ଭୁବନେଶ୍ବର,୧୧/୧୧: ଅତ୍ୟଧିକ ନିଶା ନେଉଥିଲେ ଯୁବକ। ନିଶା ଛଡ଼ାଇବା ପାଇଁ ନିଶାନିବାରଣ କେନ୍ଦ୍ରରେ ଭର୍ତ୍ତି କରିଥିଲେ ପରିବାରଲୋକ । କିଛି ଦିନ ରହିବା ପରେ ହଠାତ ଅସୁସ୍ଥ ହୋଇପଡିଥିଲେ ଯୁବକ। ପରିବାରଲୋକଙ୍କୁ ଡକାଇ ଯୁବକଙ୍କ ଘରକୁ ଫେରାଇ ଦେଇଥିଲେ। ହେଲେ ଫେରିବାର କିଛି ଦିନ ପରେ ଯୁବକଙ୍କ ବିଗିଡିଗଲା ସ୍ବାସ୍ଥାବସ୍ଥା । ହଠାତ୍ ଚାଲିଗଲା ଜୀବନ । ନିଶା ନିବାରଣ କେନ୍ଦ୍ର ନାଁରେ ହତ୍ୟାଅଭିଯୋଗ ଆଣିଲେ ପରିବାରଲୋକ। ଏବେ କାରଣ ଖୋଜୁଛି ପୋଲିସ।

ସୂଚନା ମୁତାବକ, ଅତ୍ୟଧିକ ନିଶା ସେବନ ଯୋଗୁଁ ସୁମନ୍ତଙ୍କୁ ନିଶା ନିବାରଣ କେନ୍ଦ୍ରରେ ଛାଡ଼ିଥିଲେ ତାଙ୍କ ପରିବାର ଲୋକେ । ତେବେ ନିଶା ନିବାରଣ କେନ୍ଦ୍ରରେ ହଠାତ ଯୁବକଙ୍କ ଶରୀର ଅସୁସ୍ଥ ହୋଇ ଯାଇଥିଲା । ଏହା ଦେଖି ଉକ୍ତ କେନ୍ଦ୍ରର କର୍ମଚାରୀ ପରିବାର ଲୋକଙ୍କୁ ଡକାଇ ଘରକୁ ପଠାଇ ଦେଇଥିଲେ । ପରେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଅଧିକ ଖରାପ ହୋଇଥିଲା । ହେଲେ ରବିବାର ସଂଧ୍ୟାରେ ସୁମନ୍ତକୁ କ୍ୟାପିଟାଲ ହସ୍ପିଟାଲ ନେବା ପୂର୍ବରୁ ତାଙ୍କ ମୃତ୍ୟୁ ହୋଇଥିଲା । ଏନେଇ ମୃତକଙ୍କ ପରିବାରଲୋକେ ନିଶାନିବାର କେନ୍ଦ୍ର ନାଁରେ ହତ୍ୟା ଅଭିଯୋଗ କରିଛନ୍ତି ।  

ତେବେ ନିଶା ନିବାରଣ କେନ୍ଦ୍ରରେ କୌଣସି ପ୍ରକାର ନିର୍ଯ୍ୟାତନ ଦିଆଯାଇ ନାହିଁ ଏବଂ କେନ୍ଦ୍ରର ସମସ୍ତ ସ୍ଥାନରେ ସିସିଟିଭି ଲାଗିଛି ବୋଲି ଉକ୍ତ କେନ୍ଦ୍ରର ପରିଚାଳକ କହିଛନ୍ତି ।