PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମୁଲାୟମ ସିଂହ ଯାଦବ ICUରେ ଭର୍ତ୍ତି ,ଅଖିଳେଶ ଓ ଅପର୍ଣ୍ଣା ଯାଦବଙ୍କ ତୁରନ୍ତ ଦିଲ୍ଲୀ ଯାତ୍ରା
  • ||
  • ଭୁବନେଶ୍ଵର : ରାଜ୍ୟରେ ଉପରତଳ ହେଉଛି କରୋନା ଗ୍ରାଫ୍, ୨୪ ଘଣ୍ଟା ମଧ୍ୟରେ ୧୩୧ ପଜିଟିଭ୍ ଚିହ୍ନଟ
  • ||
  • କଟକ : ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲେ ବିଧାୟକ ମହମ୍ମଦ ମୋକିମ୍, ବିଧାୟକ ପଦ ରଦ୍ଦ ହେବାର ଆଶଙ୍କା
  • ||
  • କେନ୍ଦୁଝର : ସାମାନ୍ୟ ବଚସାରୁ ତୁମୁଳ କାଣ୍ଡ, ଯୁବକଙ୍କୁ ବିଭତ୍ସ ଭାବେ ହତ୍ୟା
  • ||
  • କୋରାପୁଟ : ବିଜୁଳି ଘଡ଼ଘଡ଼ିରେ ଭୁଶୁଡ଼ିଲା କୋରାପୁଟର ଜେଇଏଲ୍ ଚର୍ଚ୍ଚ
  • ||
  • ବ୍ରହ୍ମପୁର : କାର୍‌ରୁ ୩ କେ.ଜି ସୁନା ଏବଂ ୧୭ କେ.ଜି ରୂପା ଜବତ, ୩ ଅଟକ
  • ||

ଶୁଭମ ଆତ୍ମହତ୍ୟା କରିନି,ତାକୁ କେହି ହତ୍ୟା କରିଛି – କାନ୍ଦି କାନ୍ଦି କହିଲେ ବାପା ମାଆ

ଭଦ୍ରକ – ଶୁଭମ ଆତ୍ମହତ୍ୟା କରିନି । ତାକୁ କେହି ହତ୍ୟା କରିଛନ୍ତି । କିନ୍ତୁ ପୋଲିସ କୌଣସି ପଦକ୍ଷେପ ନେଉନି , କିମ୍ବା ତଦନ୍ତ ମଧ୍ୟ ଠିକ ସେ କରୁନାହିଁ । ଏମିତି ଅଭିଯୋଗ ନେଇ ସାମ୍ବାଦିକ ସମ୍ମିଳନୀ କରିଛନ୍ତି ଶୁଭମ ର ବାପା ଓ ମା ।

ସୂଚନାଯୋଗ୍ୟ ଯେ ଶୁଭମ ପ୍ରଧାନ ବୟସ ୧୪ ବର୍ଷ । ଘର ଭଦ୍ରକ ଜିଲ୍ଲା ଧୂସୁରି ଥାନା ଝାରଡ଼ିଆ ଗାଁ ରେ । ଶୁଭମ ବାପାଙ୍କ ସହ ରଟନ୍ତିକାଳୀଙ୍କ ପୂଜା ବୁଲିବା ପାଇଁ ଯାଇଥିଲା । ସେଠାରୁ ଫେରି ସାଇକେଲରେ ମାମୁଁ ଙ୍କ ଘରକୁ ଗଲା । ବାପା ଓ ମା ମାମୁଁ ଙ୍କ ଘରକୁ ଫୋନ କରିବାରୁ ଶୁଭମ ଫେରି ନଥିବା ଜାଣିବା ପାଇଁ ପାଇଲେ । ନିଖୋଜର ପାଞ୍ଚ ଦିନ ପରେ ନଦୀ କୁଳରୁ ଏକ ଗଛରେ ଶୁଭମ ର ଝୁଲନ୍ତା ମୃତଦେହ ମିଳିଥିଲା ।

ଶୁଭମର ସ୍କୁଲ ଖାତାରୁ ୨ ଜଣ ଅଜଣା ଲୋକ ତାକୁ ଫୋନରେ ବାରମ୍ବାର ଧମକ ଦେଉଥିବା କଥା ଲେଖା ଥିବା ଦଖିବା ପାଇଁ ମିଳଥିଲା । ସେତେବେଳେ ଶୁଭମ କୁ ହତ୍ୟା କରାଯାଇଥିଶିଥିଳତା ଅନୁଭବ କରୁଛନ୍ତି ଶୁଭମ ର ବାପା ଓ ମା । ସାମ୍ବାଦିକ ସମ୍ମିଳନୀ ରେ ପୋଲିସର ତଦନ୍ତ ଠିକ ସେ କରୁନଥିବା ଅଭିଯୋଗ କରିଛନ୍ତି ।ଏହାର ସଠିକ୍‌ ଭାବେ ତଦନ୍ତ କରାନଗଲେ ସେମାନେ ଏସ୍‌ପିଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେବେ ବୋଲି କହିଛନ୍ତି ।