PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ଵର : ଏକାଧିକ କିଓସ୍କୋରେ ନାହିଁ ଇଣ୍ଟରନେଟ୍, ହେଉନି ବ୍ୟବହାର… ଖତ ଖାଉଛି ଡିଜିଟାଲ୍ କିଓସ୍କୋ
  • ||
  • ଭୁବନେଶ୍ଵର : ନନ୍ଦନକାନନକୁ ଆସିବେ ନୂଆ ଅତିଥି, ଯିବେ ୨ ବାଘ ଆସିବେ ହୁଲୁକ ଗିବନ
  • ||

ଆଲିଙ୍ଗନ କରିବା ପାଇଁ ନିଅନ୍ତି ୫ ହଜାର ଟଙ୍କା

source:unsplash.com

ଆଜିକାଲି ବିଭିନ୍ନ ଉପାୟରେ ରୋଜଗାର କରୁଛନ୍ତି ଲୋକେ । ଲୋକମାନେ ବିଭିନ୍ନ ପେସାକୁ ଆପଣେଉଛନ୍ତି ତ ଆଉ କିଏ ନୂଆ ପେସା ସୃଷ୍ଟି କରୁଛନ୍ତି । ଠିକ୍ ସେମିତି ଆମେରିକାରେ ଆଲିଙ୍ଗନ କରିବା ଏବେ ପେସା ପାଲଟିଛି । କନ୍‌ସାସ ବାସିନ୍ଦା ରବିନ ଷ୍ଟିନ୍‌ ମଧ୍ୟ ଏହି ପେସାକୁ ଆଦରି ଭଲ ରୋଜଗାର କରୁଛନ୍ତି । ଆଲିଙ୍ଗନ କରିବା ପାଇଁ ସେ ଘଣ୍ଟା ପ୍ରତି ୮୦ ଡଲାର ବା ୫,୬୦୦ ଟଙ୍କା ନେଇଥାନ୍ତି । ଏପରି କରିବା ପଛର କାରଣ ଲୋକଙ୍କ ଅବସାଦ ଦୂର କରିବା । ଏହା ଏକ ଚିକିତ୍ସା ପଦ୍ଧତି । ଷ୍ଟିନ୍‌ ଜଣେ କଡଲିଷ୍ଟ । ସ୍ପର୍ଶ ମାଧ୍ୟମରେ ଲୋକଙ୍କ ଅବସାଦ ଦୂର କରିଥାନ୍ତି । ଷ୍ଟିନ୍‌ କୁହନ୍ତି, ଲୋକମାନଙ୍କୁ ଆଲିଙ୍ଗନ କଲେ ସେମାନଙ୍କ ଅବସାଦ ଦୂର ହୁଏ । ଏହା ଦ୍ୱାରା ସେ ନିଜେ ମଧ୍ୟ ଖୁସି ହୋଇଥାନ୍ତି । ଘଣ୍ଟାକ ମଧ୍ୟରେ ବିଭିନ୍ନ ଶୈଳୀରେ ଆଲିଙ୍ଗନ କରି ଅବସାଦଗ୍ରସ୍ତ ଲୋକଙ୍କୁ ଆରାମ ଦେବାକୁ ଚେଷ୍ଟା କରନ୍ତି । ଅବଶ୍ୟ ଲୋକଙ୍କୁ ଆଲିଙ୍ଗନ କରିବାରେ ତାଙ୍କର କିଛି ସର୍ତ୍ତ ଥାଏ, ଯେପରି ରୋଗୀ ପୂର୍ଣ୍ଣ ପୋଷାକ ପିନ୍ଧିବେ, ଷ୍ଟିନ୍‌ଙ୍କ କଥା ମାନିବେ… ଇତ୍ୟାଦି । ଷ୍ଟିନ୍‌ ମନୋବିଜ୍ଞାନରେ ସ୍ନାତକୋତ୍ତର ଡିଗ୍ରୀ ହାସଲ କରିଛନ୍ତି । ଏହି କାରଣରୁ ସେ ଲୋକଙ୍କ ମନ ବୁଝି ସ୍ପର୍ଶ ଚିକିତ୍ସା କରିଥାନ୍ତି । ୧୮ ରୁ ୬୦ ବର୍ଷ ବୟସର ଉଭୟ ମହିଳା ଓ ପୁରୁଷ ଚିକିତ୍ସା ପାଇଁ ତାଙ୍କ ପାଖକୁ ଆସିଥାନ୍ତି । ଏହି କାମରେ ପରିବାର ଲୋକଙ୍କଠାରୁ ଷ୍ଟିନ୍‌ଙ୍କୁ ସମର୍ଥନ ମିଳିଛି ।

ସମ୍ବନ୍ଧିତ ଖବର