ତିରୁଭଲ୍ଲୁର,୨୧।୬: ତାମିଲନାଡୁର ତିରୁଭଲ୍ଲୁର ଜିଲ୍ଲାରେ ରବିବାର ଏକ ରପ୍ତାନି ୟୁନିଟରେ ଆମୋନିଆ ଗ୍ୟାସ ଲିକ୍ ଘଟଣା ସାମନାକୁ ବସିଛି। ଏହି ଲିକ୍ ପେରିଆପାଲାୟମ ନିକଟସ୍ଥ କନିଗାଇପୈରରେ ଥିବା ସେଣ୍ଟ ପିଟର୍ସ ପଲ୍‌ ସିଫୁଡ୍‌ ଏକ୍ସପର୍ଟଙ୍କ  ଫ୍ୟାକ୍ଟ୍ରିରେ ହୋଇଥିଲା। ଏହି କାରଖାନାରେ ୭ ଜଣ ମହିଳାଙ୍କର ମୃତ୍ୟୁ ହୋଇଛି ଓ ୬୭ ଜଣ ଶ୍ରମିକ ଅସୁସ୍ଥ ହୋଇପଡ଼ିଥିଲେ। ପ୍ରଶାସନ ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛି ଏବଂ ଉଦ୍ଧାର ଏବଂ ରିଲିଫ୍ କାର୍ଯ୍ୟ ଜାରି ରହିଛି। ସେଭଳି  ଘଟଣା ସମ୍ପର୍କରେ ସୂଚନା ପାଇବା ପରେ, ଆରାକୋନମରେ ଥିବା ଜାତୀୟ ବିପର୍ଯ୍ୟୟ ପ୍ରତିକ୍ରିୟା ବାହିନୀ (NDRF)ର ଚତୁର୍ଥ ବାଟାଲିୟନକୁ ସତର୍କ କରାଯାଇଥିଲା। ଏହା ପରେ ଚେନ୍ନାଇରୁ ୩୦ ଜଣ ଜଣିଆ NDRF ଟିମ୍‌ଙ୍କୁ ପଠାଯାଇଥିଲା।

ଏନଡିଆରଏଫ ଦଳ ଅତ୍ୟାଧୁନିକ ସୁରକ୍ଷା ଉପକରଣ ସହିତ ସଜ୍ଜିତ ହୋଇ ଘଟଣାସ୍ଥଳରେ ପହଞ୍ଚିଛି। ଟିମ୍ ପାଖରେ ପର୍ସନାଲ ପ୍ରୋଟେକ୍ଟିଭ ଇକ୍ବିପମେଣ୍ଟ (ପିପିଇ),ଗ୍ୟାସ୍ ଡିଟେକସନ୍ ଡିଭାଇସ୍‌ ଓ ରାସାୟନିକ, ଜୈବିକ ରେଡିଓଲୋଜିକାଲ ଓ ପରମାଣୁ (ସିବିଆରଏନ୍) ବିପଦରୁ ମୁକାବିଲା ପାଇଁ ସ୍ବତନ୍ତ୍ର ଉପକରଣ ରହିଛି। ଅଧିକାରୀଙ୍କ ଅନୁଯାୟୀ, ଗ୍ୟାସ୍ ଲିକ୍ ନିୟନ୍ତ୍ରଣ କରିବା ଏବଂ ପ୍ରଭାବିତ ଅଞ୍ଚଳକୁ ସୁରକ୍ଷିତ ରଖିବା ପାଇଁ ଉଦ୍ଧାର ଏବଂ ରିଲିଫ୍ କାର୍ଯ୍ୟ ଜାରି ରହିଛି। ପରିସ୍ଥିତି ଉପରେ ନିରନ୍ତର ନଜର ରଖାଯାଇଛି।  

​​​​​​​

ତିରୁଭଲ୍ଲୁର ଜିଲ୍ଲା କଲେକ୍ଟର ଏସ. କବିତା କହିଛନ୍ତି ଯେ ୱେଲ୍ସ ହସ୍ପିଟାଲରେ ୪୬ ଜଣ ଏବଂ ଭେଙ୍କଟେଶ୍ୱର ହସ୍ପିଟାଲରେ ୨୧ ଜଣ ରୋଗୀ ଚିକିତ୍ସାଧୀନ ଅଛନ୍ତି। ଗୁରୁତର ୯ ଜଣଙ୍କୁ ଆମ୍ବୁଲାନ୍ସ ଯୋଗେ ଚେନ୍ନାଇର ସରକାରୀ ପରିଚାଳିତ ଷ୍ଟାନଲି ମେଡିକାଲ କଲେଜ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି। ଜିଲ୍ଲା କଲେକ୍ଟର କହିଛନ୍ତି ଯେ ଘଟଣା ପେରିଆପାଲାୟମ ନିକଟସ୍ଥ ମଞ୍ଜାଙ୍ଗାରନାଇରେ ଥିବା ଏକ ସି ଫୁଡ୍‌ ୟୁନିଟରେ ଏହି ଘଟଣା ଘଟିଛି। ଗ୍ୟାସ ଲିକ୍ ଖବର ପାଇବା ମାତ୍ରେ ପ୍ରଭାବିତ ଶ୍ରମିକମାନଙ୍କୁ ନିକଟସ୍ଥ ହସ୍ପିଟାଲକୁ ପଠାଯାଇଥିଲା।

ଏହା ଭିତରେ କିଛି ଲୋକଙ୍କର ମୃତ୍ୟୁ ହୋଇଥିବାର ଗୁଜବ ଖବର ସାମନାକୁ ଆସିଥିଲା, କିନ୍ତୁ  ଘରୋଇ ହସ୍ପିଟାଲର ଜଣେ ବରିଷ୍ଠ ଚିକିତ୍ସକ ଏହି ଖବରକୁ ଖଣ୍ଡନ କରିଛନ୍ତି। ସେ କହିଛନ୍ତି, ହସ୍ପିଟାଲରେ ଭର୍ତ୍ତି ସବୁ ରୋଗୀ ଜୀବିତ ଅଛନ୍ତି ଓ କାହାର ମୃତ୍ୟୁ ହୋଇନି। ଡାକ୍ତରଙ୍କ କହିବା ଅନୁସାରେ, ହସ୍ପିଟାଲରେ ମୋଟ ୪୪ ଜଣ ରୋଗୀଙ୍କୁ ଭର୍ତ୍ତି କରାଯାଇଛି, ଯାହାଙ୍କ ଭିତରେ ୪୩ ମହିଳା ଓ ଜଣେ ପୁରୁଷ ରହିଛନ୍ତି। ତାଙ୍କ ଭିତରେ ୧୫ ରୁ ୧୬ ଜଣ ରୋଗୀ ରହିଛନ୍ତି।  ସେଭଳି ୧୧ ଜଣ ଭେଣ୍ଟିଲେଟର ସର୍ପୋଟରେ ରହିଛନ୍ତି। ଅଧିକାଂଶ ପ୍ରଭାବିତ ୨୪ ରୁ ୨୫ ବର୍ଷ ଭିତରେ ଥିବା ମହିଳା ରହିଛନ୍ତି।  ଚିକିତ୍ସକଙ୍କ କହିବା ଅନୁସାରେ, ବହୁ ରୋଗୀଙ୍କ ରକ୍ତଚାପ ସ୍ବାଭାବିକଠାରୁ ଖୁବ୍ କମ୍ ରହିଛି। କିନ୍ତୁ ତାଙ୍କର ବୟସ କମ୍ ହେବା କାରଣରୁ ତାଙ୍କୁ ଖୁବ୍ ଶୀଘ୍ର ସୁସ୍ଥ ହେବାର ଆଶା କରାଯାଇଛି। ଗମ୍ଭୀର ସ୍ଥିତି ଥିବା ଆଉ କିଛି ରୋଗୀଙ୍କ ଭଲ ଚିକିତ୍ସା ପାଇଁ ସରକାରୀ ହସ୍ପିଟାଲ ସ୍ଥାନାନ୍ତରିତ କରିବାର ପ୍ରସ୍ତୁତି କରାଯାଉଛି।