ପ୍ରମୁଖ ଖବର
  • ବିଜେପି ନୀଳଗିରି ବିଧାୟକ ଇଂ ସୁକାନ୍ତ ନାୟକ
  • ||
  • ଏପ୍ରିଲ୍‌ ୨ରୁ ନୂଆ ଶ୍ରେଣୀରେ ପଢ଼ିବେ ପିଲା, ନିର୍ଦ୍ଧାରିତ ସମୟରେ ବଣ୍ଟନ ହେବ ପାଠ୍ୟପୁସ୍ତକ
  • ||
  • ଏବେଠୁ ଜଳିଲାଣି ସାରା ଓଡ଼ିଶା, ଦିନ ସାଢେ ୧୧ଟାରେ ଟପିଗଲା ୩୬ ଡିଗ୍ରୀ
  • ||
  • ବିଜେଡିରେ ମିଶିଲେ ପୂର୍ବତନ ମନ୍ତ୍ରୀ ସୁରେନ୍ଦ୍ର ସିଂ ଭୋଇ, ବଲାଙ୍ଗୀର ଲୋକସଭା ପ୍ରାର୍ଥୀ ନେଇ ଚର୍ଚ୍ଚା
  • ||
  • ବିଶ୍ୱରେ ୩୦% ହାରରେ ବଢ଼ୁଛି ଏଆଇ ନିଯୁକ୍ତି, ମେଶିନ ଲଣ୍ଣିଂ ସହ ଜଡିତ ପ୍ରଫେସନାଲଙ୍କ ବଢ଼ୁଛି ଚାହିଦା
  • ||
  • ବିଜେପିରେ ଟିକଟ କସରତ: ଆଜି ଆସିପାରେ ଦ୍ୱିତୀୟ ପର୍ଯ୍ୟାୟ ତାଲିକା, କୋର୍ କମିଟି ବୈଠକରେ ଚୂଡ଼ାନ୍ତ
  • ||
  • ବିଜେପି ଛାଡିଲେ ସାଲେପୁର ପୂର୍ବତନ ବିଧାୟକ ପ୍ରକାଶ ବେହେରା
  • ||

ମାଓଗଡ଼ରେ ବିଜୟ ଉତ୍ସବ ପାଳିଲେ ସ୍ୱାଭିମାନ ଅଞ୍ଚଳବାସୀ

ମାଲକାନଗିରି, ୨୫ା୧(ଆପ୍ର): ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ବ୍ଲକ ସ୍ୱାଭିମାନ ଅଞ୍ଚଳ ଏକଦା ମାଓଗଡ଼ ଭାବ ପରିଚିତ ଥିଲା। ସେଠାକୁ ଦିନରେ ମଧ୍ୟ ଯିବାକୁ ଭୟକରୁଥିଲେ ଲୋକେ। ଧୀର ଧୀରେ ବିଏସଏଫ କ୍ୟାମ୍ପ ପ୍ରତିଷ୍ଠା ହେବା ସହିତ ସେ ଅଞ୍ଚଳରେ ବିକାଶ ର ଧାରା ଆଗେଇ ବାରୁ ଲୋକେ ମାଓବାଦୀଙ୍କ ଭୟ ଛାଡି ସେମାନଙ୍କୁ ବିରୋଧ କରିବା ଆରମ୍ଭ କଲେ।

{"id":526561,"sizeSlug":"large","linkDestination":"none"}

ଗତ ୨୦୨୦ ଜାନୁଆୟାରୀ ୨୫ ତାରିଖରେ ସ୍ବାଭିମାନ ଅଞ୍ଚଳ ଜନ୍ତୁରାଇରେ ମାଓବାଦୀ ଏବଂ ସ୍ଥାନୀୟ ଗ୍ରାମବାସୀଙ୍କ ମଧ୍ୟରେ ହୋଇଥିଲା ଖଣ୍ଡ ଯୁଦ୍ଧ।ସ୍ବାଭିମାନ ଅଞ୍ଚଳର ୩ଟି ଗ୍ରାମ ଜନ୍ତୁରାଇ, ଯୋଡ଼ାମ୍ବ ଏବଂ ସିନ୍ଧିବାଡ଼ି ଗ୍ରାମ ଏକତ୍ର ହୋଇ ମାଓବାଦୀ ବିରୋଧରେ ଆରମ୍ଭ କରିଥିଲେ ଆନ୍ଦୋଳନ। ଗ୍ରାମବାସୀ ଙ୍କ ବିଜୟହୋଇଥିଲା। ଜାନୁଆରୀ ୨୫ ତାରିଖ କୁ ସ୍ୱାଭିମାନ ଅଞ୍ଚଳ ବାସୀ ବିଜୟ ଦିବସ ଭାବେ ପାଳି ଆସୁଛନ୍ତି। ସାଧାରଣତନ୍ତ୍ର ଦିବସର ଗୋଟିଏ ଦିନ ପୂର୍ବରୁ ଆଜି ଆନ୍ଧ୍ର ଓଡ଼ିଶା ସୀମାନ୍ତ ଆଦିବାସୀ ଅଧ୍ୟୁଷିତ ଉପାନ୍ତ ମାଲକାନଗିରି ଜିଲା ଚିତ୍ରକୋଣ୍ଡା ସ୍ବାଭିମାନ ଅଞ୍ଚଳରେ ପାଳନ କରିଛନ୍ତି ବିଜୟ ଉତ୍ସବ।    ୨୦୨୦ ଜାନୁୟାରୀ ୨୫ ଦିନ ମାଓବାଦୀ କବଳରୁ ମୁକ୍ତ ହୋଇ ସ୍ବାଧୀନତା ପାଇଥିବା ସ୍ବାଭିମାନ ଅଞ୍ଚଳବାସୀ ପ୍ରକାଶ କରିବା ସହ ବାଣ ଫୁଟାଇ ତ୍ରିରଙ୍ଗା ପତାକା ଉଡାଇ ବିଜୟ ଉତ୍ସବ ମନାଇଛନ୍ତି l

ଉକ୍ତ ବିଜୟ ଉତ୍ସବ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଚିତ୍ରକୋଣ୍ଡା ଏସ୍‌ଡିପିଓ ଆର୍‌ଲେକ୍‌ସିଅସ କିସ୍‌ପୋଟା ଯୋଗଦାନ କରିଥିବା ବେଳେ ସମ୍ମାନିତ ଅତିଥି ଭାବେ ଦାରାଲା ବେଢ଼ା ବିଏସ୍‌ଏଫ୍‌ କ୍ୟାମ୍ପର ଏସି ଆଶିଷ କୁମାର, ଇନ୍ସପେକ୍ଟର ଲକ୍ଷ୍ମୀନାରାୟଣ ମୁଦୁଲି, ଯୋଡ଼ାମ୍ବ ସରପଞ୍ଚ ପିଙ୍କି ହନ୍ତାଳ,  ଯୋଡ଼ାମ୍ବ ଓ ପାପରମେଟେଲା ଥାନା ଅଧିକାରୀ ଉପସ୍ଥିତ ଥିଲେ। ସାଧରଣ ତନ୍ତ୍ର ଦିବସ ଅବସରରେ ସ୍ୱାଭିମାନ ଅଞ୍ଚଳ ମାଓଗଡ଼ ରେ ରାଜ୍ୟସ୍ତରୀୟ ଉଚ୍ଚପୁଲିସ ଅଧିକାରୀଙ୍କ ଦ୍ଵାରା ଜାତୀୟ ପତାକା ଉତ୍ତୋଳନ ସହିତ ଏକ ଜନ ସମ୍ପର୍କ ଶିବିର ହେବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.