ପ୍ରମୂଖ ଖବର
  • ବାରିପାଦ: ବିଚ୍‌ ରାସ୍ତାରେ ଯୁବକଙ୍କୁ ଭୁଜାଲି ମାଡ଼, ଆହତ ଅବସ୍ଥାରେ ମେଡିକାଲରେ ଭର୍ତ୍ତି
  • ||
  • ବୁଧବାର ମେୟରଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକ, ଯୋଗଦେବେ ସବୁ ଷ୍ଟାଣ୍ଡିଂ କମିଟିର ଅଧ୍ୟକ୍ଷ ଏବଂ କର୍ପୋରେଟର
  • ||
  • ସୁନ୍ଦରଗଡ଼ : ପୋଖରୀରୁ ଅଜଣା ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ
  • ||
  • କେନ୍ଦ୍ରାପଡ଼ା : ଆଳିରେ ସିରିଜ୍‌ ଚୋରି, ଲକ୍ଷାଧିକ ଟଙ୍କାର ଅଳଙ୍କାର ନେଇଗଲେ ଦୁର୍ବୃତ୍ତ
  • ||
  • ବର୍ମିଂହାମ୍‌ରେ ଇଣ୍ଡିଆ-ଇଂଲଣ୍ଡ ଦ୍ୱିତୀୟ ଟେଷ୍ଟ: ପ୍ରତ୍ୟାବର୍ତ୍ତନ ପାଇଁ ପ୍ରସ୍ତୁତ ଗିଲ୍‌ ବାହିନୀ, ବୁମ୍‌ରା ଖେଳିବେ କି ନାହିଁ ହୋଇନି ସ୍ପଷ୍ଟ
  • ||
  • ବାହୁଡ଼ା ଯାତ୍ରା ପ୍ରସ୍ତୁତି: ଆଜି ଶରଧାବାଲିରେ ରଥ ଦକ୍ଷିଣ ମୋଡ଼, ତାଳଧ୍ୱଜରେ ପ୍ଲେଟ୍‌ ଓ ନନ୍ଦିଘୋଷରେ କ୍ଲାମ୍ପ ଲାଗିଲା
  • ||
  • ବଡ଼ବିଲ: ଖଣିରେ ଧସିଲା ମାଟି ଅତଡ଼ା, ଚାଲିଗଲା ୩ ଜୀବନ
  • ||
  • ନନ୍ଦିଘୋଷ ଭାଙ୍ଗିଲେ ରାଗରୋଷରେ ଜର୍ଜରିତ ମା’ଲକ୍ଷ୍ମୀ ଠାକୁରାଣୀ, ମହାପ୍ରଭୁଙ୍କ ଆଜ୍ଞାମାଳ ପାଇ ଫେରିଲେ
  • ||
  • ଉତ୍ତର-ପଶ୍ଚିମରେ ପ୍ରବଳ ବର୍ଷା ଆଶଙ୍କା: ପୁଣି ଘୂର୍ଣ୍ଣିବଳୟ ସମ୍ଭାବନା, ୫ରୁ ବର୍ଷା ବଢ଼ିପାରେ
  • ||

ଧରଣୀଧର ବିଶ୍ୱବିଦ୍ୟାଳୟର ନୂତନ କୁଳସଚିବଙ୍କ ଦାୟିତ୍ବ ଗ୍ରହଣ

Published By : Suraj Kumar | October 9, 2024 5:52 PM

କେନ୍ଦୁଝର ସଦର ୯/୧୦(ଆପ୍ର) :  କେନ୍ଦୁଝର ଜିଲ୍ଲାର ନବଗଠିତ ଧରଣୀଧର ବିଶ୍ବବିଦ୍ୟାଳୟର କୁଳସଚିବ ଭାବେ ଓଡ଼ିଶା ପ୍ରଶାସନିକ ସେବାର ବରିଷ୍ଠ ଅଧିକାରୀ ଦୁଃଖବନ୍ଧୁ ନାୟକ  ବୁଧବାର କାର୍ଯ୍ଯରେ ଯୋଗ ଦେଇଛନ୍ତି । ଏହି ଅବସରରେ ବିଶ୍ବବିଦ୍ୟାଳୟ ତରଫରୁ କୁଳପତି ପ୍ରଫେସର ପ୍ରତାପ କୁମାର ମହାନ୍ତିଙ୍କ ସଭାପତିତ୍ବ ରେ ଏକ ସ୍ବାଗତ ସମାରୋହର ଆୟୋଜନ କରାଯାଇଥିଲା। ଉପ-କୁଳସଚିବ ଡଃ ବିଶ୍ବରଂଜନ ଧଳ ସ୍ବାଗତ ଅଭିଭାଷଣ ପ୍ରଦାନ କରିଥିଲେ । 

କୁଳସଚିବ ଦାୟିତ୍ବରେ ଥିବା ନରେନ୍ଦ୍ର କୁମାର ସାହୁଙ୍କୁ ଏହି ଅବସରରେ ବିଦାୟ ସମ୍ବର୍ଦ୍ଧନା ଦିଆଯାଇଥିଲା। ସେ  ନିଜ ଅଭିଭାଷଣରେ ନୂଆ କୁଳସଚିବଙ୍କୁ ସ୍ବାଗତ ଜଣାଇବା ସହ ବିଶ୍ବବିଦ୍ୟାଳୟ ତାଙ୍କ ଦୀର୍ଘ ପ୍ରଶାସନିକ ଅଭିଜ୍ଞତା ଓ ନେତୃତ୍ବରେ ଆହୁରି ସମୃଦ୍ଧ ହେବ ବୋଲି ଆଶା ପୋଷଣ କରିଥିଲେ ।ସ୍ବାଗତ ସମ୍ବର୍ଦ୍ଧନାର ଉତ୍ତରରେ ନବ ନିଯୁକ୍ତ କୁଳସଚିବ ଶ୍ରୀ ନାୟକ ଉପସ୍ଥିତ ସମସ୍ତଙ୍କୁ ଅଭିବାଦନ ଜ୍ଞାପନ କରିବା ସହିତ ଐକ୍ୟବଦ୍ଧ ହୋଇ ବିଶ୍ବବିଦ୍ୟାଳୟର ବିକାଶ ପାଇଁ କାର୍ଯ୍ଯ କରିବା ପାଇଁ ଆହ୍ବାନ ଦେଇଥିଲେ । ଧରଣୀଧର ମହାବିଦ୍ୟାଳୟର ପ୍ରାକ୍ତନ ଛାତ୍ର ଭାବେ  ଯେତିକି ଗୌରବ ଅନୁଭବ କରୁଥିଲି ଏବେ ତାହା ଦ୍ବିଗୁଣିତ ହୋଇଛି । ଏହା ମୋତେ ଆହୁରି ପ୍ରତିବଦ୍ଧ କରିବ । ଆଗକୁ ସମୟ ନିଶ୍ଚିତ ଆହ୍ବାନ ମୂଳକ । ତଥାପି ସମସ୍ତଙ୍କ ସହଯୋଗରେ ବିଶ୍ବବିଦ୍ୟାଳୟକୁ ସର୍ବାଙ୍ଗ ସୁନ୍ଦର କରିବା ଆମର ଧ୍ଯେୟ ହେଉ । ମୁଁ ଆବେଗର ସହ ମୋ ଜିଲ୍ଲା, ମୋ ଅନୁଷ୍ଠାନର ସେବା କରିବି ।କର୍ମ ମୋ ପାଇଁ ଈଶ୍ବର। ସଭାପତିତ୍ବ  ଅଭିଭାଷଣରେ କୁଳପତି ନୂତନ କୁଳସଚିବ ଙ୍କୁ ସ୍ବାଗତ ଜଣାଇବା ଅବସରରେ ଶ୍ରୀ ନାୟକଙ୍କ ପ୍ରଶାସନିକ ଅଭିଜ୍ଞତା ବିଶ୍ବବିଦ୍ୟାଳୟର ବିକାଶକୁ ତ୍ବରାନ୍ବିତ କରିବ ବୋଲି ଆଶାବ୍ୟକ୍ତ କରିଥିଲେ । ଶେଷରେ ବିଶ୍ବବିଦ୍ୟାଳୟର ଜନ ସଂପର୍କ ଅଧିକାରୀ ସୁଧାକର ଦାଶ ଧନ୍ୟବାଦ ଅର୍ପଣ କରିଥିଲେ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.