PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପୁରୀ : ସ୍କୁଟି ଉପରେ ମାଡିଗଲା ଟାଉନ ବସ୍, ଚାଲିଗଲା ୩ ଜୀବନ
  • ||
  • ଝଡ଼ ତୋଫାନରେ ଲକ୍ଷ୍ନୌର ଇକାନା ଷ୍ଟାଡିୟମର ଭାଙ୍ଗି ଗଲା ବୋର୍ଡ , ଜଣେ ବ୍ୟକ୍ତି ଚାପି ହୋଇ ରହିଥିବା ସୂଚନା
  • ||
  • ରେଲୱେ ଚାକିରିକୁ ଫେରିଲେ ବଜରଙ୍ଗ , ଭିନେଶ ଓ ସାକ୍ଷୀ ମଲିକ – ଆନ୍ଦୋଳନରୁ ପଛକୁ ହଟିବାକୁ କଲେ ମନା
  • ||
  • ବରଗଡ଼: ବରଗଡ଼ରେ ଲାଇନ୍‌ଚ୍ୟୁତ୍ ହେଲା ଚୂନପଥର ବୋଝେଇ ମାଲବାହୀ ଟ୍ରେନ୍, ଟ୍ରାକ୍‌ରୁ ଖସିଲା ୫ ୱାଗନ୍
  • ||
  • ବାଲେଶ୍ୱର : ଶବକୁ ନେଇ ସାଂଘାତିକ ଖେଳ: ଆଉ କାହାର ଶବକୁ ଧରି ସ୍ତ୍ରୀ କହିଲା ସ୍ୱାମୀ ମୋର, ଦିଅ ଟଙ୍କା…
  • ||
  • ଭୁବନେଶ୍ୱର : କୋଲକାତା ଓ ଆସାମ ଫେରିଲେ ଯାତ୍ରୀ, ବସ୍‌ ସେବା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଲେ
  • ||
  • ସୋର: ବାହାନଗାରେ ସ୍ଵାଭାବିକ ହେଲା ଟ୍ରେନ୍ ଚଳାଚଳ, ଗଡ଼ିଲା ୩ଟି ଟ୍ରେନ୍
  • ||
  • ବାଲେଶ୍ୱର : ବାହାନଗା ଟ୍ରେନ୍‌ ଦୁର୍ଘଟଣା: ୨୮୫ ଜଣ ନେଲେଣି ୩.୨୨ କୋଟିର ଅନୁକମ୍ପା ରାଶି
  • ||
  • ଭୁବନେଶ୍ୱର: ବାହାନଗା ବିଭୀଷିକା: ପ୍ରତିଶ୍ରୁତି ପୂରଣ କରିପାରିଲାନି ସ୍ୱାମୀ, ମଙ୍ଗଳସୂତ୍ର ଦେବା ପୂର୍ବରୁ ଚାଲିଗଲା ଜୀବନ
  • ||
  • ପୁରୀ: ରଥଖଳା ହାଲ୍‌ଚାଲ୍‌…ବୁଲିଲା ଚଉଦ ନାହାକା, ଉଠିଲା ୨ୟ ଭୂଇଁ
  • ||
  • ପୁରୀ: ଅଣସର ଘରେ ମହାପ୍ରଭୁଙ୍କ ଗୁପ୍ତ ପୂଜା ଆରମ୍ଭ, ଶ୍ରୀମନ୍ଦିରକୁ ବିଜେ କଲେ ପଟିଦିଅଁ: ଆଜିଠୁ ଶ୍ରୀଅଲାରନାଥ ଦର୍ଶନ
  • ||

ଭିଟାମିନ୍ ସପ୍ଲିମେଣ୍ଟ ସେବନ କରୁଛନ୍ତି କି? ସାବଧାନ! ହୋଇପାରେ କାର୍ଡିଓ ଭସ୍କୁଲାର ଡିଜିଜ୍, ହୃଦଘାତ, ଷ୍ଟ୍ରୋକ୍ ଭଳି ସମସ୍ୟା

ଶରୀର ପାଇଁ ଭିଟାମିନ୍, ମିନେରାଲ ଏବଂ ଅନ୍ୟ ପୋଷକ ତତ୍ତ୍ୱ ନିହାତି ଆବଶ୍ୟକ। ଏଗୁଡିକ ପୁଷ୍ଟିକର ଖାଦ୍ୟରୁ ମିଳିଥାଏ ବେଳେବେଳେ ଖାଦ୍ୟରୁ ମିଳୁଥିବା ପୋଷକ ତତ୍ତ୍ୱ ଶରୀରକୁ ଠିକ୍ ଭାବରେ ନ ପହଞ୍ଚିଲେ ଭିଟାମିନ୍ ସପ୍ଲିମେଣ୍ଟ ନିଆଯାଏ, କିନ୍ତୁ ଦୀର୍ଘଦିନ ଧରି ଭିଟାମିନ୍ ସପ୍ଲିମେଣ୍ଟ ବ୍ୟବହାର କରିବା ଶରୀର ପାଇଁ ବିପଦ ଆଣିପାରେ। ଏନେଇ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ (ହୁ) କହିଛି ଯେ ଅଧିକ ଭିଟାମିନ୍ ସପ୍ଲିମେଣ୍ଟ ଗ୍ରହଣ କରିବା ଦ୍ୱାରା କାର୍ଡିଓ ଭସ୍କୁଲାର ଡିଜିଜ୍, ହୃଦଘାତ, ଷ୍ଟ୍ରୋକ୍ ଏବଂ ପ୍ରି ମ୍ୟାଚୁର ଡେଥ୍ ପରି ସମସ୍ୟା ଖୋଯାଇ ପାରେ।

 ସପ୍ଲିମେଣ୍ଟ ପୁଷ୍ଟିକର ଖାଦ୍ୟରୁ ମିଳୁଥିବା ପୋଷକ ତତ୍ତ୍ୱର ସମକକ୍ଷ ନୁହେଁ। ଖାଦ୍ୟ ଯେତିକି ପରିମାଣରେ ପୋଷକ ତତ୍ତ୍ୱ ଯୋଗାଇଥାଏ, ଏହି ଟ୍ୟାବଲେଟ୍ ସେତିକି ଯୋଗାଇପାରେ ନାହିଁ ଯାହାକୁ ଖାଇବା ଦ୍ୱାରା ଶରୀର ପାଇଁ ହାନିକାରକ ହୋଇଥାଏ। ଏକ ଗବେଷଣାରୁ ଜଣାପଡିଛି ଯେ, ଆମେରିକାର ସମୁଦାୟ ଅଧିବାସୀଙ୍କ ମଧ୍ୟରୁ ୫୨ପ୍ରତିଶତ ସପ୍ଲିମେଣ୍ଟ, ୩୧ପ୍ରତିଶତ ମଲ୍ଟି ଭିଟାମିନ୍, ୧୯ପ୍ରତିଶତ ଭିଟାମିନ୍ ଡି, ୧୪ପ୍ରତିଶତ କ୍ୟାଲସିୟମ ଓ ୧୨ପ୍ରତିଶତ ଭିଟାମିନ୍ ସି ଟ୍ୟାବଲେଟ୍ ଖାଉଛନ୍ତି। ଡାକ୍ତରଙ୍କ ପରାମର୍ଶ ଅନୁସାରେ କେଉଁ ସପ୍ଲିମେଣ୍ଟ ନିହାତି ଜରୁରୀ ତାହାକୁ ସେବନ କରନ୍ତୁ, କାହାକୁ ପଚାରି କିମ୍ବା କୌଣସି ବିଜ୍ଞାପନ ଦେଖି ଅଯଥା ଭିଟାମିନ୍ ସପ୍ଲିମେଣ୍ଟ କିଣନ୍ତୁ ନାହିଁ ବୋଲି ସ୍ୱାସ୍ତ୍ୟ ବିଶେଷଜ୍ଞମାନେ କହିଛନ୍ତି।

ସେହିପରି ଅନ୍ୟ କୌଣସି ରୋଗ ପାଇଁ ଔଷଧ ସେବନ କରୁଥିଲେ ଡାକ୍ତରଙ୍କ ପ୍ରେସ୍ପକାଇବ୍ ଅନୁସାରେ ସପ୍ଲିମେଣ୍ଟ ଗ୍ରହଣ କରନ୍ତୁ। କାରଣ କେତେକ ଭିଟାମିନ୍ ସପ୍ଲିମେଣ୍ଟ ଅନ୍ୟ ଔଷଧ ସହ ମିଶିବା ଦ୍ୱାରା ପାର୍ଶ୍ୱ ପ୍ରତିକ୍ରିୟା ସୃଷ୍ଟି କରିବା ପେରେ। ଯାହା ଆପଣଙ୍କ ପାଇଁ ବିପଦ ଆଣିପରେ। ଅନେକ ଲୋକ ମଲ୍ଟି ଭିଟାମିନ ଔଷଧ ସେବନ କରି ନିଜ ଖାଦ୍ୟପେୟ ପ୍ରତି ଧ୍ୟାନ ଦେଇ ନଥାନ୍ତି।  କୌଣସି ଭିଟାମିନ୍ ସପ୍ଲିମେଣ୍ଟ ପଷ୍ଟିକର ଖାଦ୍ୟର ସ୍ଥାନ ନେଇପାରିବ ନାହିଁ, ତେଣୁ ହେଲଦି ଫୁଡ୍ ଖାଇବା ସହ ଫିଟ୍ ରହିବା ପାଇଁ ହେଲଦି ଡାଏଟ୍ ପ୍ଲାନ ମଧ୍ୟ ଆପଣାନ୍ତି ବୋଲି ବିଶେଷଜ୍ଞମାନେ କହିଛନ୍ତି।