ୍ୟକୁମାର ୩୧୨ଟି ମ୍ୟାଚ୍‌ ଖେଳି ମୋଟ ୮,୦୦୭ରନ୍‌ ସଂଗ୍ରହ କରି ସାରିଛନ୍ତି ।

ଭାରତୀୟ ବ୍ୟାଟର ଭାବେ ବିରାଟ କୋହଲିଙ୍କ ନାମରେ ଟି-ଟ୍ୱେଣ୍ଟି ଫର୍ମାଟ କ୍ରିକେଟରେ ସର୍ବାଧିକ ରନ୍‌ ରେକର୍ଡ଼ ରହିଛି । ସେ ମୋଟ ୧୨,୯୭୬ (୯ଶତକ, ୯୮ଅର୍ଦ୍ଧଶତକ) ରନ୍‌ କରିଛନ୍ତି । ସେହିପରି ରୋହିତ ଶର୍ମା ୧୧,୮୫୧ (୮ଶତକ, ୭୮ଅର୍ଦ୍ଧଶତକ) ରନ୍‌ ସହ ତାଲିକାରେ ଦ୍ୱିତୀୟ, ଶିଖର ଧାୱନ ୯,୭୯୭ରନ୍‌ ସହ ତୃତୀୟ, ସୁରେଶ ରାଇନା ୮,୬୫୪ରନ୍‌ ସହ ଚତୁର୍ଥ ସ୍ଥାନରେ ରହିଛନ୍ତି । ସୂର୍ଯ୍ୟକୁମାର ୮,୦୦୦ ଟିଟ୍ୱେଣ୍ଟି ରନ୍‌ ପୂରଣରେ ଦ୍ୱିତୀୟ ଦ୍ରୁତତମ ବ୍ୟାଟର ସାବ୍ୟସ୍ତ ହୋଇଛନ୍ତି । 

ଅଧିକ ପଢନ୍ତୁ...IPL 2025; ଆରସିବି ବନାମ ଗୁଜରାଟ ଲଢେଇ, କୋହଲି-ଗିଲଙ୍କ ଉପରେ ନଜର

ସେ ୫,୨୫୬ଟି ବଲ୍‌ ଖେଳି ଏହି କ୍ଲବ୍‌ରେ ସାମିଲ ହୋଇଛନ୍ତି । ୱେଷ୍ଟଇଣ୍ଡିଜ୍‌ର ଆନ୍ଦ୍ରେ ରସେଲ ୪,୭୪୯ଟି ବଲ୍‌ରେ ଦ୍ରୁତତମ ୮,୦୦୦ ରନ୍‌ ପୂରଣ କରିଥିଲେ । ଟିଟ୍ୱେଣ୍ଟି ଫର୍ମାଟ କ୍ରିକେଟରେ ୱେଷ୍ଟଇଣ୍ଡିଜ୍‌ର କ୍ରିସ୍‌ ଗେଲ୍‌ଙ୍କ ନାମରେ ସର୍ବାଧିକ ରନ୍‌ ରେକର୍ଡ଼ ରହିଛି । ସେ ୪୬୩ଟି ମ୍ୟାଚ୍‌ ଖେଳି ମୋଟ ୧୪,୫୬୨ରନ୍‌ ସଂଗ୍ରହ କରିଛନ୍ତି । ତାଙ୍କର ସର୍ବାଧିକ ବ୍ୟକ୍ତିଗତ ସ୍କୋର ଅପରାଜିତ ୧୭୫ ରହିଛି ।