ମୁମ୍ବାଇ,୧୭/୫ : ବଲିଉଡ଼ ଅଭିନେତା ସୁଶାନ୍ତ ସିଂହ ରାଜପୁତ । ଏ ନାଁ ହିଁ କାଫି । ତାଙ୍କର ବେଶୀ କିଛି ପରିଚୟ ଦେବା ଆବଶ୍ୟକ ନାହିଁ । ଏକତା କପୁରଙ୍କ ଶୋ ‘ପବିତ୍ର ରିସ୍ତା’ର ମାନବ ଚରିତ୍ରରେ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କୁ ଘରେ ଘରେ ପରିଚୟ ମିଳିଥିଲା । ଏହାପରେ ସେ ଫିଲ୍ମରେ ପାଦ ଥାପିଥିଲେ। ବାସ୍ ସେଠୁ ଆଉ ପଛକୁ ଚାହିଁ ନ ଥିଲେ। ଗୋଟିଏ ପରେ ଗୋଟିଏ ଫିଲ୍ମରେ କାମ କରିଥିଲେ । ତାଙ୍କ ସିନେମା ଗୁଡ଼ିକ ମଧ୍ୟରେ ଥିଲା, ‘କାଇ ପୋ ଛେ’, ‘ଏମ.ଏସ.ଧୋନୀ : ଦ ଅନଟୋଲ୍ଡ ଷ୍ଟୋରୀ‘ ଏବଂ ‘ଛିଛୋରେ’ । ଏହି ଫିଲ୍ମରେ ତାଙ୍କ କାମକୁ ବହୁ ପସନ୍ଦ କରାଯାଇଥିଲା । ଦେଖୁ ଦେଖୁ ସେ ଯୁବପିଢୀଙ୍କ ପସନ୍ଦିତା ଅଭିନେତା ହୋଇଯାଇଥିଲେ । କିନ୍ତୁ ୧୪ଜୁନ୍ ୨୦୨୦ରେ ତାଙ୍କର ଅଚାନକ ମୃତ୍ୟୁର ଖବର ପୂରା ଦେଶକୁ ଆଶ୍ଚର୍ଯ୍ୟ କରିଦେଇଥିଲା । ଆଜି ବି ତାଙ୍କ ଫ୍ୟାନ୍ସ ତାଙ୍କୁ ସୋସିଆଲ ମିଡ଼ିଆରେ ବହୁ ମନେ ପକାଉଛନ୍ତି ଏବଂ ତାଙ୍କ ଫିଲ୍ମ ଦେଖି ଇମୋଶନାଲ ହୋଇଯାଉଛନ୍ତି ।

ଏହା ମଧ୍ୟରେ ଏବେ ଇଣ୍ଟରନେଟରେ ଏକ ଏଭଳି ଭିଡ଼ିଓ ଭାଇରାଲ ହେବାରେ ଲାଗିଛି ଯାହା ଲୋକଙ୍କୁ ଆଶ୍ଚର୍ଯ୍ୟ କରିଦେଉଛି । ଏହି ଭିଡ଼ିଓରେ ଏକ ବ୍ୟକ୍ତି ଦେଖାଯାଉଛନ୍ତି ଯିଏ ଅବିକଳ ସୁଶାନ୍ତ ସିଂହ ରାଜପୁତଙ୍କ ଭଳି ନଜର ଆସୁଛନ୍ତି । ଠିକ୍ ତାଙ୍କ ଭଳି ମୁହଁ, ହସ ଏବଂ ଆଖି ପର୍ଯ୍ୟନ୍ତ ମିଶି ଯାଉଛି । ପ୍ରଥମ ନଜରରେ ଚିହ୍ନିବା କଷ୍ଟ ହୋଇଯାଉଛି କି ଇଏ ଆଉ କିଏ । ସୋସିଆଲ ମିଡ଼ିଆରେ ଲୋକ ତାଙ୍କୁ ଦେଖି ଆଶ୍ଚର୍ଯ୍ୟ ହୋଇଯାଉଛନ୍ତି ଏବଂ ଲଗାତାର ସେୟାର କରୁଛନ୍ତି ।

ସୁଶାନ୍ତଙ୍କ ଏହି ଡୁପ୍ଲିକେଟଙ୍କ ନାଁ ଅୟାନ କୁହାଯାଉଛି । ଯିଏ ସୋସିଆଲ ମିଡ଼ିଆ ପ୍ଲାଟଫର୍ମ ଇନଷ୍ଟାଗ୍ରାମରେ ବହୁ ଆକ୍ଟିଭ । ଅୟାନ ନିଜ ଭିଡ଼ିଓ ଏବଂ ଫଟୋକୁ ପ୍ରତ୍ୟେକ ଦିନ ପୋଷ୍ଟ କରିଥାନ୍ତି । ତାଙ୍କର ପ୍ରାୟ ୨.୯୫ଲକ୍ଷରୁ ଅଧିକ ଇନଷ୍ଟାଗ୍ରାମରେ ଫଲୋର୍ସ ବି ଅଛନ୍ତି । ଯେଉଁଭଳି ତାଙ୍କର ଏକ ଭିଡ଼ିଓ ଭାଇରାଲ ହୋଇଥିଲା ଲୋକେ ତାଙ୍କୁ ଦେଖି ଆଶ୍ଚର୍ଯ୍ୟ ହୋଇଯାଇଥିଲେ । କେତେକ ୟୁଜର୍ସ କମେଣ୍ଟରେ ଲେଖିଥିଲେ କି ଏ ତ ଅବିକଳ ସୁଶାନ୍ତ ସିଂହ ରାଜପୁତଙ୍କ କପି ଲାଗୁଛନ୍ତି । ଏହି ଭିଡ଼ିଓ ଭାଇରାଲ ହେବା ମାତ୍ରକେ ଇଣ୍ଟରନେଟରେ ସୁଶାନ୍ତଙ୍କ ଫ୍ୟାନ୍ସ ବହୁ କମେଣ୍ଟ କରୁଥିବା ନଜର ଆସୁଛନ୍ତି ।