ନୂଆଦିଲ୍ଲୀ,୮।୧୨: ସିରିଆରେ ବିଦ୍ରୋହୀମାନେ ରବିବାର ରାଜଧାନୀ ଦମାସକସ ଉପରେ କବଜା କରିଛନ୍ତି ଓ ୫୦ ବର୍ଷ ଧରି ଚାଲିଥିବା ଅସଦ ପରିବାରର ଶାସନକୁ ଶେଷ କରିଦେଇଛି। ସିରିଆରେ ଏକଛତ୍ରବାଦୀ ଯୁଗର ଶେଷ ହେବାପରେ ଲୋକ ସଡକ ଉପରେ ଖୁସିରେ ପର୍ବ ପାଳୁଛନ୍ତି। ଏହା ଭିତରେ ଏଭଳି ରିପୋର୍ଟ ଆସିଛି ଯେ, ରାଷ୍ଟ୍ରପତି ବସର ଅଲ୍ ଅସଦ୍‌ଙ୍କୁ ଦେଶ ଛାଡି ପଳାଇବା ବେଳେ ମୃତ୍ୟୁ ହୋଇଛି। ଖବର ରହିଛି ଯେ, ସିରିଆର ଏକଛତ୍ରବାଦ ଶାସକଙ୍କ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଯାଇଛି କିମ୍ବା ବିଦ୍ରୋହୀମାନେ ତାଙ୍କ ବିମାନକୁ ନଷ୍ଟ କରି ଦେଇଛନ୍ତି। ସିରିଆର ଏକଛତ୍ରବାଦ ଶାସକ ବିମାନ ରହସ୍ୟମୟ ଭାବରେ ଗାଏବ୍ ହୋଇଯାଇଛି। 

ହୟାତ ତହରିର ଅଲ୍‌ ଶାମ୍‌ ସିରିୟାର ଏକଛତ୍ରବାଦ ଶାସକ ବଶରଙ୍କ ବିରୋଧରେ ଯୁଦ୍ଧର ଆରମ୍ଭ ୧୩ ବର୍ଷ ପୂର୍ବେ ଆରମ୍ଭ କରିଥିଲା। ଏତେ ଦୀର୍ଘ ସମୟ ପର୍ଯ୍ୟନ୍ତ ଚାଲିଥିବା ସଂଘର୍ଷ ପରେ ବିଦ୍ରୋହୀ ଗୋଷ୍ଠୀକୁ ସଫଳତା ମିଳିଛି। ସିରିଆର ସେନା ଓ ପ୍ରଧାନମନ୍ତ୍ରୀ ବିଦ୍ରୋହୀଙ୍କୁ କ୍ଷମତା ଦେବା ନେଇ ବୟାନ ଜାରି କରିଛନ୍ତି, କିନ୍ତୁ ରାଷ୍ଟ୍ରପତି ବଶରଙ୍କ ବିଷୟରେ ଏପର୍ଯ୍ୟନ୍ତ କିଛି ସୂଚନା ମିଳିନି। ସରକାର ବିରୋଧି ଶକ୍ତି ସେନା ଅଧିକାରୀ ଓ ଗୁଇନ୍ଦା ଅଧିକାରୀଙ୍କୁ ପଚରା ଉଚରା କରୁଛି, ଯାହାଙ୍କ ପାଖରେ ତାଙ୍କ ଆଡ୍ଡା ବିଷୟରେ ସୂଚନା ରହିଥାଇ ପାରେ।

ବଶର ନିଖୋଜ ହେବାର କାରଣ ନେଇ ଚର୍ଚ୍ଚା ଚାଲିଛି। କୁହାଯାଉଛି ଯେ, ତାଙ୍କର ମୃତ୍ୟୁ ହୋଇଯାଇଛି। ଏଭଳି ଦାବି ମଧ୍ୟ କରାଯାଉଛି ଯେ, ବିଦ୍ରୋହୀ ଗୋଷ୍ଠୀ ତାଙ୍କ ବିମାନକୁ ମାରିବାରେ ସକ୍ଷମ ହୋଇଛନ୍ତି। ସୋସିଆଲ ମିଡିଆରେ ଚର୍ଚ୍ଚା ହେଉଛି ଯେ, ତାଙ୍କ ବିମାନକୁ ସେହି ସମୟରେ ନଷ୍ଟ କରି ଦିଆଯାଇଥିଲା ସେ ଦେଶରୁ ପଳାୟନ କରିବାର ଚେଷ୍ଟା କରୁଛନ୍ତି। ନିଜର ସୋର୍ସ ଫ୍ଲାଇଟ୍ ଟ୍ରାକର୍ସ ଖୁଲାସା କରିଛନ୍ତି ଯେ, ଦମାସକସ୍ରୁ ଯାତ୍ରା କରିବାକୁ ଥିବା ଅନ୍ତିମ ବିମାନ ଇଲ୍ୟୁସିନ୍-୭୬ ଥିଲା। ଏଭଳି କୁହାଯାଉଛି ଯେ, ଏଥିରେ ବଶର ଥିଲେ। ତାଙ୍କର ବିମାନ ରାଡାରରୁ ଗାଏବ ହୋଇଯାଇଛି।