ନୂଆଦିଲ୍ଲୀ, ୧୨/୨ : ଆମେରିକା ବିପକ୍ଷ ପ୍ରଥମ ମ୍ୟାଚରେ ଦମଦାର ପ୍ରଦର୍ଶନ କରିଥିଲେ ଭାରତୀୟ ଦଳର ଅଧିନାୟକ ସୂର୍ଯ୍ୟକୁମାର ଯାଦବ । ଗୁରୁବାର ନାମିବିୟା ବିପକ୍ଷ ମ୍ୟାଚରେ ମଧ୍ୟ ସେ ଦଳ ପାଇଁ ବଡ଼ ସ୍କୋର କରି ବିଜୟ ଧାରାକୁ ଜାରି ରଖିବେ ବୋଲି ଫ୍ୟାନ୍ସମାନେ ଆଶା ରଖିଛନ୍ତି । ତେବେ ମ୍ୟାଚ ପୂର୍ବରୁ ସୂର୍ଯ୍ୟ କୁମାର ଯାଦବଙ୍କ ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି । ଯେଉଁ ଭିଡିଓରେ ଅଭିନେତ୍ରୀ ନୋରା ଫତୋହି ଡ୍ୟାନ୍ସ କରୁଛନ୍ତି । ଯାହାର ମଜା ଗ୍ୟାଲେରୀରେ ରହି ଉଠାଉଛନ୍ତି ସୂର୍ଯ୍ୟ କୁମାର ଯାଦବ । ଆଉ ଏହି ଭିଡିଓ ନିଜେ ମୋବାଇଲରେ କଏଦ କରିଛନ୍ତି ତାଙ୍କ ପତ୍ନୀ ଦେବିକା ।
Surya Kumar Yadav's wife caught him in 4K watching Nora Fatehi's dance performance at the opening ceremony. Hilarious reactions from Ishan Kishan and Arshdeep Singh! 😃 pic.twitter.com/EopH7WvOez
— Deepu (@deepu_drops) February 12, 2026
ଆମେରିକା ବିପକ୍ଷରେ ଉଦଘାଟନୀ ମ୍ୟାଚ ଖେଳିଥିଲା ଭାରତ । ମ୍ୟାଚ ପୂର୍ବରୁ ଅନୁଷ୍ଠିତ ହୋଇଥିଲା ରଙ୍ଗାରଙ୍ଗ କାର୍ଯ୍ୟକ୍ରମ । ଯେଉଁଠି ଭାରତୀୟ ଖେଳାଳିମାନେ ଡ୍ରେସିଂରୁମ ବାଲକୋନୀରେ ରହି ନୋରାଙ୍କ ଡ୍ୟାନ୍ସର ମଜା ନେଉଥିଲେ । ଏହି ସମୟରେ ମୋବାଇଲରେ ଭିଡିଓ କରୁଥିଲେ ଦେବୀକା । ସ୍ବାମୀ କଣ କରୁଛନ୍ତି ଏହା ଉପରେ ନଜର ରଖିଥିଲେ । ଆଉ ମୋବାଇଲ ଯେତେବେଳେ ଦେଖିଥିଲେ ସୂର୍ଯ୍ୟ ସେ ହସି ଦେଇଥିଲେ । ପାଖରେ ଥିବା ଇଶାନ କିଷନ ଏବଂ ଅର୍ଶଦୀପ ହସି ଦେଇଥିଲେ ଏବଂ ହାତ ଉଠାଇଥିଲେ । ଏହି ଭିଡିଓଟି ସୋସିଆଲ ମିଡିଆରେ ଭାଇରାଲ ହେଉଥିବାବେଳେ ୟୁଜର୍ସମାନେ ବିଭିନ୍ନ ମଜାଳିଆ କମେଣ୍ଟମାନ ଦେଉଛନ୍ତି ।
କହି ରଖୁଛୁ କି, ଆମେରିକା ବିପକ୍ଷ ମ୍ୟାଚରେ ଭାରତ ପ୍ରଥମରୁ ବ୍ୟାଟିଂ ବିପର୍ଯ୍ୟୟର ସାମ୍ନା କରିଥିଲା । ପାଓ୍ବାର ପ୍ଲେରେ ୪୬ ରନରେ ୪ ଓ୍ବିକେଟ ହରାଇଥିଲା । ସଙ୍କଟମୋଚକ ସାଜି ଶେଷ ପର୍ଯ୍ୟନ୍ତ ଲଢ଼ି ବଡ଼ ସ୍କୋର କରିବାରେ ସକ୍ଷମ ହୋଇଥିଲେ ଅଧିନାୟକ ସୂର୍ଯ୍ୟ କୁମାର ଯାଦବ । ସେ ୪୯ ବଲରେ ୮୫ ରନ୍ କରି ଅପରାଜିତ ରହିଥିଲେ । ଜବାବରେ, ଆମେରିକା ଦଳ କେବଳ ୧୩୨ ରନ୍ କରିପାରିଥିଲା ଏବଂ ଭାରତ ୨୯ ରନ୍ରେ ମ୍ୟାଚ୍ ଜିତିଥିଲା। ତେବେ ଏହି ମ୍ୟାଚରେ ସୂର୍ଯ୍ୟ କୁମାର ଯାଦବ ଦମଦାର ବ୍ୟାଟିଂ କରି ଦଳକୁ ବଞ୍ଚାଇ ଦେଇଥିଲେ । ଆଜି ମଧ୍ୟ ବଡ଼ ପାଳି ଖେଳିବେ ବୋଲି ଆଶା ରଖାଯାଇଛି ।
ଏହାସହ ପଢ଼ନ୍ତୁ : ବାବର ଆଜମଙ୍କ ଧିମା ବ୍ୟାଟିଂ ପାଇଁ ମଜାକ୍ ଉଡ଼ାଇଲେ ନିଜ ଦେଶର ଖେଳାଳି