ନୂଆଦିଲ୍ଲୀ : ଟି-୨୦ ବିଶ୍ୱକପ୍ ୨୦୨୬ ପାଇଁ ଟିମ୍ ଇଣ୍ଡିଆରେ ବାମହାତୀ ୱିକେଟକିପର ବ୍ୟାଟ୍ସନ୍ୟାନ୍ ଇଶାନ କିଶନଙ୍କୁ ସିଧାସଳଖ ମିଳିଛି ଏଣ୍ଟ୍ରି। ଏହି ମେଗା ଇଭେଣ୍ଟ ପୂର୍ବରୁ ନ୍ୟୁଜିଲ୍ୟାଣ୍ଡ ବିରୋଧରେ ଖେଳାଯାଉ ଥିବା ଟି-୨୦ ସିରିଜରେ ମଧ୍ୟ ସେ ଭାରତୀୟ ଟିମ୍ର ସଦସ୍ୟ ହେବେ। ଏବେ ପ୍ରଶ୍ନ ଏହା ଯେ, ଶେଷରେ ତାଙ୍କୁ ଟିମ୍ ଇଣ୍ଡିଆରେ ଟି-୨୦ ବିଶ୍ୱକପ୍ ଭଳି ବଡ଼ ଟୁର୍ଣ୍ଣାମେଣ୍ଟ ପାଇଁ ସ୍ଥାନ କେମିତି ମିଳିଗଲା ? ଏହାର ଉତ୍ତର ଯଦି ଆପଣଙ୍କୁ ଦରକାର ତ ଆପଣଙ୍କୁ ତିନୋଟି ବଡ଼ ବଡ଼ ଫ୍ୟାକ୍ଟରକୁ ବୁଝିବାକୁ ହେବ , ଯାହାକି ଟିମ୍ ମ୍ୟାନେଜମେଣ୍ଟର ଏକ ପ୍ରକାରର ମାଷ୍ଟର ପ୍ଲାନ।
- କମ୍ୱିନେସନ ବିଗିଡ଼ିବ ନାହିଁ :
ଇଶାନ କିଶନଙ୍କୁ ସିଧା ଟି-୨୦ ୱାର୍ଲ୍ଡକପ୍ ୨୦୨୬ ପାଇଁ ଟିମ୍ରେ ନେବା ପଛର ପ୍ରଥମ ଫ୍ୟାକ୍ଟର ଏହା ଯେ, ତାଙ୍କର ରହିବା ଦ୍ୱାରା ଟିମ୍ ଇଣ୍ଡିଆକୁ ଏକ ଦମଦାର କମ୍ୱିନେସନ ମିଳିବ। ହେଲେ ପ୍ରାରମ୍ଭିକ ପ୍ଲେଇଂ ଇଲେଭନର ସେ ସଦସ୍ୟ ରହିବେ ନାହିଁ। ଶୁଭମନ ଗିଲଙ୍କ ସ୍ଥାନରେ ତାଙ୍କୁ ଟିମ୍ରେ ସାମିଲ କରାଯାଇଛି। ସେ ବ୍ୟାକଅପ୍ ଓପନର ଓ ବ୍ୟାକଅପ୍ ୱିକେଟକିପର ଭାବେ ରହିବେ। ସଞ୍ଜୁ ସାମସନ କିମ୍ୱା ଅଭିଷେକ ଶର୍ମାଙ୍କ ଆହତ କାରଣରୁ ସେ ସିଧାସଳଖ ଏହି ପୋଜିସନରେ ଖେଳିବେ। ଏଥିରେ କମ୍ୱିନେସନ ବିଗିଡ଼ିବ ନାହିଁ, କାରଣ ଓପନର ସ୍ଥାନରେ ଓପନର ଓ ୱିକେଟକିପର ସ୍ଥାନରେ ୱିକେଟକିପର ଆପଣଙ୍କୁ ମିଳିଯିବ।
- ଏକଷ୍ଟ୍ରା ଫିନିଶର ମିଳିବ :
ଏବେସୁଦ୍ଧା ଜିତେଶ ଶର୍ମା ୱିକେଟ୍କିପର ଓ ଫିନିଶର ଭାବେ ଖେଳୁ ଥିଲେ, କିନ୍ତୁ ଏବେ ସଞ୍ଜୁ ସାମସନ ଓପନ କରିବେ ଏବଂ ୱିକେଟକିପିଂ ମଧ୍ୟ କରିବେ ତ ଏମିତିରେ ଜିତେଶ ଶର୍ମାଙ୍କୁ ଟିମ୍ରେ ରଖିବାର କୌଣସି ଫାଇଦା ନଥିଲା। ଏହିପରି ଜଣେ ଫିନିଶର ସ୍ଥାନ ଖାଲି ହୋଇ ଯାଇଛି,ଯାହାକୁ ରିଙ୍କୁ ସିଂହ ପୂରଣ କରି ପାରନ୍ତି। କୌଣସି ବି ପ୍ରକାରରେ ଦେଖିବାକୁ ଗଲେ ରିଙ୍କୁ ସିଂହ ଓ ଡିତେଶ ଶର୍ମାଙ୍କ ମଧ୍ୟରେ ଭଲ ଫିନିଶର ରିଙ୍କୁ ସିଂହ ହିଁ ହେବେ। ଆପଣ ହାର୍ଦ୍ଦିକ ପାଣ୍ଡ୍ୟା ଓ ଶିବମ ଦୁବେଙ୍କୁ ଟିମ୍ରେ ଏକାଠି ରଖି ପାରିବେ।
- ଡୋମେଷ୍ଟିକ୍ରେ ଦମଦାର ଫର୍ମ :
ତୃତୀୟ କାରଣ ଏହା ଯେ,ତାଙ୍କର ଫର୍ମ ଡୋମେଷ୍ଟିକ୍ କ୍ରିକେଟ୍ରେ ଦମଦାର ଥିଲା। ସେ ପ୍ରଥମେ ମଧ୍ୟ ଟିମ୍ ଇଣ୍ଡିଆ ପାଇଁ ତିନୋଟି ଫର୍ମାଟ୍ରେ ଖେଳି ସାରିଛନ୍ତି। ନିକଟରେ ଅଧିନାୟକ ଭାବେ ସୈୟଦ ମୁସ୍ତାକ ଅଲି ଟ୍ରଫି ସେ ନିଜ ଟିମ୍ ଝାଡ଼ଖଣ୍ଡକୁ ଦେଇ ଥିଲେ। ୫୦୦ରୁ ଅଧିକ ରନ୍ ଗୋଟିଏ ସିଜନରେ ୨୦୦କୁ ଅଧିକ ଷ୍ଟ୍ରାଇକ୍ ରେଟ୍ ସହ ସେ ହିଁ କରିଛନ୍ତି। ଏହିପରି ଶୁଭମନ ଗିଲ୍ଙ୍କ ବାହାରେ ରହିବାରେ ତାଙ୍କର ଉପସ୍ଥିତି ଆହୁରି ମଜବୁତ୍ ହୋଇଛି।
ଏହାସହ ମଧ୍ୟ ପଢନ୍ତୁ : ଟି-ଟ୍ୱେଣ୍ଟି ବିଶ୍ୱକପ ୨୦୨୬ ପାଇଁ ୧୫ ଜଣିଆ ଭାରତୀୟ ଟିମ୍ ଘୋଷଣା; ଅକ୍ଷର ଉପଅଧିନାୟକ, ଗିଲ୍ ଆଉଟ୍