ପ୍ରୟାଗରାଜ ୨୩/୦୨:  ୨୦୨୪ ବର୍ଷ ତମନ୍ନା ଭାଟିଆ ପାଇଁ ଚମତ୍କାର ଥିଲା। ବର୍ତ୍ତମାନ ସେ ପୁଣି ଥରେ ବଡ ପରଦାରେ ଧମାଲ କରିବାକୁ ପ୍ରସ୍ତୁତ ହେଉଛନ୍ତି। ତାଙ୍କର ଅପ୍‌କମିଙ୍ଗ ଫିଲ୍ମ 'ଓଡେଲା ୨' ଖୁବ ଶୀଘ୍ର ରିଲିଜ ହେବାକୁ ଯାଉଛି। ଏହି ଫିଲ୍ମକୁ ନେଇ ଫ୍ୟାନ୍ସଙ୍କ ମଧ୍ୟରେ ଖୁବ୍‌ ଉତ୍ସାହ ରହିଛି। ଯେବେଠୁ ତମନ୍ନା ଏହି ପ୍ରୋଜେକ୍ଟ ଘୋଷଣା କରିଥିଲେ, ସେବେଠୁ ଫ୍ୟାନ୍ସ ଏହାକୁ ଉତ୍ସାହର ସହିତ ଅପେକ୍ଷା କରିଛନ୍ତି। କିଛି ସମୟ ପୂର୍ବରୁ ନିର୍ମାତା 'ଓଡେଲା ୨'ର ପୋଷ୍ଟର ରିଲିଜ କରିଥିଲେ। ବର୍ତ୍ତମାନ ଫିଲ୍ମର ଟିଜର ଲଞ୍ଚ କରାଯାଇଛି।

ତମନ୍ନା ତାଙ୍କ ଫିଲ୍ମର ଟିଜର୍‌ ଫେବ୍ରୁଆରୀ ୨୨ ରେ ମହାକୁମ୍ଭରେ ଲଞ୍ଚ୍‌ କରିଛନ୍ତି। ଏଥିପାଇଁ ତମନ୍ନାଙ୍କ ସହ ପୂରା ଫିଲ୍ମ ଟିମ୍‌ ମହାକୁମ୍ଭ ପହଞ୍ଚିଥିଲା । ଫିଲ୍ମରେ ତମନ୍ନା ରୌଦ୍ର ରୂପରେ ନଜର ଆସିଛନ୍ତି । ତମନ୍ନା ନିଜ ଇନ୍‌ଷ୍ଟା ଆକାଉଣ୍ଟ୍‌ରେ ଏକ ପୋଷ୍ଟ୍‌ ଶେୟାର କରି ‘ଓଡେଲା୨’ର ଟିଜର ଜାରି କରିବା ବିଷୟରେ ସୂଚନା ଦେଇଛନ୍ତି । ସେ ଲେଖିଛନ୍ତି ‘ଯେତେବେଳେ ଶୈତାନ ଫେରେ, ଦୈବୀ ଶକ୍ତି ନିଜ ମାଟିକୁ ରକ୍ଷା କରିବାକୁ ଆଗେଇ ଆସେ ।’ ଫିଲ୍ମଟି ଖୁବ୍‌ଶୀଘ୍ର ଥିଏଟରକୁ ଆସିବ ବୋଲି ସେ ଲେଖିଛନ୍ତି । ତେବେ ରିଲିଜ୍‌ ତାରିଖ ବିଷୟରେ ସୂଚନା ଦେଇନାହାନ୍ତି ।