ନୂଆଦିଲ୍ଲୀ - ଏକ ଅଜବ ଘଟଣା ଘଟିଛି ଦକ୍ଷିଣ ମୁମ୍ୱାଇର କୋଲାବା ଠାରେ। ଯାହାକି ଆପଣଙ୍କୁ ଆଶ୍ଚର୍ଯ୍ୟ କରିବ।ଏଠାରେ  ତାଜ ମହଲ ପ୍ୟାଲେସ୍‌ ହୋଟେଲ ପାଖରେ ଏକା ନମ୍ୱର ପ୍ଲେଟ୍‌ ଥିବା ଦୁଇଟି କାର ଠିଆ ହୋଇ ଥିବାର ନଜର ଆସିଥିଲା। ଜଣେ ଅଧିକାରୀଙ୍କ ଅନୁସାରେ, ପୁଲିସ ଦୁଇଟି ଗାଡ଼ି ଓ ଏହା ସମ୍ୱନ୍ଧିତ ଡ୍ରାଇଭରଙ୍କୁ ଯାଞ୍ଚ ପାଇଁ କୋଲାବା ପୁଲିସ ଷ୍ଟେସନ ନେଇକି ଯାଇଛି। 

ଅଧିକାରୀଙ୍କ ଅନୁସାରେ , ଗୋଟିଏ ହିଁ ନମ୍ୱର ପ୍ଲେଟ୍‌ ଥିବା ଦୁଇଟି କାର୍ ଘଟଣା ଦ୍ୱିପ୍ରହର ସମୟ ପାଖାପାଖି ୧୨.୩୦ଟାରେ ସାମନାକୁ ଆସିଛି,ଯେବେ କେହି ଜଣେ ଦେଖିଥିଲେ କି ହୋଟେଲ ବାହାରେ ଦୁଇଟି ଏସୟୁଭି ପାଖାପାଖି ହୋଇ ଠିଆ ହୋଇଛି , ଏହାପରେ ଟ୍ରାଫିକ୍‌ ପୁଲିସକୁ ଜଣାଇ ଥିଲେ। ଏହି କଥାର ଯାଞ୍ଚ ଜାରି ରହିଛି କି , ଦୁଇଟି କାର୍‌ର ନମ୍ୱର ଏକା କେମିତି ଥିଲା ଏବଂ ଏଥିରୁ କେଉଁଟା ନକଲି ଥିଲା।

ଡ୍ରାଇଭରଙ୍କ ବୟାନ ରେକର୍ଡ କରାଯାଇଛି। ଅଧିକାରୀ କହିଛନ୍ତି ଯେ ତାଙ୍କ ଦ୍ୱାରା ଦିଆ ଯାଇଥିବା ସୂଚନା ଆଧାରରେ ଆଗାମୀ କାର୍ଯ୍ୟାନୁଷ୍ଠାନ ନିଆଯିବ। ପ୍ରଥମ ଗାଡ଼ି , MH01 EE 2388 ଭାବେ ପଞ୍ଜିକୃତ ଏକ ଅର୍ଟିଗା, ନରିମନ ପଏଣ୍ଟ ନିବାସୀ ସାକିର ଅଲୀଙ୍କର , ଯିଏ ଏହାର ବୈଧ ମାଲିକ। ସେ ଗେଟ୍‌ୱେ ଅଫ୍‌ ଇଣ୍ଡିଆର ପାଖରେ ମିଶୁଥିବା ମଡେଲ ଓ  ନମ୍ୱର ପ୍ଲେଟ୍‌ର ଆଉ ଏକ ଏର୍ଟିଗା ଦେଖିବାକୁ ପାଇଲେ ଏବଂ ନିକଟସ୍ଥ ଆରଟିଓକୁ ଏହାର ସୂଚନା ଦେଇଥିଲେ। 

କୋଲାବା ପୁଲିସ ଷ୍ଟେସନରେ ଯାଞ୍ଚକାରୀମାନେ ଦେଖିବାକୁ ପାଇଲେ କି, ସିଉଡ୍ସ ନିବାସୀ ପ୍ରସାଦ କଦମ ଜାଣିଶୁଣି ନିଜ ଗାଡିର ରେଜିଷ୍ଟ୍ରେସନ ନମ୍ୱର ବଦଳାଇ ଦେଇଥିଲେ, କାରଣ ସେ ଚୋଲା ମଣ୍ଡଲମ୍‌ରୁ କାର ଲୋନ୍‌ରେ ନେଇଥିଲେ ଏବଂ ଲୋନ୍‌ ଭରିବାରେ ଅସମର୍ଥ ଥିଲେ। ସାକିର ଅଲୀ କହିଛନ୍ତି ,ଯେବେ ମୁଁ ନିଜର କ୍ଲାଏଣ୍ଟକୁ ଛାଡ଼ି ଯାଉଥିଲି, ତ ମୁଁ ଏହି ନମ୍ୱର ପ୍ଲେଟ୍‌ ଥିବାଆଉ ଏକ କାର ଦେଖିଲି। ଏକା ନମ୍ୱର ଥିବା ସେହି କାରର ମାଲିକ ଫେରାର ହେବାକୁ ଚାଷ୍ଟା କରୁଥିଲେ , ଯେତେବେଳେ ମୁଁ ତାଙ୍କୁ ପଚାରୁ ଥିଲି। ଟ୍ରାଫିକ୍‌ ପୋଲିସ୍‌ ତାଙ୍କୁ ଧରି ଥିଲେ । ମୁଁ ପୂର୍ବରୁ ଏହି ବିଷୟରେ ଅଭିଯୋଗ କରିଥିଲି ମଧ୍ୟ , କିନ୍ତୁ କିଛି ଆକ୍ସନ ନିଆଯାଇ ନଥିଲା।