ନୂଆଦିଲ୍ଲୀ : ତିନି ଦଶକ ଯାଏ ନିଜ ବ୍ୟବସାୟକୁ ପ୍ରସାର କରିବା ପରେ ଭାରତୀୟ ବଂଶୋଦ୍ଭବ ମନୀଷ କୁମାରଙ୍କ ବିଜନେସ ଭିସାକୁ ରିନ୍ୟୁ କରିବାକୁ ମନା କରିଦେଲା ଜାପାନ। ଜାପାନ ନିକଟରେ ନିଜର ଏଠାରେ ଇମିଗ୍ରେସନ ନିୟମ ଗୁଡ଼ିକୁ ଦୃଢ କରିଛି। ଏକ କାର୍ଯ୍ୟକ୍ରମ ବେଳେ ଭାବପ୍ରବଣ ହୋଇଯାଇ ଥିବା ମନୀଷ କୁମାର ଏହି ବିଷୟରେ ଜଣାଇଛନ୍ତି। ତାଙ୍କର ଏହି ଭାବ ପ୍ରବଣର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି।
ତାଙ୍କୁ ଜାପାନ ସରକାର ରେଷ୍ଟୁରାଣ୍ଟକୁ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏହାସହ ଭାରତ ଫେରିବାକୁ କହିଛନ୍ତି।ମନୀଷ ଜାପାନର ସୈତାମା ପ୍ରିଫେକ୍ଚରରେ ଏକ ରେଷ୍ଟୁରାଣ୍ଟ ଚଲାନ୍ତି। ଜାପାନରେ ନିକଟରେ ଇମିଗ୍ରେସନର ପରିବର୍ତ୍ତନର ନିୟମ ଅନୁସାରେ ଇମିଗ୍ରେସନ ସର୍ଭିସେସ୍ ଏଜେନ୍ସି ମନୀଷଙ୍କ ଆବେଦନକୁ ଖାରଜ କରି ଦେଇଛି।
ମୋର ପିଲା ଏଠାରେ ଜନ୍ମ ହୋଇଛନ୍ତି , ସେ କେବଳ ଜାପାନୀ କହି ପାରିବେ: ମନୀଷ କୁମାର
୧୩ ମେ’ ରେ ଏକ କାର୍ଯ୍ୟକ୍ରମ ବେଳେ ମନୀଷ ଏକ ଭାଷଣ ଅବସରରେ ଖୁବ୍ ଭାବ ବିହ୍ୱୋଳ ହେଇ ଯାଇଥିଲେ। ସେ କହି ଥିଲେ ମୋ ପିଲାମାନେ କେବଳ ଜାପାନୀ କହି ପାରିବେ। ଭାରତ ଫେରି ଯିବାକୁ ଆମକୁ କୁହାଯାଇଛି। ଏବେ ଏହି ଭିଡିଓ ସୋସିଆଲ ମିଡ଼ିଆରେ ଖୁବ୍ ଭାଇରାଲ ହେଉଛି। ମନୀଷ ତାଙ୍କର ଭାଷଣରେ କହିଛନ୍ତି , ମୋର ପିଲାମାନେ ଏଠାରେ ହିଁ ଜନ୍ମ ହୋଇ ବଢିଛନ୍ତି। ଏବେ ହାଇସ୍କୁଲରେ ପଢୁଛନ୍ତି। ସେ କେବଳ ଜାପାନୀ କହି ପାରିବେ। ତାଙ୍କର ସାଙ୍ଗସାଥି ମାନେ ମଧ୍ୟ ଜାପାନୀ। ମୁଁ ଖୁବ୍ ପରିଶ୍ରମ କରିଛି। ଗୋଟିଏ ଘର କିଣିଛି। ମୋତେ ଭାରତ ଫେରି ଯିବାକୁ କହିବା , ଏହା କମିତି ମାନବିକତା ?
ଜାପାନ ଟାଇମ୍ସ ମୁତାବିକ , ସେ କହିଛନ୍ତି ସ୍ଥାନୀୟ ଅଧିକାରୀମାନେ, ଗ୍ରାହକ ଓ ସଂପ୍ରଦାୟକ ସହଯୋଗରେ ନିଜର ଜୀବନ ଗଢିବାରେ ଅନେକ ଦଶନ୍ଧି ବିତାଇଛନ୍ତି। ସାଥି ସେଫ , ଗ୍ରାହକଙ୍କ ସହଯୋଗ କାରଣରୁ ମୁଁ ଏତେ ଦୂର ଯାଏ ପହଞ୍ଚିବାରେ ବହୁତ ପରିଶ୍ରମ କରିଛି। ମୁଁ କିଛି ବି ଭୁଲ୍ କରି ନାହିଁ। ଲୋକଙ୍କୁ କେବଳ ଏଥିପାଇଁ ନିଜ ଦେଶକୁ ଫେରିବାକୁ କହିବା ନିଷ୍ଠୁରତା। ଏହି ନିୟମ ହଠାତ୍ ବଦଳା ଯାଇଛି। ନିଜର ଭାବୁକ ସ୍ପିଚ୍ବେଳେ ମନୀଷ ନିଜ ଆଖିର ଲୁହକୁ ରୋକିବାକୁ ଚେଷ୍ଟା କରୁଥିଲେ। ବର୍ତ୍ତମାନ ଏହା ସ୍ପଷ୍ଟ ନାହିଁ ଯେ , ମନୀଷଙ୍କ ରେଷ୍ଟୁରାଣ୍ଟ ଏବେ ବି ଚାଲୁଛି ନା ନାହିଁ।
ଉଲ୍ଲେଖନୀୟ ଯେ, ଜାପାନ ଗତ ବର୍ଷ ବିଜନେସ୍ ମ୍ୟାନେଜର ଭିସାର ନିୟମରେ ସଂଶୋଧନ କରିଛି। ଏଥିରୁ ଆବେଦକଙ୍କ ପାଇଁ ସର୍ବନିମ୍ନ ପୁଞ୍ଜି ଆବଶ୍ୟକତା ପାଞ୍ଚ ମିଲିୟନରୁ ବୃଦ୍ଧି କରାଇ ୩୦ ମିଲିୟନ କରି ଦିଆଯାଇଛି। ଏହି ପରିବର୍ତ୍ତନ ଏଥିପାଇଁ କରାଯାଇଛି , କାରଣ ଏହି ଭିସା ପ୍ରଣାଳୀର ଦୁରୁପଯୋଗ ମାଇଗ୍ରେସନର ଉଦ୍ଦେଶ୍ୟ ପାଇଁ କରାଯାଉ ଥିଲା। ଏହି ନିଷ୍ପତ୍ତି ସେହି ଯାଞ୍ଚ ପରେ କରାଯାଇଛି,ଯେଉଁଥିରେ କଥିତ ଭାବେ ଶେଲ୍ କମ୍ପାନୀଗୁଡ଼ିକର ଖୁଲାସା ହୋଇ ଥିଲା।
ଆହୁରି ମଧ୍ୟ ପଢନ୍ତୁ : ନେଦରଲ୍ୟାଣ୍ଡରୁ ସାରା ଦୁନିଆକୁ ପ୍ରଧାନମନ୍ତ୍ରୀ ମୋଦିଙ୍କ ବାର୍ତ୍ତା : କହିଲେ ଶୀଘ୍ର ଯୁଦ୍ଧ ନସରିଲେ ହେବ ବିପର୍ଯ୍ୟୟ, ବଢିବ ଦାରିଦ୍ର୍ୟତା