ନୂଆଦିଲ୍ଲୀ, ୧୯/୦୨: ଟି-ଟ୍ୱେଣ୍ଟି ବିଶ୍ୱକପ୍ର ଗ୍ରୁପ୍ ପର୍ଯ୍ୟାୟରେ ଭାରତ ଅପରାଜେୟ ରହିଛି । ଅନ୍ତିମ ମ୍ୟାଚରେ ଦଳ ନେଦରଲାଣ୍ଡସକୁ ପରାସ୍ତ କରିଥିଲା । ଏହି ବିଜୟ ସହ ଟିମ୍ ଇଣ୍ଡିଆ ଅଧିନାୟକ ସୂର୍ଯ୍ୟକୁମାର ଯାଦବଙ୍କ ନାମରେ ଏକ ରେକର୍ଡ ଯୋଡ଼ି ହୋଇଛି ।
ଅନ୍ତର୍ଜାତୀୟ ଟି-ଟ୍ୱେଣ୍ଟି କ୍ରିକେଟ୍ରେ ସୂର୍ଯ୍ୟ ଶ୍ରେଷ୍ଠ ଅଧିନାୟକ ବିବେଚିତ ହୋଇଛନ୍ତି । ତାଙ୍କ ନେତୃତ୍ୱରେ ଦଳର ବିଜୟ ହାର ୮୦.୮୫ ପ୍ରତିଶତ ରହିଛି । ପୂର୍ବତନ ଅଧିନାୟକ ରୋହିତ ଶର୍ମାଙ୍କ ନାମରେ ୮୦.୬୫ ପ୍ରତିଶତ ବିଜୟ ରହିଥିବାବେଳେ ଏହି ତାଲିକାରେ ଅସଘର ଆଫଗାନ (୮୦.୩୯ ପ୍ରତିଶତ) ତୃତୀୟ ସ୍ଥାନରେ ରହିଛନ୍ତି ।
ନେଦରଲାଣ୍ଡସ ବିପକ୍ଷରେ ବିଜୟୀ ହୋଇ ଭାରତ ଆଇସିସି ଟୁର୍ଣ୍ଣାମେଣ୍ଟରେ କ୍ରମାନ୍ୱୟରେ ୧୭ତମ ବିଜୟ ହାସଲ କରିଛି । ଟି-ଟ୍ୱେଣ୍ଟି ବିଶ୍ୱକପ୍ରେ ଏହା ଦଳର କ୍ରମାନ୍ୱୟରେ ୧୨ତମ ବିଜୟ । ଗତ ୪ଟି ଆଇସିସି ଟୁର୍ଣ୍ଣାମେଣ୍ଟରେ ଭାରତ ମାତ୍ର ଗୋଟିଏ ମ୍ୟାଚରେ ପରାଜିତ ହୋଇଛି ।
ଆହୁରି ପଢ଼ନ୍ତୁ :- ଗାଡ଼ିଚାଳକରୁ ସାଇଡ୍ଆର୍ମ ଥ୍ରୋୟର୍,ସନ୍ରାଇଜର୍ସରେ ଓଡ଼ିଆ ପୁଅ