ପ୍ରମୂଖ ଖବର
  • କଟକ: ଓସିଏ କନ୍‌ଫରେନ୍ସ ହଲ୍‌ରେ ଅଗ୍ନିକାଣ୍ଡ , କାରଣ ଅସ୍ପଷ୍ଟ
  • ||
  • ଅସହ୍ୟ ହେଲା ଅଧ୍ୟାପକଙ୍କ ନିର୍ଯାତନା, ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇଲେ ଛାତ୍ରୀ, ଉଦ୍ଧାର କରିବାକୁ ଯାଇ ଛାତ୍ର ଗୁରୁତର
  • ||
  • ରାୟଗଡ଼ା : କଞ୍ଜାମଯୋଡି ଗ୍ରାମରେ କଙ୍ଗାରୁକୋର୍ଟ ଘଟଣା: ରାୟଗଡ଼ା ଉପଜିଲ୍ଲାପାଳଙ୍କ ତଦନ୍ତ ନିର୍ଦ୍ଦେଶ
  • ||
  • ଅନୁଗୁଳ : ସାପ କାମୁଡ଼ାରେ ନାବାଳକ ମୃତ
  • ||
  • କଟକ : ପାରିବାରିକ କଳହର କରୁଣ ପରିଣତି, ମୁଣ୍ଡଳୀ ବ୍ରିଜ୍‌ରେ ଗାଡ଼ି ରଖି ମହାନଦୀକୁ ଡେଇଁ ପଡ଼ିଲେ ଯୁବକ!
  • ||
  • ମୁମ୍ବାଇରୁ ଓଡ଼ିଶା ଫେରିବେ ବିରୋଧୀ ଦଳ ନେତା ନବୀନ, ସ୍ୱାଗତ ପାଇଁ ବିଜେଡି ନେତା ଓ କର୍ମୀ ପ୍ରସ୍ତୁତ
  • ||
  • ଡ୍ରାଇଭର ମହାସଂଘ ହାତ ଛାଡ଼ିଲେ ବସ୍‌ ମାଲିକ, ରାଜ୍ୟରେ ସ୍ୱାଭାବିକ ହେଲା ଘରୋଇ ବସ୍‌ ଚଳାଚଳ
  • ||
  • ଦିଲ୍ଲୀରେ ଭୁଶୁଡ଼ିଲା ୪ ମହଲା ବିଲ୍ଡିଂ, ୧୨ ଜଣ ଚାପି ହୋଇଥିବା ଆଶଙ୍କା
  • ||
  • ଦୁର୍ବଳ ହେଉଛି ମାଓ ସଙ୍ଗଠନ, ଆତ୍ମସମର୍ପଣ କଲେ ୨୨ ମାଓବାଦୀ
  • ||
  • ଭୁବନେଶ୍ୱର : ପୁଲିସ ଭବନ ସମ୍ମୁଖରେ ସିରିଜ୍ ଦୁର୍ଘଟଣା, ଡ୍ରାଇଭର ଗୁରୁତର
  • ||
  • କେନ୍ଦୁଝର: ଗୋଠଛଡ଼ା ଦନ୍ତା ଆକ୍ରମଣରେ ଜଣେ ମୃତ, ଜଣେ ଗୁରୁତର
  • ||
  • ଅହମ୍ମଦାବାଦ ପ୍ଲେନ୍‌ କ୍ରାସ୍‌ର ଆସିଲା ତଦନ୍ତ ରିପୋର୍ଟ, ଉଡ଼ାଣର ୯୦ ସେକେଣ୍ଡରେ ବନ୍ଦ ହୋଇଥିଲା ବିମାନ ଇଞ୍ଜିନ୍‌
  • ||
  • ମେଗା ରୋଜଗାର ମେଳା, ଆଜି ୫୧ ହଜାର ନିଯୁକ୍ତିପତ୍ର ବାଣ୍ଟିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
  • ||
  • ଘୂର୍ଣ୍ଣିବଳୟ ସକ୍ରିୟ: ଆଜି ୧୩ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ, ୧୩ରୁ ଅଧିକ ବର୍ଷା ହୋଇପାରେ
  • ||

୨୦୨୭ ସେପ୍ଟେମ୍ବରରେ ତାଳଚେର ଥର୍ମାଲ୍‌ ପ୍ରଥମ ୟୁନିଟ୍‌ରୁ ଉତ୍ପାଦନ, ଡିସେମ୍ବରରେ ଦ୍ୱିତୀୟ ୟୁନିଟ୍‌ କାର୍ଯ୍ୟକ୍ଷମ ହେବ

Published By : Prameya | January 9, 2025 3:08 PM

ତାଳଚେର,୦୯/୦୧: ଏନ୍‌ଟିପିସି  ପରିଚାଳନାଧୀନ ତାଳଚେର ଥର୍ମାଲ୍‌  ପ୍ରକଳ୍ପର ନିର୍ମାଣ କାର୍ଯ୍ୟ ଜୋର୍‌ସୋରରେ  ଆଗେଇ ଚାଲିଛି । ୨୦୨୭ ସେପ୍ଟେମ୍ବରରୁ  ୬୬୦ ମେଗାୱାଟ ବିଶିଷ୍ଟ ପ୍ରଥମ ୟୁନିଟ୍‌ରୁ  ବିଦ୍ୟୁତ୍‌ ଉତ୍ପାଦନ ଆରମ୍ଭ ହେବ ବୋଲି  ପ୍ରକଳ୍ପ ମୁଖ୍ୟ ବିଜୟ ଚାନ୍ଦ ବୁଧବାର  ପ୍ରକାଶ କରିଛନ୍ତି । ସେହିପରି ଦ୍ୱିତୀୟ  ୟୁନିଟ୍‌ ଠିକ୍‌ ଏହାର ତିନି ମାସ ପରେ  ଅର୍ଥାତ୍‌ ଡିସେମ୍ବର ୨୦୨୭ରେ କାର୍ଯ୍ୟକ୍ଷମ  ହେବ ବୋଲି ସୂଚନା ଦିଆଯାଇଛି । 

୬୬୦ ମେଗାୱାଟ୍‌ କ୍ଷମତାର  ଦୁଇଟି ୟୁନିଟ୍‌ କାର୍ଯ୍ୟ ନିର୍ମାଣାଧୀନ  ରହିଛି । ପ୍ରକଳ୍ପ କାର୍ଯ୍ୟ ଶେଷ ହେଲେ  ପ୍ରକଳ୍ପରୁ ୧୩୨୦ ମେଗାୱାଟ୍‌ ବିଦ୍ୟୁତ୍‌  ଶକ୍ତି ଉତ୍ପାଦନ ହେବ । ଏହି ପ୍ରକଳ୍ପରୁ  ଉତ୍ପାଦିତ ବିଜୁଳି ଶକ୍ତିର ୫୦ ପ୍ରତିଶତ  ଓଡ଼ିଶାକୁ ମିଳିବାକୁ ଥିବା ବେଳେ ଅବଶିଷ୍ଟ  ୫୦ ପ୍ରତିଶତ ଗୁଜୁରାଟ, ଆସାମ ଓ  ତାମିଲ୍‌ନାଡୁକୁ ଯୋଗାଣ ହେବ ବୋଲି  ପ୍ରକଳ୍ପ ମୁଖ୍ୟ କହିଛନ୍ତି । ଏହି ପ୍ରକଳ୍ପ ପାଇଁ  ସ୍ଥାନୀୟ ଯୁବବର୍ଗ ନିମନ୍ତେ କର୍ମନିଯୁକ୍ତିର  ସୁଯୋଗ ସୃଷ୍ଟି ହୋଇଛି । 

ଶକ୍ତି ଉତ୍ପାଦନ  ବ୍ୟତୀତ ପରିବେଶ ସୁରକ୍ଷା, ଶିକ୍ଷା, ସ୍ୱାସ୍ଥ୍ୟ  ଓ ପାରିପାଶ୍ୱିର୍କ ଗ୍ରାମାଞ୍ଚଳ ଉନ୍ନତିକୁ  ଏନ୍‌ଟିପିସି ଗୁରୁତ୍ୱ ଦେଇ ଆସିଛି । ପରିବେଶ ସୁରକ୍ଷା ନିମିତ୍ତ ରାଜ୍ୟ ବନ  ନିଗମ ଦ୍ୱାରା ୯୦ ହଜାର ବୃକ୍ଷ ରୋପଣ  କରାଯିବାକୁ ସ୍ଥିର ହୋଇଛି । ବୁଧବାର  ଏକ ସାମ୍ବାଦିକ ସମ୍ମିଳନୀରେ ପ୍ରକଳ୍ପ  ମୁଖ୍ୟ ଶ୍ରୀ ଚାନ୍ଦ କହିଲେ, ଏନ୍‌ଟିପିସି ନିଜ  ଲକ୍ଷ୍ୟରେ ଅଟଳ ଓ ସାମାଜିକ ବିକାଶ  ପାଇଁ ନିରନ୍ତର ପ୍ରୟାସ ଜାରି ରଖିଛି।  ପ୍ରଦୂଷଣ ଶୂନ ଏହି ପ୍ରକଳ୍ପ ଓଡ଼ିଶା ପାଇଁ  ଏକ ନୂଆ ମାଇଲ୍‌ ଖୁଣ୍ଟ ସ୍ଥାପନ କରିବ  ବୋଲି ସେ କହିଥିଲେ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.