ନୂଆଦିଲ୍ଲୀ,୨୦/୧୨: ଟି-ଟ୍ୱେଣ୍ଟି ବିଶ୍ୱକପ ୨୦୨୬ ପାଇଁ ଭାରତୀୟ ଦଳ ଘୋଷଣା ହୋଇଛି । ଦୀର୍ଘ ସମୟ ଥରି ବୈଠକ ପରେ ୧୫ ଜଣିଆ ସ୍କ୍ୱାଡ୍ ଘୋଷଣା କରିଛି ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ । ପ୍ରେସମିଟ୍ କରି ଟିମ୍ ଘୋଷଣା କରିଛନ୍ତି ବିସିସିଆଇ ସଚିବ ଦେବଜିତ୍ ସାଇକିଆ  ମୁଖ୍ୟ ଚୟନକର୍ତ୍ତା ଅଜିତ ଅଗରକର ମଧ୍ୟସାମିଲ ଥିଲେ । ସୂର୍ଯ୍ୟକୁମାର ଯାଦବ ଅଧିନାୟକ । ଅକ୍ଷର ପଟେଲଙ୍କୁ ଉପ-ଅଧିନାୟକ ଭାର ମିଳିଛି । ଶୁବମନ ଗିଲ୍ ଦଳରୁ ବାଦ ପଡିଛନ୍ତି । ଇଶାନ କିସନଙ୍କ ସରପ୍ରାଇଜ ଏଣ୍ଟ୍ରୀ ହୋଇଛି । ଆସନ୍ତା ଫେବୃଆରୀ ୭ରୁ ବିଶ୍ୱକପ ଲଢେଇ । ଭାରତ-ଶ୍ରୀଲଙ୍କା ରହିବେ ଆୟୋଜକ ।  ପ୍ରଥମ ମ୍ୟାଚରେ ୟୁଏସଏକୁ ଭେଟିବ ଭାରତ । 

ବଦଳିଲେ ଉପଅଧିନାୟକ- ଟିମ୍ ଇଣ୍ଡିଆରେ ଟି-ଟ୍ୱେଣ୍ଟି ଦଳର ଭାଇସ୍ କ୍ୟାପ୍ଟେନ ଥିଲେ ଶୁଭମନ ଗିଲ । ହେଲେ ସେ ଦଳରୁ ବାଦ ରହିଛନ୍ତି । ଦକ୍ଷିଣ ଆଫ୍ରିକା ବିପକ୍ଷରେ ଗିଲ୍‌ଙ୍କ ନୈରାଶ୍ୟଜନକ ପ୍ରଦର୍ଶନ ଦେଖିବାକୁ ମିଳିଥିଲା । ଫଳରେ ତାଙ୍କ ସ୍ଥାନରେ ଅକ୍ଷର ପଟେଲ୍‌ଙ୍କୁ ଉପଅଧିନାୟକ ଦାୟିତ୍ୱ ମିଳିଛି । ଦଳରେ ଷ୍ଟାଣ୍ଡ ବାଏ ପ୍ଲେୟାର ରଖାଯାଇନଥିବା କହିଛନ୍ତି ବିସିସିଆଇ ସଚିବ ଦେବଜିତ୍ ସାଇକିଆ । ନମ୍ବର ୩ରେ ତିଲକ ବର୍ମା ବ୍ୟାଟିଂ କରିବା ନେଇ କହିଛନ୍ତି ଅଧିନାୟକ ସୂର୍ଯ୍ୟକୁମାର ଯାଦବ ।

​​​​​​​ନ୍ୟୁଜିଲାଣ୍ଡ ବିପକ୍ଷ ଟି-ଟ୍ୱେଣ୍ଟି ସିିରିଜ ପାଇଁ ଦଳ ଘୋଷଣା- ସଦ୍ୟ ସମାପ୍ତ ଦ.ଆଫ୍ରିକା ଟି-ଟ୍ୱେଣ୍ଟି ଏବଂ ଦିନିକିଆ ସିରିଜ ପରେ ନ୍ୟୁଜିଲାଣ୍ଡ ବିପକ୍ଷରେ ଖେଳିବ ଭାରତ । ୩ ମ୍ୟାଚ ବିଶିଷ୍ଟ ଦିନିକିଆ ଓ ୫ ଟି-ଟ୍ୱେଣ୍ଟି ମ୍ୟାଚ ଖେଳିବ ଟିମ୍ ଇଣ୍ଡିଆ । ଏ ନେଇ ୧୫ ଜଣିଆ ଦଳ ଘୋଷଣା ହୋଇଛି । ଦଳରେ ସୂର୍ଯ୍ୟକୁମାର ଯାଦବ (ଅଧିନାୟକ), ଅକ୍ଷର ପଟେଲ (ଉପଅଧିନାୟକ), ଅଭିଷେକ ଶର୍ମା, ତିଲକ ବର୍ମା, ହାର୍ଦ୍ଦିକ ପାଣ୍ଡ୍ୟା, ସଞ୍ଜୁ ସାମସନ୍ (ୱିକେଟ୍ କିପର), ଶିବମ୍ ଦୁବେ, ୱାଶିଂଟନ୍ ସୁନ୍ଦର, ରିଙ୍କୁ ସିଂହ, ଯଶପ୍ରୀତ୍ ବୁମରା, ହର୍ଷିତ ରାଣା, ଅର୍ଶଦୀପ ସିଂ,​​​​​​​ କୁଳଦୀପ ଯାଦବ, ବରୁଣ ଚକ୍ରବର୍ତ୍ତୀ, ଇଶାନ କିସନ (ୱିକେଟ୍ କିପର)​​​​​​​ ରହିଛନ୍ତି ।

ଭାରତ-ନ୍ୟୁଜିଲାଣ୍ଡ ଫୁଲ୍ ସିଡ୍ୟୁଲ
ଜାନୁଆରୀ ୧୧-ପ୍ରଥମ ଦିନିକିଆ, ବଦୋଦରା
ଜାନୁଆରୀ ୧୪- ଦ୍ବିତୀୟ ଦିନିକିଆ, ରାଜକୋଟ
ଜାନୁଆରୀ ୧୮- ତୃତୀୟ ଦିନିକିଆ, ଇନ୍ଦୋର
ଜାନୁଆରୀ ୨୧- ପ୍ରଥମ ଟି-ଟ୍ୱେଣ୍ଟି, ନାଗପୁର
ଜାନୁଆରୀ ୨୩- ଦ୍ବିତୀୟ ଟି-ଟ୍ୱେଣ୍ଟି, ରାୟପୁର
ଜାନୁଆରୀ ୨୫- ତୃତୀୟ ଟି-ଟ୍ୱେଣ୍ଟି, ଗୌହାଟୀ
ଜାନୁଆରୀ ୨୮-ଚତୁର୍ଥ ଟି-ଟ୍ୱେଣ୍ଟି, ବିଶାଖାପାଟନମ
ଜାନୁଆରୀ ୩୧- ପଞ୍ଚମ ଟି-ଟ୍ୱେଣ୍ଟି, ଥିରୁଅନନ୍ତପୁରମ

​​​​​​​