ନୂଆଦିଲ୍ଲୀ,୦୮/୦୨; ଆରମ୍ଭ ହୋଇ ସାରିଛି ଟି-ଟ୍ୱେଣ୍ଟି ବିଶ୍ୱକପ୍ର ଦଶମ ସଂସ୍କରଣ । ପ୍ରଥମ ଦିନରେ ୩ଟି ମ୍ୟାଚ ଖେଳା ଯାଇଥିଲା । ଡିଫେଣ୍ଡିଂ ଚାମ୍ପିଅନ ଭାରତ ଓ ଗତ ସଂସ୍କରଣର ଆୟୋଜକ ୟୁଏସଏ ମଧ୍ୟରେ ଖେଳାଯାଇଥିଲା ଉଦ୍ଘାଟନୀ ମୁକାବିଲା । ଅବଶ୍ୟ ଏହା ପୂର୍ବରୁ ଆଉ ୨ଟି ମ୍ୟାଚ ଶେଷ ହୋଇ ସାରିଥିଲା । ୱାଙ୍ଖଡ଼େ ଷ୍ଟାଡ଼ିୟମ୍ରେ ଅନୁଷ୍ଠିତ ଏହି ମ୍ୟାଚ ପୂର୍ବରୁ ଦର୍ଶକଙ୍କ ପାଇଁ ଏକ ମନଲୋଭା ଉଦ୍ଘାଟନୀ ଉତ୍ସବର ଆୟୋଜନ କରାଯାଇଥିଲା । ପ୍ରସିଦ୍ଧ ରାପର ବାଦଶାହଙ୍କ ସମେତ ସିନେ ତାରକା ନୋରା ଫତେହିଙ୍କ ନାଚରେ ୱାଙ୍ଖଡ଼େ ଷ୍ଟାଡ଼ିୟମ୍ ଝୁମିଥିଲା । ମାତ୍ର ଏହା ପୂର୍ବରୁ ଦୁଇ ମହାନ ବାଦକ ଶିବ ମଣି ଓ ରିଷଭ ଶର୍ମାଙ୍କ ମ୍ୟୁଜିକ କାର୍ନିଭାଲ ଷ୍ଟାଡ଼ିୟମ୍ରେ ଉନ୍ମାଦନା ଖେଳାଇ ଦେଇଥିଲା । ଜେଟ୍ ଯୋଗେ ଗ୍ରାଉଣ୍ଡକୁ ଓହ୍ଲାଇଥିଲା ବିଶ୍ୱକପ୍ ଟ୍ରଫି । ଆଇସିସି ସଭାପତି ଜୟ ଶାହା ଓ ଟୁର୍ଣ୍ଣାମେଣ୍ଟ ଆମ୍ବାସଡ଼ର ରୋହିତ ଶର୍ମା ଟୁର୍ଣ୍ଣାମେଣ୍ଟ ଆରମ୍ଭ ଘୋଷଣା କରିଥିଲେ । ରୋହିତଙ୍କ ଉପସ୍ଥିତି ୱାଙ୍ଖଡ଼େ ଦର୍ଶକଙ୍କ ପାଇଁ ଏକ ଉପହାର ସଦୃଶ ରହିଥିଲା । ସେ ଗ୍ରାଉଣ୍ଡକୁ ପ୍ରବେଶ କରିବା ମାତ୍ରେ ଷ୍ଟାଡ଼ିୟମ୍ କମ୍ପି ଉଠିଥିଲା ‘ମୁମ୍ବାଇ ଚା ରାଜା, ରୋହିତ ଶର୍ମା.. ।’
‘ମୁମ୍ବାଇ ଚା ରାଜା, ରୋହିତ ଶର୍ମା..