ତାମିଲନାଡୁରେ ଗୁଟକା-ପାନ ମସଲା ଆଉ ବର୍ଷକ ପାଇଁ ବ୍ୟାନ୍

ଚେନ୍ନାଇ,୨୪।୫: ତାମିଲନାଡୁ ସରକାର ଗୁଟକା, ପାନ ମସଲା, ସୁଗନ୍ଧିତ ତମାକୁ ଓ ନିକୋଟିନ୍ ଥିବା ଉତ୍ପାଦ ଉପରେ ଲଗାଇଥିବା କଟକଣାକୁ ଆଉ ଏକ ବର୍ଷ ପାଇଁ ବଢାଇ ଦେଇଛନ୍ତି। ଏବେ ମଇ ୨୦୨୪ ପର୍ଯ୍ୟନ୍ତ ଏହା ଉପରେ କଟକଣା ଜାରି ରହିବ। କମିଶନର ଅଫ୍ ଫୁଡ୍ ସେଫଟି ଆଣ୍ଡ ଡ୍ରଗ୍ ଆଡମିନଷ୍ଟେ୍ରସନ୍ ଏହି ନିଷ୍ପତ୍ତି ନେଇଛନ୍ତି।
ଉଲ୍ଲେଖନୀୟ ଯେ, ମାଡ୍ରାସା ହାଇକୋର୍ଟ ସରକାରଙ୍କ ବ୍ୟାନ୍କୁ ଭୁଲ ବାଲି କହିଥିଲେ, କିନ୍ତୁ ପରେ ହାଇକୋର୍ଟଙ୍କ ରାୟକୁ ଖାରଜ କରିଥିଲେ ସୁପ୍ରିମକୋର୍ଟ । ତମାକୁ ଓ ଗୁଟକା ନିର୍ମାତା କମ୍ପାନୀ ମାଡ୍ରାସ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ। ୨୦ ଜାନୁଆରୀରେ ହାଇକୋର୍ଟ ସରକାରଙ୍କ ରାୟକୁ ରଦ୍ଦ କରିଦେଇଥିଲେ। ହାଇକୋର୍ଟ କହିଥିଲେ, ସରକାର ଅତିବେଶୀରେ ଏକ ବର୍ଷ ପର୍ଯ୍ୟନ୍ତ ଏହି ଉତ୍ପାଦ ଉପରେ କଟକଣା ଲଗାଇ ପାରନ୍ତି।
ହାଇକୋର୍ଟ କହିଥିଲେ, ଏଭଳି ଲଗାତାର ବ୍ୟାନ୍କୁ ଆଗକୁ ବଢାଇବା ଭୁଲ। ଏହାପରେ ରାଜ୍ୟ ସରକାର ସୁପ୍ରିମକୋର୍ଟ ଯାଇଥିଲେ। ସୁପ୍ରିମକୋର୍ଟ ହାଇକୋର୍ଟଙ୍କ ରାୟକୁ ଖାରଜ କରିଥିଲେ। ରାଜଧାନୀ ଦିଲ୍ଲୀରେ ମଧ୍ୟ ତମାକୁ ଓ ପାନ ମସଲାର, ଉତ୍ପାଦନ ଓ ବିତରଣ ଉପରେ କଟକଣା ଲଗାଯାଇଛି। ହାଇକୋର୍ଟଙ୍କ ଏକକ ଖଣ୍ଡପୀଠ ସେହି ରାୟକୁ ଓଲଟାଇ ଦେଇଛନ୍ତି, ଯେଉଁଥିରେ କଟକଣା ଲଗାଯିବାର ନିର୍ଦେଶକୁ ଖାରଜ କରାଯାଇଥିଲା।
ଏହି କାରବାରରେ କାମ କରୁଥିବା ଲୋକ ସରକାରଙ୍କ ନୋଟିଫିକେସନ୍ ବିରୋଧରେ କୋର୍ଟ ଯାଇଥିଲେ। ୨୦୨୨ ରେ ତମାକୁ ତିଆରି କରୁଥିବା ସ୍ଥାନୀୟ କାରବାରୀଙ୍କ ପକ୍ଷରେ ରାୟ ଆସିଥିଲା, କିନ୍ତୁ ପରେ ସୁପ୍ରିମକୋର୍ଟଙ୍କ ଏକକ ଖଣ୍ଡପୀଠ ରାୟକୁ ଖାରଜ କରିଥିଲେ। ଗତ ବର୍ଷ ଦିଲ୍ଲୀ ଏମ୍ସକୁ ତମାକୁ ଫ୍ରି ଜୋନ୍ ଭାବରେ ଘୋଷିତ କରାଯାଇଥିଲା।