PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଏଟିଏମରେ ଟଙ୍କା ଭରିବା ନେଇ ଗାଡିରେ ଯାଉଥିବା ବେଳେ ୫୭ ଲକ୍ଷ ଟଙ୍କା ଧରି ଡ୍ରାଇଭର ଫେରାର
  • ||
  • ମୃତ ବ୍ୟକ୍ତିଙ୍କ ନାଁରେ ଜମି ବିକ୍ରି ଘଟଣାରେ ତହସିଲଦାର ଓ ଅତିରିକ୍ତ ତହସିଲଦାର ନିଲମ୍ବିତ
  • ||
  • କେନ୍ଦ୍ର ମନ୍ତ୍ରୀ ମଣ୍ଡଳରୁ ଇସ୍ତଫା ଦେଲେ ମୁକ୍ତାର ଆବ୍ବାସ ନକଭି
  • ||
  • ଯାତ୍ରା ଅଭିନେତା ଦୈତାରୀ ପଣ୍ଡାଙ୍କ ନାଁରେ ରାଜଧାନୀ ମିଡ଼ିଆ ହାଉସ୍ ସିଇଓ ଥାନାରେ କଲେ ଅଭିଯୋଗ , ଯାତ୍ରା ରାଜିନାମା ଅଗ୍ରୀମ ଟଙ୍କା ଫେରସ୍ତ ନକରିବାରୁ ବାଲେଶ୍ୱର ଜିଲ୍ଲା ଔପଦା ଥାନାରେ ରୁଜୁ ହୋଇଛି ମାମଲା, ପାର୍ବତୀ ଗଣନାଟ୍ୟ ଠାରୁ ୧୫ ଲକ୍ଷ ଟଙ୍କା ନେଇଥିଲେ ଅଗ୍ରୀମ
  • ||
  • ନୂଆଦିଲ୍ଲୀ : ଆସାମ ବନ୍ୟା ପୀଡିତଙ୍କ ପାଇଁ ସାହାଯ୍ୟର ହାତ ବଢାଇଲେ ଫିଲ୍ମ ନିର୍ମାତା କରନ ଜୋହର, ରିଲିଫ ପାଣ୍ଠିକୁ ଦେଲେ ୧୧ଲକ୍ଷ
  • ||
  • ଭୁବନେଶ୍ବର : କଂଗ୍ରେସ ବିଧାୟକ ରାଜନ ଏକ୍କାଙ୍କୁ ଭେଟିଲେ ବିଜେଡି ଟିମ୍, ରାଷ୍ଟ୍ରପତି ପ୍ରାର୍ଥି ଦ୍ରୌପଦୀ ମୁର୍ମୁଙ୍କୁ ସମର୍ଥନ କରିବାକୁ କଲେ ନିବେଦନ
  • ||
  • କଟକ : ପ୍ରକାଶ ପାଇଲା ମାଟ୍ରିକ ପରୀକ୍ଷା ଫଳ, ଚଳିତ ବର୍ଷ ପାସ ହାର ୯୦.୫୫
  • ||
  • ନିଶ୍ଚିନ୍ତକୋଇଲି : କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ଥାନା ସୁକରପଡା ଗାଁରେ ପାରିବାରିକ କଳହରୁ ମା’କୁ ହତ୍ୟା କରିଛି ପୁଅ
  • ||
  • ଆନନ୍ଦପୁର : ଶାଳବଣୀ ଛକ ନିକଟରେ ଟାୟାର ଫାଟିଯିବାରୁ ପୋଲିସ ହାବୁଡରେ ଧରାପଡିଲା ବେଆଇନ ଗୋ-ଚାଲାଣ ଟ୍ରକ, ଜବତ କଲା ଆନନ୍ଦପୁର ପୋଲିସ
  • ||
  • ଭୁବନେଶ୍ୱର : ଅଭିନେତ୍ରୀ ରଶ୍ମିରେଖାଙ୍କ ମୃତ୍ୟୁ ଘଟଣା, ପ୍ରେମିକ ସନ୍ତୋଷ ପାତ୍ର ରାଉରକେଲା ବାସନ୍ତୀକଲୋନୀରେ ଆତ୍ମହତ୍ୟା କରିଛନ୍ତି
  • ||
  • ରାଉରକେଲା : ରାଉରକେଲାରେ ୩୧୧ କୋଟିର GST ଠକେଇ, ବନ୍ଧାହେଲେ ୫ ବ୍ୟବସାୟୀ
  • ||
  • ରାୟଗଡ଼ା : ଚାନ୍ଦିଲି ଥାନା ଅନ୍ତର୍ଗତ ୩୨୬ ନମ୍ବର ଜାତୀୟ ରାଜପଥର ହାତୀଖମ୍ବ ଗାଁ ନିକଟରେ ଏକ ଯାତ୍ରୀବାହୀ ବସ୍ ଓଲଟି ଜଣେ ମହିଳାଙ୍କ ମୃତ୍ୟୁ, ୩୦ ଆହତ
  • ||

‘ଟି’ ଲିଙ୍କ୍‌ର ଖୋଳତାଡ଼: ଜେଲ୍‍ ଗଲେ ଟିଟୋର ୨ ଭାଇ, ସଢ଼ୁ

କେନ୍ଦ୍ରାପଡ଼ା/ଭୁବନେଶ୍ୱର,୨୦ ।୬(ଆ.ପ୍ର/ବ୍ୟୁରୋ): ଗ୍ୟାଙ୍ଗ୍‌ଷ୍ଟର୍‌ ସୟଦ ଉସ୍‌ମାନ୍‌ ଅଲ୍ଲୀ ଓରଫ ଟିଟୋ ସାମ୍ରାଜ୍ୟର ଦ୍ୱିତୀୟ ପର୍ଯ୍ୟାୟ ଖୋଳତାଡ଼ ଆରମ୍ଭ କରିଛି କ୍ରାଇମବ୍ରାଞ୍ଚ୍‌ର ସ୍ପେସାଲ୍‌ ଟାକ୍ସ ଫୋର୍ସ (ଏସ୍‌ଟିଏଫ୍‌) । ଗତକାଲି ଗିରଫ ହୋଇଥିବା ଟିଟୋର ଦୁଇ ଭାଇ ସୟଦ ଇଫ୍‌କାର୍‌ ଅଲୀ ଓରଫ ଚିତ୍ତୋ, ସୟଦ ଅସଫାକ୍‌ ଅଲୀ ଓରଫ ଜି. ବାବୁ ଏବଂ ସଢ଼ୁ ଅମଜାନ୍‌ ଖାନ୍‌ ଓରଫ ମୁନାଙ୍କଠାରୁ ଏସ୍‌ଟିଏଫ୍‌ ଟିମ୍‌ ବିସ୍ଫୋରକ ତଥ୍ୟ ପାଇଛି । ଜେରା ସମୟରେ ଏସ୍‌ଟିଏଫ୍‌ ଜାଣିବାକୁ ପାଇଛି ଏମାନେ ବାଂଲାଦେଶରୁ ଚୋରାରେ ସୁନା ଆଣି ଓଡ଼ିଶାର ବିଭିନ୍ନ ସହରରେ ବେପାର କରୁଥିଲେ । ତା’ଛଡ଼ା ଏସ୍‌ଟିଏଫ୍‌ ସେମାନଙ୍କ ଠାରୁ ଏକ ବନ୍ଧୁକ ଓ ୨ଟି ଗୁଳି ଜବତ କରିଛି । ଏହି ଘଟଣାରେ ଅଧିକ ତଥ୍ୟ ଜାଣିବା ପାଇଁ ୩ ଜଣଙ୍କୁ ରିମାଣ୍ଡରେ ଅଣାଯିବ ବୋଲି ଏସ୍‌ଟିଏଫ୍‌ ଏସ୍‌ପି ରାହୁଲ୍‌ ପି.ଆର ସାମ୍ବାଦିକ ସମ୍ମିଳନୀ ଗଣମାଧ୍ୟମକୁ କହିଛନ୍ତି ।
 

ଏସ୍‌ଟିଏଫ୍‌ ଜାଣିବାକୁ ପାଇଛି ଟିଟୋର କଳା ସାମ୍ରାଜ୍ୟ କେନ୍ଦ୍ରାପଡ଼ାରେ ବନ୍ଦ ହୋଇଯାଇଥିଲେ ବି ହାଇଦ୍ରାବାଦ, ବାଙ୍ଗାଲୋର, କୋଲକାତା ଓ ବାଂଲାଦେଶରେ ତା’ ବେପାର ଏବେ ବି ଚାଲିଛି । ଉକ୍ତ ବେପାର ବୁଝାଶୁଝା କରୁଥିଲେ ଗିରଫ ୩ ଅଭିଯୁକ୍ତ । ଟିଟୋ ଗିରଫ ହେବା ପରେ ଏମାନେ ହାଇଦ୍ରାବାଦ, ବାଙ୍ଗାଲୋର, କୋଲକାତା ଓ ବାଂଲାଦେଶରେ ରହୁଥିଲେ । ଟିଟୋର ଭାଇ ସୟଦ ଇଫ୍‌କାର୍‌ ଅଲୀ ଓରଫ ଚିତ୍ତୋର ମୁଖ୍ୟ ବେପାର ହେଲା ବାଂଲାଦେଶରୁ ସୁନା ଇଟା ଆଣି ଓଡ଼ିଶାରେ ବେପାର କରିବା । କେନ୍ଦ୍ରାପଡ଼ାରୁ ବାଂଲାଦେଶକୁ ସମୁଦ୍ର ପଥରେ ଯାଇ ସେ ସୁନା ଆଣୁଥିଲା । କାରଣ ସମୁଦ୍ରରେ କୌଣସି ପ୍ରକାର ଯାଞ୍ଚ କରାଯାଉ ନାହିଁ । ସେହିଭଳି ଏସ୍‌ଟିଏଫ୍‌ ଜାଣିବାକୁ ପାଇଛି ଟିେଟୋ ଓ ତାର ଭାଇମାନେ ବାଂଲାଦେଶୀଙ୍କୁ କେନ୍ଦ୍ରାପଡ଼ା ଉପକୂଳରେ ଥଇଥାନ କରିଛନ୍ତି । ଶହ ଶହ ଅନୁପ୍ରବେଶକାରୀଙ୍କ ଭୋଟ ପରିଚୟ ପତ୍ର ମଧ୍ୟ କରାଇ ଦେଇଛି ଟିଟୋ । ଖାଲି ସେତିକି ନୁହେଁ ସେମାନଙ୍କ ଦ୍ୱାରା ଅପରାଧୀକ କାର୍ଯ୍ୟ ମଧ୍ୟ ଚଳାଉଥିଲେ ଟିଟୋ ଗ୍ୟାଙ୍ଗ୍‌ । ଏହି ବାଂଲାଦେଶୀମାନେ କିଛି ଦିନ କେନ୍ଦ୍ରାପଡ଼ାରେ ରହିବା ପରେ ସିଧା ଭୁବନେଶ୍ୱର ଆସି ଲୁଟ, ଡକାୟତି, ଚୋରି ଓ ବ୍ରାଉନ୍‌ସୁଗର ବେପାରରେ ଲିପ୍ତ ରହୁଛନ୍ତି । ଏହା ଜାଣିବା ପରେ ଏସ୍‌ଟିଏଫ୍‌ ତଦନ୍ତକୁ କେମିତି ଆଗେଇନେବ ସେନେଇ ଥଳକୂଳ ପାଉନି । କେନ୍ଦ୍ରାପଡ଼ା ଅଞ୍ଚଳରେ ଥିବା ବିପୁଳ ସଂଖ୍ୟକ ବାଂଲାଦେଶୀଙ୍କ ବିରୋଧରେ କେମିତି କାର୍ଯ୍ୟାନୁଷ୍ଠାନ ନିଆଯିବ ତାକୁ ନେଇ ଏବେ ଚିନ୍ତାରେ ପଡ଼ିଛି ଏସ୍‌ଟିଏଫ୍‌ ।
 

କେନ୍ଦ୍ରାପଡ଼ା ବଜାରରେ ଟିଟୋର ରହିଛି ଏକାଧିକ ପ୍ରାସାଦ, ବିଭିନ୍ନ ଦୋକାନ, ସମ୍‌ବୁଲ ଟ୍ରେଡର୍ସ (ଗୋ-ମାଂସ ଚାଲାଣ ସଂସ୍ଥା), ୩ଟିରୁ ଅଧିକ ଗାଡ଼ି ସୋ’ରୁମ୍‌, ଭୁବନେଶ୍ୱରରେ ଏକାଧିକ କୋଠା, କୋଲ୍‌କାତାରେ କବାଡ଼ି ଦୋକାନ ଓ ବେଙ୍ଗାଲୁରୁରେ ଏକ ମଲ୍‌ (ଡ୍ରେସ୍‌ ସୋ’ରୁମ୍‌ ଓ ହୋଟେଲ) ସମେତ ଏକାଧିକ ବ୍ୟବସାୟ ପ୍ରତିଷ୍ଠାନ । ଏହାବ୍ୟତୀତ ପାରାଦୀପରେ ଠିକା କମ୍ପାନୀ ଓ ଚିଙ୍ଗୁଡ଼ି ଘେରି ସମେତ ବିଲ୍ଡର ଅଫିସ୍‌ ମଧ୍ୟ ରହିଥିଲା । ୨୦୧୮ ଜୁଲାଇରେ ଟିଟୋ ଗିରଫ ହେଲା ବେଳେ ଏ ସବୁ କଳାବେପାର ଉପରେ ଉପରଠାଉରିଆ ତଦନ୍ତ କରି ଚୁପ୍‌ ରହି ଯାଇଥିଲା ଏସ୍‌ଟିଏଫ୍‌ । ଏବେ ପୁଣି ଏ ସବୁ ବେପାର ଉପରେ ଖୋଳତାଡ଼ ହେବ ବୋଲି ଏସ୍‌ପି ରାହୁଲ ପିଆର କହିଛନ୍ତି । ଏସ୍‌ଟିଏଫ୍‌ ଜାଣିବାକୁ ପାଇଛି କୋଟିଏ ଟଙ୍କା ଭିତରେ ଠିକା କାମର ଟେଣ୍ଡରକୁ ଟିଟୋ ଭାଇ ସଫୋ ବୁଝୁଥିଲା । ଏହାଠୁ ଅଧିକ ହେଲେ ଜି.ବାବୁ ଓ ବବୁଲ୍‌ ନିକଟକୁ ଯିବାକୁ ପଡୁଥିଲା । ଜି ବାବୁ ଓ ବାପୁ ଗୋ-ମାଂସ ଚାଲାଣ କଥା ମଧ୍ୟ ବୁଝୁଥିଲେ । କେନ୍ଦ୍ରାପଡ଼ାରୁ ଦୁବାଇକୁ ଯାଉଥିଲା ଗୋ-ମାଂସ । ଅନ୍ୟ ପକ୍ଷରେ ଏସ୍‌ଟିଏଫ୍‌ ଜାଣିବାକୁ ପାଇଛି ଖୋର୍ଦ୍ଧାରେ ଚୋରା ପଥର ଖଣି କାରବାରରେ ଗିରଫ ହୋଇଥିବା ଅଭିଯୁକ୍ତମାନେ ମଧ୍ୟ ଟିଟୋର ଭାଇର ସହଯୋଗୀ । ଏନେଇ ଏସ୍‌ପି ରାହୁଲ ପିଆର କହିଛନ୍ତି, ଟିଟୋ ଗିରଫ ହେବା ପରେ ଏମାନେ ରାଜ୍ୟ ବାହାରେ ଲୁଚି ବୁଲୁଥିଲେ । ମଝିରେ ମଝିରେ କେନ୍ଦ୍ରାପଡ଼ା ଆସୁଥିଲେ । ଦୁଇ ଦିନ ତଳେ ଏମାନେ ଘରକୁ ଆସିଥିବା ଖବର ମିଳିଥିଲା । ଆମ ଟିମ୍‌ ଖବର ସଂଗ୍ରହ ପାଇଁ ସେଠାକୁ ଯାଇଥିଲା । ବିଳମ୍ବିତ ରାତିରେ ୩ ଜଣଙ୍କୁ ଉଠାଇ ଆଣିଥିଲା । ଚିତ୍ତୋ ଠାରୁ ବନ୍ଧୁକ ଓ ୨ ଟି ଗୁଳି ଜବତ କରାଯାଇଛି । ଏମାନଙ୍କ ନାଁରେ ଏକାଧିକ ଅପରାଧୀକ ମାମଲା ରହିଛି । ଘଟଣାର ଅଧିକ ତଦନ୍ତ ପାଇଁ ଆମେ ସେମାନଙ୍କୁ ରିମାଣ୍ଡରେ ଆଣିବୁ ।
 

ପାଟକୁରା ନିର୍ବାଚନ ପୂର୍ବରୁ ଏମାନଙ୍କୁ ଗିରଫ କରିବା ପ୍ରଶ୍ନର ଉତ୍ତରରେ ରାହୁଲ ପିଆର କହିଛନ୍ତି, କୌଣସି ରାଜନୈତିକ ଉଦ୍ଦେଶ୍ୟ ନାହିଁ । ଟିଟୋ ନାଁରେ ଏସ୍‌ଟିଏଫ୍‌ରେ ୪ଟି ମାମଲା ରୁଜୁ ହୋଇଥିଲା । ଏଥିରେ ୨୦ରୁ ଅଧିକ ଅଭିଯୁକ୍ତ ଗିରଫ ହୋଇ ସାରିଲେଣି । ପ୍ରାଥମିକ ଚାର୍ଜସିଟ୍‌ ଦାଖଲ ସରିଛି । ଟିଟୋକୁ ସହଯୋଗ କରିଥିବା ସରକାରୀ କର୍ମଚାରୀ ଓ ରାଜନେତାଙ୍କୁ ଛଡ଼ା ଯିବନି । ଖୁବ୍‌ ଶୀଘ୍ର ତାଲିକା ପ୍ରସ୍ତୁତ ହୋଇ ତଦନ୍ତ ପରିସରଭୁକ୍ତ କରାଯିବ । ଟିଟୋ ଭାଇ ସଫୋ କେନ୍ଦ୍ରାପଡ଼ାରେ ବୁଲୁଥିବା କଥା ମଧ୍ୟ ଖଣ୍ଡନ କରିଛନ୍ତି ଏସ୍‌ପି ରାଉଲ୍‌ ପିଆର । ସେ କହିଛନ୍ତି ସଫୋ ଓ ତାର ଅନ୍ୟ ଭାଇମାନେ କେନ୍ଦ୍ରାପଡ଼ା ଛାଡ଼ି ଫେରାର ହୋଇ ଯାଇଛନ୍ତି । ସେମାନଙ୍କୁ ଖୁବ୍‌ ଶୀଘ୍ର ଗିରଫ କରାଯିବ । ଅପରପକ୍ଷରେ ଗିରଫ ହୋଇଥିବା ଟିଟୋର ଦୁଇ ଭାଇ ଜି-ବାବୁ, ଚିତୋ ଓ ସଢ଼ୁ ଅମଜାଦ ଖାନ୍‌ ଓରଫ ମୁନାଙ୍କୁ ଏସ୍‌ଟିଏଫ୍‍ ଗୋଟିଏ ଦିନ ହେପାଜତରେ ରଖି ଜେରା କରିବା ପରେ ଆଜି କୋର୍ଟ ଚାଲାଣ କରିଥିଲା । ମାତ୍ର ସେମାନଙ୍କ ଜାମିନ ଆବେଦନ ନାମଞ୍ଜୁର ହେବାରୁ ସମସ୍ତଙ୍କୁ କେନ୍ଦ୍ରାପଡା ସହର ଉପକଣ୍ଠ ବାରିମୂଳ ସବ୍‌ ଜେଲ୍‌କୁ ଆଜି ପଠାଇ ଦିଆଯାଇଛି । ତିନି ଅଭିଯୁକ୍ତଙ୍କୁ ଖୁବ୍‌ଶୀଘ୍ର ଏସ୍‌ଟିଏଫ୍‌ ରିମାଣ୍ଡରେ ନେଇ ତନାଘନା ତଦନ୍ତ କରିବ ବୋଲି ବିଶେଷ ସୂତ୍ରରୁ ସୂଚନା ମିଳିଛି । କେମିତି ସେମାନେ ବନ୍ଧୁକ ମୁନରେ ଜମି ଦଖଲ କରୁଥିଲେ, କଳେବଳେ କୌଶଳେ ନିଜ ମନ ପସନ୍ଦର ଜମିକୁ କେମିତି ଜମି ମାଲିକର ଇଚ୍ଛା ବିରୁଦ୍ଧରେ ଜୋର ଜବରଦସ୍ତ ଛଡ଼ାଇ ଆଣୁଥିଲେ ତା’ର ଖୁଲାସା କରିବ ଏସ୍‌ଟିଏଫ୍‌ ।