ନୂଆଦିଲ୍ଲୀ,୦୨/୦୨; ଟି-୨୦ ବିଶ୍ୱକପ୍ରେ ଭାରତ ସହିତ ମ୍ୟାଚ୍ ନ ଖେଳିବା ନିଷ୍ପତ୍ତି ଉପରେ ବିସିସିଆଇର ପ୍ରଥମ ପ୍ରତିକ୍ରିୟା ଆସିଛି । ବିସିସିଆଇ ଉପାଧ୍ୟକ୍ଷ ରାଜୀବ ଶୁକ୍ଳା ପାକିସ୍ତାନର ମତ ଉପରେ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, ଆଇସିସି ସହିତ କୌଣସି ଆଲୋଚନା ନହେବା ପର୍ଯ୍ୟନ୍ତ ବିସିସିଆଇ ଆଉ କୌଣସି ନିଷ୍ପତ୍ତି ନେବ ନାହିଁ । ବିସିସିଆଇ ଉପସଭାପତି ତଥା ସାଂସଦ ରାଜୀବ ଶୁକ୍ଳା କହିଛନ୍ତି, ଆଇସିସିର ବଡ଼ ବିବୃତ୍ତି ଆସିଛି । ସେ ଖେଳର ଭାବନାକୁ ନେଇ କହିଛନ୍ତି । ଆମେ ଆଇସିସି ସହ ସମ୍ପୂର୍ଣ୍ଣ ସହମତ । ଯେପର୍ଯ୍ୟନ୍ତ ଆଇସିସି ସହ ଆମର ସମ୍ପୂର୍ଣ୍ଣ ଆଲୋଚନା ନହୋଇଛି ସେ ପର୍ଯ୍ୟନ୍ତ ବିସିସିଆଇ କିଛି ପ୍ରତିକ୍ରିୟା ଦେବ ନାହିଁ ।
#WATCH | Delhi: On Pakistan to boycott its match against India in the ICC Men’s T20 World Cup 2026, BCCI vice president and Congress MP Rajeev Shukla says, "ICC has issued a big statement, they have spoken about sportsmanship. We completely agree with the ICC. BCCI won't make any… pic.twitter.com/qRgwHzgDls
— ANI (@ANI) February 2, 2026
ପାକିସ୍ତାନୀ କ୍ରିକେଟ୍ ଦଳ ଭାରତ ବିପକ୍ଷରେ ଆଗାମୀ ପୁରୁଷ ଟି-୨୦ ବିଶ୍ୱକପ୍ ମ୍ୟାଚ୍ ଖେଳିବ ନାହିଁ । ଦୁଇ ଦେଶ ମଧ୍ୟରେ ହାଇ-ଭୋଲଟେଜ୍ ମ୍ୟାଚ୍ ଫେବୃଆରୀ ୧୫ ତାରିଖରେ କଲମ୍ବୋର ଆର. ପ୍ରେମଦାସା ଷ୍ଟାଡିୟମରେ ଅନୁଷ୍ଠିତ ହେବାର ଅଛି । ମ୍ୟାଚ ଦିନ ନିକଟ ହେଉଥିବାବେଳେ ପାକିସାନ୍ତ କେଁ ବାହାର କରିଛି । ପାକିସ୍ତାନ ସରକାର କିଛି ସର୍ତ୍ତ ରଖି ଦଳକୁ ଟୁର୍ଣ୍ଣାମେଣ୍ଟରେ ଅଂଶଗ୍ରହଣ କରିବାକୁ ଅନୁମତି ଦେଇଛନ୍ତି । ପାକିସ୍ତାନ ଟୁର୍ଣ୍ଣାମେଣ୍ଟରେ ସାମିଲ ହେବ କିନ୍ତୁ ଭାରତ ସହ ମ୍ୟାଚ ଖେଳିବ ନାହିଁ । ହାଇବ୍ରିଡ ମଡେଲରେ ଟୁର୍ଣ୍ଣାମେଣ୍ଟ ହେଉଥିବାରୁ ପାକିସ୍ତାନ ତାର ମ୍ୟାଚ ଶ୍ରୀଲଙ୍କାରେ ଖେଳିବ । କାରଣ ଫେବୃଆରୀ ୭ରୁ ଭାରତ ଏବଂ ଶ୍ରୀଲଙ୍କା ଟି-ଟ୍ୱେଣ୍ଟି ବିଶ୍ୱକପ ଆୟୋଜନ କରିବେ ।
ଏହା ବି ପଢନ୍ତୁ...ଭାରତ ସହ ବିଶ୍ୱକପ ନଖେଳିବା ନିଷ୍ପତ୍ତି ପଡ଼ିବ ଭାରି; ଖାଲି ହେବ ପାକ୍ ରାଜକୋଷ, ହେବ ବଡ଼ ଆକ୍ସନ
ସଲମାନ ଅଲି ଆଘାଙ୍କ ନେତୃତ୍ୱରେ ପାକିସ୍ତାନ ଦଳ ଭାରତ, ନାମ୍ବିବିଆ, ନେଦରଲ୍ୟାଣ୍ଡ ଏବଂ ଆମେରିକା ସହିତ ୨୦୨୬ ଟି୨୦ ବିଶ୍ୱକପ୍ ଗ୍ରୁପ୍ ଏରେ ରହିଛି। ପାକିସ୍ତାନ ଫେବୃଆରୀ ୭ ତାରିଖରେ କଲମ୍ବୋରେ ନେଦରଲ୍ୟାଣ୍ଡ ବିପକ୍ଷରେ ତାର ବିଶ୍ୱକପ ଅଭିଯାନ ଆରମ୍ଭ କରିବ । ସୁରକ୍ଷା ଚିନ୍ତାର କାରଣ ଦର୍ଶାଇ ବାଂଲାଦେଶ କ୍ରିକେଟ୍ ବୋର୍ଡ ବିଶ୍ୱକପ୍ ମ୍ୟାଚ୍ ଭାରତ ବାହାରକୁ ସ୍ଥାନାନ୍ତର କରିବାକୁ ଅନୁରୋଧ କରିଥିଲା, କିନ୍ତୁ ଆଇସିସି ଏହି ଅନୁରୋଧକୁ ଗ୍ରହଣ କରିବାକୁ ମନା କରିଦେଇଥିଲା । ଫଳସ୍ୱରୂପ, ପୁରୁଷ ଟି୨୦ ବିଶ୍ୱକପରୁ ବାଦ୍ ଦିଆଯାଇଛି । ତାଙ୍କ ସ୍ଥାନରେ ସ୍କଟଲାଣ୍ଡକୁ ଗ୍ରୁପ୍ ସିରେ ସାମିଲ କରାଯାଇଛି । ଏବେ ପାକିସ୍ତାନ ପୁଣି କେଁ ବାହାର କରିଛି । ଭାରତ ସହ ବିଶ୍ୱକପ ମ୍ୟାଚ ଖେଳିବନାହିଁ ବୋଲି ନିଷ୍ପତ୍ତି ନେଇଛି ।
ପାକିସ୍ତାନ ସରକାରଙ୍କ ସରକାରୀ 'X' ଆକାଉଣ୍ଟରେ କୁହାଯାଇଛି, "ପାକିସ୍ତାନ ଇସଲାମିକ ଗଣରାଜ୍ୟ ସରକାର ୨୦୨୬ ଟି୨୦ ବିଶ୍ୱକପରେ ପାକିସ୍ତାନ କ୍ରିକେଟ ଦଳର ଅଂଶଗ୍ରହଣକୁ ଅନୁମୋଦନ କରିଛନ୍ତି, କିନ୍ତୁ ପାକିସ୍ତାନ କ୍ରିକେଟ ଦଳ ୧୫ ଫେବୃଆରୀ ୨୦୨୬ରେ ଭାରତ ବିପକ୍ଷ ମ୍ୟାଚ୍ ପାଇଁ ପଡ଼ିଆକୁ ଓହ୍ଲାଇବ ନାହିଁ। "