କୋଡାଗୁ (କର୍ଣ୍ଣାଟକ) : କର୍ଣ୍ଣାଟକର କୋଡାଗୁ ଜିଲ୍ଲାରେ ଥିବା ଡୁବାରେ ଏଲିଫ୍ୟାଣ୍ଟ କ୍ୟାମ୍ପରେ ଏକ ଭୟଙ୍କର ଦୁର୍ଘଟଣା ସାମ୍ନାକୁ ଆସିଛି। ଏଠାରେ ଦୁଇଟି ହାତୀ ମଧ୍ୟରେ ଲଢେଇ ବେଳେ ତାମିଲନାଡୁର ୩୩ ବର୍ଷିୟା ଜଣେ ମହିଳା ପର୍ଯ୍ୟଟକଙ୍କ ମୃତ୍ୟୁ ହୋଇଛି। ମହିଳା ଜଣଙ୍କ ହାତୀମାନେ ସ୍ନାନ କରୁଥିବା ବେଳେ କ୍ୟାମ୍ପରେ ଥିଲେ, ସେତେବେଳେ ହଠାତ୍ ଦୁଇ ଜଣ ହାତୀ ପରସ୍ପର ମଧ୍ୟରେ ଲଢେଇ କରି ଥିଲେ ଏବଂ ସେ ତାଙ୍କ କବଳରେ ପଡ଼ି ଯାଇ ଥିଲେ।
ସୂଚନା ମୁତାବିକ , ଘଟଣା ସେହି ସମୟରେ ହୋଇଛି ,ଯେବେ ହାତୀ କଞ୍ଚନ ଓ ମାର୍ଥଣ୍ଡାକୁ ଗାଧୋଇବାକୁ ଯାଉ ଥିଲେ । ଏହି ସମୟରେ ଦୁଇ ହାତୀଙ୍କ ମଧ୍ୟରେ ହଠାତ୍ ଲଢେଇ ଆରମ୍ଭ ହୋଇ ଥିଲା। ସରକାରୀ ପ୍ରେସ୍ ରିଲିଜ ଅନୁସାରେ, ମାହୁନ୍ତ ମାନେ ହାତୀ ଦୁହିଁଙ୍କୁ କାବୁ କରିବାକୁ ଚେଷ୍ଟା କରି ଥିଲେ , ହେଲେ ସ୍ଥିତି ଖୁବ୍ ବିଗିଡ଼ି ଯାଇ ଥିଲା। ଭାଇରାଲ ଭିଡିଓରେ ଦେଖିବାକୁ ମିଳୁଛି ଯେ, ଦୁଇ ହାତୀ ଜବରଦସ୍ତ ଉପାୟରେ ଲଢୁଛନ୍ତି। ମହିଳାଙ୍କ ସ୍ୱାମୀ କୋଳରେ ନିଜ ପିଲାକୁ ନେଇ ପତ୍ନୀଙ୍କୁ ବଞ୍ଚାଇବାକୁ ଚେଷ୍ଟା କରୁ ଥିବାର ଦେଖିବାକୁ ମିଳୁଛି।
କୁହାଯାଉଛି ଯେ, ହାତୀ କଞ୍ଚନ ମାର୍ଥଣ୍ଡାଙ୍କ ଉପରେ ଆକ୍ରମଣ କରିଥିଲା , ଏହାପରେ ମାର୍ଥଣ୍ଡା ତଳେ ପଡ଼ିଗଲା । ଏହି ଆତଙ୍କ ମଧ୍ୟରେ ମହିଳା ପର୍ଯ୍ୟଟକ ହାତୀଙ୍କ ମଧ୍ୟରେ ଫସି ଯାଇ ଥିଲେ ଏବଂ ଅତି ନିର୍ଦ୍ଦୟ ଭାବେ ହାତୀ ଦଳି ଦେଇଥିଲା। ଦୁର୍ଘଟଣାରେ ତାଙ୍କର ଘଟଣା ସ୍ଥଳରେ ମୃତ୍ୟୁ ହୋଇଥିଲା। ଏହା ପରେ କ୍ୟାମ୍ପରେ ଥିବା ଲୋକଙ୍କ ମଧ୍ୟରେ ଭୟ ଓ ଆତଙ୍କର ମାହୋଲ ସୃଷ୍ଟି ହୋଇଥିଲା। ଅଧିକାରୀମାନେ ତୁରନ୍ତ ସ୍ଥିତିକୁ ସମ୍ଭାଳିବାକୁ ଚେଷ୍ଟା କରିଥିଲେ।
କର୍ଣ୍ଣାଟକର ବନ ବିଭାଗ ମନ୍ତ୍ରୀ ଈଶ୍ୱର ଖଣ୍ଡ୍ରେ ଉକ୍ତ ଘଟଣାରେ ଗଭୀର ଦୁଃଖ ପ୍ରକାଶ କରିଛନ୍ତି। ସେ ମହିଳାଙ୍କ ମୃତ୍ୟୁରେ ସମବେଦନା ଜଣାଇବା ସହ ଘଟଣାକୁ ଖୁବ୍ ଦୁଃଖଦ କହିଛନ୍ତି। ଏହି ଘଟଣା ପୁଣି ଥରେ ଜଗଙ୍ଗୀ ଓ ପ୍ରଶିକ୍ଷିତ ହାତୀଙ୍କ ସହ କାମ କରିବା ସମୟରେ ସାବଧାନତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି କରିଛି।
ଆହୁରି ମଧ୍ୟ ପଢନ୍ତୁ : Japan New Immigration Law: ୩୦ ବର୍ଷ ଲାଗି ଜାପାନରେ ଛିଡ଼ା କଲେ ବ୍ୟବସାୟ କିନ୍ତୁ...