ପ୍ରମୂଖ ଖବର
  • ବାଲେଶ୍ୱର : ବିପଦ ସଂକେତ ତଳେ ସୁବର୍ଣ୍ଣରେଖା, ଏବେବି ପାଣି ଘେରରେ ୨୦ରୁ ଅଧିକ ଗାଁ
  • ||
  • ୭ ଯାଏ ବର୍ଷା, ପଶ୍ଚିମ ଓଡ଼ିଶାରେ ପ୍ରବଳ ଛେଚିବ
  • ||
  • ଇଣ୍ଡୋନେସିଆ ବାଲିରେ ଅଘଟଣ, ୬୫ ଯାତ୍ରୀଙ୍କୁ ନେଇ ଯାଉଥିବା ଡଙ୍ଗା ବୁଡ଼ି ୪ ମୃତ, ଅନେକ ନିଖୋଜ
  • ||

କଣ୍ଟାପଡ଼ା ଗାଁରେ ଅଘଟଣ, ବିଷକ୍ରିୟାରୁ ଦାଦା ପୁତୁରାଙ୍କ ମୃତ୍ୟୁ !

Published By : Harapriya Sethi | November 20, 2024 10:18 AM

ଜଗତସିଂହପୁର/କେନ୍ଦ୍ରାପଡ଼ା, ୨୦/୧୧: ତିର୍ତ୍ତୋଲ ଅଞ୍ଚଳର କଣ୍ଟାପଡ଼ା ଗାଁରେ ଅଘଟଣ । ପ୍ରାଣ ହରାଇଲେ ସମ୍ପର୍କୀୟ ଦାଦା ପୁତୁରା । ମୃତକ କଣ୍ଟାପଡ଼ା ଗାଁର ଗୋପବନ୍ଧୁ ସାମଲ (୬୫) ଓ ତିର୍ତ୍ତୋଲ ଅଞ୍ଚଳର ସିରସ୍ତା ଗାଁର ବିଭୂତି କୁମାର ସାମଲ (୫୨) ବୋଲି ଜଣାପଡ଼ିଛି । ଖାଦ୍ୟ କିମ୍ବା ପାନୀୟରେ ବିଷକ୍ରିୟା କାରଣରୁ ଉଭୟଙ୍କ ମୃତ୍ୟୁ ହୋଇଥିବା ସନ୍ଦେହ କରାଯାଉଛି । ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ଅଞ୍ଚଳରେ ଏଭଳି ଘଟଣା ସାମ୍ନାକୁ ଆସିଛି ।

ସୂଚନା ମୁତାବକ, କଣ୍ଟାପଡ଼ା ଅଞ୍ଚଳର ଦାଦା ଏବଂ ପୁତୁରାଙ୍କ ସ୍ୱାସ୍ଥ୍ୟାବସ୍ଥା ହଠାତ ଗୁରୁତର ହେବାରୁ ତାଙ୍କୁ କେନ୍ଦ୍ରାପଡା ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ ପରିବାର ଲୋକେ । ମେଡିକାଲରେ ଭର୍ତ୍ତି ହେବା ବେଳେ ଉଭୟ ନିଶାସକ୍ତ ଅବସ୍ଥାରେ ଥିଲେ । ସେଠାରେ ଭର୍ତ୍ତି ହେବା ପରେ ଡ଼ାକ୍ତର ଉଭୟଙ୍କୁ ମୃତ ଘୋଷଣା କରିଥିଲେ । ତେବେ ଉଭୟଙ୍କ ମୃତ୍ୟୁର କାରଣ ଅସ୍ପଷ୍ଟ ରହିଥିବା ବେଳେ ଖାଦ୍ୟ କିମ୍ବା ପାନୀୟରେ ବିଷକ୍ରିୟା କାରଣରୁ ମୃତ୍ୟୁ ହୋଇଥିବା ସନ୍ଦେହ କରାଯାଉଛି । ଏ ନେଇ ପରିବାର ପକ୍ଷରୁ ସ୍ପଷ୍ଟ କରାଯାଇ ନାହିଁ । ଏହି ଘଟଣା ପରେ ପରିବାର ଲୋକେ ଥାନାରେ ଏକ ଲିଖିତ ଅଭିଯୋଗ କରିଥିଲେ । ଅଭିଯୋଗ ପାଇ ସଦର ପୋଲିସ ଉଭୟଙ୍କ ମୃତଦେହର ବ୍ୟବଚ୍ଛେଦ କରାଇବା ସହ ତଦନ୍ତ ଚଳାଇଛି।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.