PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର : ବିଜେବି କଲେଜ ହଷ୍ଟେଲରୁ ଛାତ୍ରୀଙ୍କ ମୃତଦେହ ଉଦ୍ଧାର
  • ||
  • ୨୦୨୨-୨୩ ବଜେଟ୍‌ : ଶିକ୍ଷା ଓ ଦକ୍ଷତା ବିକାଶ କ୍ଷେତ୍ର ପାଇଁ ୨୭,୩୨୪କୋଟି ଟଙ୍କା ଆବଣ୍ଟନ
  • ||
  • ଉଦୟପୁର ହତ୍ୟାକାଣ୍ଡ ଘଟଣା : କୋର୍ଟ ୪ ଅଭିଯୁକ୍ତଙ୍କୁ ୧୦ଦିନର NIA ରିମାଣ୍ଡରେ ପଠାଇଲେ
  • ||
  • ଭୁବନେଶ୍ବର ପରେ କଟକରେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ
  • ||
  • ପୁରୀ : ଗୁଣ୍ଡିଚା ମନ୍ଦିର ରୋଷଘର ଚୁଲି ଭାଙ୍ଗିଲେ ଦୁର୍ବୃତ୍ତ, ୨୦ରୁ ଅଧିକ ଚୁଲି ଭାଙ୍ଗି ଥିବା ସୂଚନା
  • ||
  • ଭୁବନେଶ୍ୱର: ବିଧାନସଭାର ମୌସୁମୀ ଅଧିବେଶନ ଆରମ୍ଭ: ପ୍ରଥମ ଦିନରେ ଶୋକ ପ୍ରସ୍ତାବ ପାରିତ, ଆସିବ ପୂର୍ଣ୍ଣାଙ୍ଗ ବଜେଟ୍
  • ||
  • ନୂଆଦିଲ୍ଲୀ; ଫୁଟ୍‌ ଉପରେ ବିମାନ କ୍ୟାବିନରେ ଦେଖିବାକୁ ମିଳିଲା ଧୁଆଁ; ଦିଲ୍ଲୀ ବିମାନବନ୍ଦରରେ ଜରୁରୀକାଳୀନ ଅବତରଣ କଲା ସ୍ପାଇସଜେଟ୍‌
  • ||
  • ଭୁବନେଶ୍ୱର: ୪ରେ ଲଘୁଚାପ, ଆଜିଠୁ ବଢ଼ିବ ବର୍ଷା
  • ||
  • ଚୌଦ୍ୱାର : ଜଗା ଦର୍ଶନ ସାରି ଘରକୁ ଫେରୁଥିବା ବେଳେ ବୋଲେରୋକୁ ପିଟିଲା ଟ୍ରକ: ଜଣେ ମୃତ, ୯ ଗୁରୁତର
  • ||
  • ପୁରୀ: ଦାରୁବ୍ରହ୍ମଙ୍କ ପତିତପାବନ ଯାତ୍ରା: ଆଜି ଜନ୍ମବେଦିକୁ ବିଜେ କରିବେ ଚତୁର୍ଦ୍ଧାମୂର୍ତ୍ତି
  • ||
  • ବାରିପଦା: ଆଜି ଗଡ଼ିବ ଦ୍ୱିତୀୟ ଶ୍ରୀକ୍ଷେତ୍ର ରଥ, ସୁଭଦ୍ରାଙ୍କ ରଥକୁ ଟାଣିବେ ମହିଳା ଶ୍ରଦ୍ଧାଳୁ
  • ||
  • କଟକ: ଆଜିଠୁ ମିଳିତ ପୁଲିସ୍‌ ସେବା ପରୀକ୍ଷା, ୩୪ କେନ୍ଦ୍ରରେ ପରୀକ୍ଷା ଦେବେ ୨୯ ହଜାର ୬୪୪ ପରୀକ୍ଷାର୍ଥୀ
  • ||

ଷୋଡ଼ଶ ବିଧାନସଭା; ଶପଥ ନେଲେ ବିଧାୟକ

ଭୁବନେଶ୍ୱର,୩୦ା୫(ବ୍ୟୁରୋ): ଷୋଡ଼ଶ ବିଧାନସଭାର ନବନିର୍ବାଚିତ ବିଧାୟକମାନେ ପବିତ୍ର ବିଧାନସଭାର ସଦସ୍ୟତା ପାଇଁ ପଦ ଓ ଗୋପନୀୟତାର ଶପଥ ନେଇଛନ୍ତି । କାମଚଳା ବାଚସ୍ପତି ଅମର ପ୍ରସାଦ ଶତପଥୀ ନବନିର୍ବାଚିତ ବିଧାୟକମାନଙ୍କୁ ବିଧିବଦ୍ଧ ଭାବେ ଶପଥ ପାଠ କରାଇଛନ୍ତି । ଆଜି ବିଧାୟକମାନଙ୍କ ଶପଥ ପାଠ ଆରମ୍ଭ ହୋଇଥିଲା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କଠାରୁ । ଜଣକ ଜଣକ ପରେ ମୋଟ ୧୦୬ଜଣ ବିଧାୟକ ଆଜି ଶପଥ ନେଇଥିଲେ । ଆଜି ବିଧାନସଭା ବାତାବରଣ ଥିଲା ଭିନ୍ନ । ଦୀର୍ଘଦିନର ଭୋଟ୍‌ ଧାଁ ଧପଡ଼ ପରେ ବିଜୟୀ ହୋଇଥିବା ବିଧାୟକମାନେ ବେଶ୍‌ ଖୁସି ଜଣାପଡ଼ୁଥିଲେ । ସବୁଠୁ ଅଧିକ ଖୁସି ଓ ଉତ୍ସାହ ବାରି ହୋଇ ପଡ଼ୁଥିଲା ପ୍ରଥମ କରି ଜିତିଥିବା ବିଧାୟକମାନଙ୍କଠାରେ । ଅଭିଜ୍ଞ ବିଧାୟକମାନଙ୍କ ପାଖକୁ ଯାଇ କଥାବାର୍ତ୍ତା ହେଉଥିଲେ । ପବିତ୍ର ଗୃହର ନିୟମ ଓ ପରମ୍ପରା ବାବଦରେ ବୁଝୁଥିଲେ ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ବିଧାନସଭା ଭିତର ଫାଟକ ପାଖରେ ପହଞ୍ଚିବାବେଳେ ବିଧାନସଭାର ଅଧିକାରୀ ଓ କର୍ମଚାରୀମାନେ ପୁଷ୍ପଗୁଚ୍ଛ ଦେଇ ସ୍ୱାଗତ ଜଣାଇଥିଲେ । ମୁଖ୍ୟମନ୍ତ୍ରୀ ସଭିଙ୍କୁ ଧନ୍ୟବାଦ ଜଣାଇଥିଲେ । ଶପଥ ପାଠ ପାଇଁ କାମଚଳା ବାଚସ୍ପତି ଶ୍ରୀ ଶତପଥୀ ପ୍ରଥମେ ମୁଖ୍ୟମନ୍ତ୍ରୀଙ୍କ ନାମ ଡାକିଥିଲେ । ବିଧି ବ୍ୟବସ୍ଥା ପରମ୍ପରା ପାଳନ କରି ନବୀନ ଶପଥ ପାଠ କରିଥିଲେ । ଏହା ପରେ ବିକ୍ରମ କେଶରୀ ଆରୁଖ, ଅରୁଣ କୁମାର ସାହୁ, ସୁଦାମ ମାରାଣ୍ଡି, ବଦ୍ରିନାରାୟଣ ପାତ୍ର, ଅନନ୍ତ ଦାସ, ପ୍ରଫୁଲ୍ଲ କୁମାର ମଲ୍ଲିକ, ଭୂପିନ୍ଦର ସିଂହ, ନିତ୍ୟାନନ୍ଦ ସାହୁ, ଧ୍ରୁବଚରଣ ସାହୁ, ଶଶୀଭୂଷଣ ବେହେରା, ପ୍ରଣବ ପ୍ରକାଶ ଦାସ, ପ୍ରତାପ ଜେନା, ଭାଗିରଥୀ ସେଠୀ, ପ୍ରଣବ ବଳବନ୍ତରାୟ, ରଘୁନନ୍ଦନ ଦାସ, ସମ୍ବିତ ରାଉତରାୟ, ପ୍ରମିଳା ମଲ୍ଲିକ, ଟୁକୁନି ସାହୁ, ସ୍ନେହାଙ୍ଗିନୀ ଛୁରିଆ, ପ୍ରମୁଖ ପ୍ରଥମାର୍ଦ୍ଧରେ ଶପଥ ଗ୍ରହଣ କରିଥିଲେ । ଆଜି ମୋଟ ୧୦୬ଜଣ ବିଧାୟକ ଗୃହର ସଦସ୍ୟତା ଗ୍ରହଣ କରିଥିବାବେଳେ ଅବଶିଷ୍ଟ ବିଧାୟକମାନେ ଆସନ୍ତାକାଲି ଶପଥ ନେବେ । ଜୁନ୍‌ ୧ ତାରିଖରେ ବାଚସ୍ପତି ପଦ ପାଇଁ ବିଧିବଦ୍ଧ ପ୍ରକ୍ରିୟା ଅନୁଯାୟୀ ନିର୍ବାଚନ ହେବ । ବିଜେଡିର ସଂଖ୍ୟା ଗରିଷ୍ଠତା ଥିବାରୁ ବାଚସ୍ପତି ନିର୍ବାଚନ ଆବଶ୍ୟକ ପଡ଼ିନପାରେ । ଏହି ପଦବୀ ପାଇଁ ବିଜେଡି ଆପତତଃ ବରିଷ୍ଠ ନେତା ସୂର୍ଯ୍ୟନାରାୟଣ ପାତ୍ରଙ୍କ ନାମ ଚୂଡ଼ାନ୍ତ କରିଥିବା କୁହାଯାଉଛି ।

ସମ୍ବନ୍ଧିତ ଖବର