PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କେନ୍ଦ୍ରାପଡ଼ା : ସିମେଣ୍ଟ ଇଟାଭାଟି ମାଲିକଙ୍କୁ ବିଭତ୍ସ ଭାବେ ହତ୍ୟା, ରକ୍ତ ଜୁଡୁବୁଡୁ ମୃତଦେହ ଉଦ୍ଧାର
  • ||
  • କେନ୍ଦ୍ରାପଡ଼ା: ବାଲିଆ ବାଣ ବିସ୍ଫୋରଣ ଅଘଟଣ: ଏସ୍‌ସିବିରେ ଆଉ ଜଣଙ୍କ ମୃତ୍ୟୁ, ଆହୁରି ୧୧ ଜଣଙ୍କ ଅବସ୍ଥା ଗୁରୁତର
  • ||
  • କଟକ: ଡିସେମ୍ବର ୯ରୁ ମାଟ୍ରିକ୍‌ ଏସ୍‌ଏ-୧ ଖାତା ଦେଖା, ୫୬ଟି କେନ୍ଦ୍ରରେ ହେବ ମୂଲ୍ୟାୟନ
  • ||
  • ଭୁବନେଶ୍ୱର: ରାଜ୍ୟରେ ଶୀତ ଲହରୀ ଅସମ୍ଭାଳ: ୧୦ ଡିଗ୍ରୀ ତଳେ ୭ ସହର, ସେମିଳିଗୁଡା ସବୁଠୁ ଥଣ୍ଡା
  • ||

ଓପିଏସସି ପରୀକ୍ଷାରେ ଶ୍ୱେତପତ୍ରାଙ୍କ କୃତିତ୍ୱ

ଢେଙ୍କାନାଳ, ୭ା୧୦: ଶୁକ୍ରବାର ପ୍ରକାଶ ପାଇଥିବା ଓଡିଶା ପ୍ରଶାସନିକ ସେବା (ଓପିଏସସି) ପରୀକ୍ଷା ଫଳରେ ଢେଙ୍କାନାଳର ଝିଅ ଶ୍ୱେତପତ୍ରା ବିଶ୍ୱାଳ ସଫଳତାର ସହ ଉତ୍ତୀର୍ଣ୍ଣ ହୋଇଛନ୍ତି । ରାଜ୍ୟରେ ତାଙ୍କର ୧୩୨ ରାଙ୍କ ରହିଛି । ବଣସିଂହ ସରକାରୀ ଉଚ୍ଚ ବିଦ୍ୟାଳୟର ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ଶଚୀକାନ୍ତ ବିଶ୍ୱାଳ ଓ ଗୋବିନ୍ଦପ୍ରସାଦ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ସହକାରୀ ଶିକ୍ଷୟିତ୍ରୀ ପୁଷ୍ପାଞ୍ଜଳି ସ୍ୱାଇଁଙ୍କ ଝିଅ ହେଉଛନ୍ତି ଶ୍ୱେତପତ୍ରା । ପିଲାଟି ଦିନରୁ ମେଧାବୀ ଭାବେ ଜଣାଶୁଣା ଶ୍ୱେତପତ୍ରାଙ୍କ ହାଇସ୍କୁଲ ଶିକ୍ଷା ଢେଙ୍କାନାଳ ମଣ୍ଟଫର୍ଟ ବିଦ୍ୟାଳୟରେ ଓ ଦ୍ୱାଦଶ ଶିକ୍ଷା ଭୁବନେଶ୍ୱର ବିଜେବି ଜୁନିୟର କଲେଜରେ ସମ୍ପନ୍ନ ହୋଇଥିଲା । ସେହିପରି ଗ୍ରାଜୁଏଟ୍ (ୟୁଜି) ଓ ପୋଷ୍ଟ ଗ୍ରାଜୁଏଟ୍ (ପିଜି) ଭୁବନେଶ୍ୱର ଓୟୁଏଟିର ପଶୁ ଚିକିତ୍ସା ଓ ପଶୁପାଳନ ମହାବିଦ୍ୟାଳୟରେ ସମ୍ପନ୍ନ ହୋଇଛି । ସେ ପ୍ରାଣୀ ପୁଷ୍ଟି ବିଜ୍ଞାନରେ ପିଜି କରିବା ପରେ ସିଭିଲ୍ ସର୍ଭିସ୍ ପରୀକ୍ଷା ପାଇଁ ପ୍ରସ୍ତୁତି ଚଳାଇଥିଲେ । ସଫଳତା ପାଇବି ବୋଲି ଆଶା କରିଥିଲି । ଆଜି ବହୁ ଖୁସି ଲାଗୁଛି । ପ୍ରଶାସନିକ ଅଧିକାରୀ ହୋଇ ତୃଣମୂଳସ୍ତର ଲୋକଙ୍କ ସେବା କରିବା ଲକ୍ଷ୍ୟ ରହିଛି ବୋଲି ସେ ପ୍ରତିକ୍ରିୟାରେ ପ୍ରକାଶ କରିଛନ୍ତି ।