ଜେଟ୍ ଏୟାରଓ୍ବେଜ୍କୁ ବଞ୍ଚାଇବା ପାଇଁ ବ୍ୟାଙ୍କ୍ ମୋ ଟଙ୍କା ନେଇଯାଉ ବୋଲି କହିଛନ୍ତି ବିଜୟ ମାଲ୍ୟା

ନୂଆଦିଲ୍ଳୀ ୨୬।୩: ଜେଟ୍ ଏୟାରଓ୍ବେଜ୍ କମ୍ପାନିକୁ ବୁଡ଼ିବାରୁ ରକ୍ଷା କରିବା ପାଇଁ ସରକାର ୧୫୦୦କୋଟି ଟଙ୍କା ବିନିଯୋଗ କରିବେ ବୋଲି ଘୋଷଣା ହେବାର ପରଦିନ କିଙ୍ଗଫିସର ଏୟାରଲାଇନର ମାଲିକ ବିଜୟ ମାଲ୍ୟା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବିରୋଧରେ ଅଭିଯୋଗ ଆଣି କହିଛନ୍ତି ଯେ, ସରକାର ତାଙ୍କ ପାଇଁ କିଛି ବି କରିନାହାନ୍ତି।
ଟ୍ବିଟ୍ ସିରିଜରେ ପଳାତକ ମାଲ୍ୟା କହିଛନ୍ତି କି କିଙ୍ଗଫିସର କମ୍ପାନି ଓ କର୍ମଚାରୀଙ୍କୁ ବଂଚାଇବା ପାଇଁ ମୁଁ ୪୦୦୦ କୋଟି ଟଙ୍କା ବିନିଯୋଗ କଲି। ଏହାକୁ କେହି ବି ଚିନ୍ତା ନକରି ମତେ ବରଂ ଅନେକ ସମୟରେ ଅପମାନିତ କରାଯାଇଛି। ସମାନ ପିଏସୟୁ ବ୍ୟାଙ୍କ୍ ଭଲ କର୍ମଚାରୀ ଓ ସଂଯୋଗ ଦେଉଥିବା ଏୟାଲାଇନ ସହ ଠିକ ବ୍ୟବହାର କରିନାହିଁ।
ମାଲ୍ୟା ଆଉ ଏକ ଟ୍ବିଟ କରି କହିଛନ୍ତି ଯେ ଏୟାରଓ୍ବେକୁ ବଂଚାଇ ରଖିବାକୁ ବ୍ୟାଙ୍କ୍ ମୋ ଟଙ୍କା କାହିଁକି ନେଇ ଯାଉନି। ଏଠାରେ ଉଲ୍ଲେଖଯୋଗ୍ୟ, ପୂର୍ବରୁ ଥରେ ମାଲ୍ୟା କହିଥିଲେ କି ସେ ତାଙ୍କ କର୍ମଚାରୀମାନଙ୍କର ଦୀର୍ଘ ଦିନର ଦରମା ଦେବାକୁ ଚାହାନ୍ତି।