• ବୈଭବ ସୂର୍ଯ୍ୟବଂଶୀଙ୍କ ଦମଦାର ବ୍ୟାଟିଂ
  • ଛକାରେ ଡିଲ୍ କଲେ ଅର୍ଦ୍ଧଶତକ
  • ଷ୍ଟାଡିୟମ ବାହାରେ ପକାଇଲେ ବଲ

ନୂଆଦିଲ୍ଲୀ ; ୫/୧ :ପୁଣି ଚମକିଛି ବୈଭବ ସୂର୍ଯ୍ୟବଂଶୀଙ୍କ ବ୍ୟାଟ୍ । ୧୯ ବର୍ଷରୁ କମ୍ ଦଳରେ ଦମଦାର ପ୍ରଦର୍ଶନ । ଦକ୍ଷିଣ ଆଫ୍ରିକା ବିପକ୍ଷ ଦିନିକିଆରେ କରିଛନ୍ତି ବିସ୍ଫୋରକ ବ୍ୟାଟିଂ । ପ୍ରଥମ ବଲରୁ ଆକ୍ରମଣାତ୍ମକ ଢ଼ଙ୍ଗରେ ଖେଳ ପ୍ରଦର୍ଶନ କରିଥିଲେ ବୈଭବ । ସେ ଏହି ମ୍ୟାଚରେ ମାତ୍ର ୨୪ ବଲ ଖେଳିଥିବାବେଳେ ୬୮ ରନର ପାଳି ଖେଳିଛନ୍ତି । ସବୁଠାରୁ ଗୁରୁତ୍ବପୂର୍ଣ୍ଣ କତା ହେଉଛି କି, ସେ ବଡ଼ ବଡ଼ ଛକା ମାରିଥିବା ଦେଖିବାକୁ ମିଳିଥିଲା । ୧୦ଟି ଛକା ମାରିଥିବାବେଳେ ଷ୍ଟାଡିୟମ ବାହାରେ ସେ ବଲକୁ ପକାଇଥିଲେ ।

ପ୍ରଥମ ବଲରୁ ଧୁରନ୍ଧର ବ୍ୟାଟିଂ କରି ବୋଲରଙ୍କ ଉପରେ ଚାପ ପକାଇଥିଲେ ବୈଭବ । ସେ ୧୯ ବଲରୁ ନିଜର ଅର୍ଦ୍ଧଶତକ ହାସଲ କରିବାରେ ସଫଳ ହୋଇଥିଲେ । ତେବେ ଜାଣି ଆଶ୍ଚର୍ଯ୍ୟ ହେବେ ବି ଏହି ଅର୍ଦ୍ଧଶତକ ମଧ୍ୟରେ ଗୋଟିଏ ମଧ୍ୟ ଚୌକା ନଥିଲା । ସେ କେବଳ ଛକାରେ ଡିଳ୍ କରିଥିଲେ । ଯେଉଁଥିରେ ୮ ଛକା ରହିଥିଲା । ବୈଭବ ସୂର୍ଯ୍ୟବଂଶୀ ଯେତେବେଳେ ନିଜର ସପ୍ତମ ଛକା ମାରିଥିଲେ ଏହା ଷ୍ଟାଡିୟମ ବାହାରେ ପଡ଼ିଥିଲା। ବଲ ଖୋଜିବାରେ ସମୟ ଲାଗିଥିଲା । ଏମିତିକି ଖେଳକୁ ମଧ୍ୟ କିଛି ସମୟ ପାଇଁ ସ୍ଥଗିତ ରଖାଯାଇଥିଲା । ୨୮୮.୩୩ ଷ୍ଟ୍ରାଇକ୍ ରେଟରେ ନିଜର ପ୍ରଦର୍ଶନ ଜାରି ରଖିଥିଲେ । ଫ୍ୟାନ୍ସମାନେ ମଧ୍ୟ ତାଙ୍କ ବ୍ୟାଟିଂର ମଜା ନେଇଥିଲେ । ମାତ୍ର ସେ ୨୪ ବଲରେ ୬୮ ରନ କରିବାରେ ସଫଳ ହୋଇଥିଲେ । ଆଗକୁ ଅଣ୍ଡର-୧୯ ବିଶ୍ବକପ ହେବାକୁ ଥିବାବେଳେ ଦଳର ଅଧିନାୟକ ଭାବେ ଏବେ ମ୍ୟାଚ ଖେଳୁଛନ୍ତି ବୈଭବ ସୂର୍ଯ୍ୟବଂଶୀ ।

ଆୟୁଷ ମାତ୍ରେ ଆହତ ହେବା ପରେ ଦଳରୁ ବାହାରେ ରହିଛନ୍ତି । ତାଙ୍କ ସ୍ଥାନରେ ବୈଭବ ସୂର୍ଯ୍ୟବଂଶୀ ଅଧିନାୟକ ପଦ ସମ୍ଭାଳିଛନ୍ତି । ପ୍ରଥମେ ଚର୍ଚ୍ଚା ହେଉଥିଲା କି, ଅଧିନାୟକ ହେବା ପରେ ଚାପରେ ଖେଳିବେ । ଯାହାର ଫାଇଦା ବୋଲରମାନେ ଉଠାଇବେ । ମାତ୍ର ସେ ଏଭଳି ପ୍ରଦର୍ଶନ କଲେ କି, ବୋଲରମାନେ ପ୍ରଥମରୁ ଚାପରେ ରହିଥିଲେ । ତେବେ ବିା୍ବକପ ପୂର୍ବରୁ ତାଙ୍କ ପ୍ରଦର୍ଶନ ଅନେକ ଗୁରୁତ୍ବବହନ କରୁଛି ଭାରତୀୟ ଦଳ ପାଇଁ । ଯଦି ସେ ଫର୍ମରେ ରୁହନ୍ତି ତାହେଲେ ଭାରତ ନିଶ୍ଚିତ ଭାବେ ଲାଭଦାୟକ ହେବ ।