ମୁମ୍ୱାଇ,୧୭/୦୫:ଫ୍ୟାନ୍‌ କେମିତି ଉତ୍ସାହିତ ହେବେ, ତାହା ବେଶ ଭଲଭାବେ ଜାଣନ୍ତି ବଲିଉଡ୍‌ ଅଭିନେତ୍ରୀ ତାରା ସୁତାରିଆ । ତାଙ୍କର ବହୁ ପ୍ରତୀକ୍ଷିତ ଫିଲ୍ମ ‘ଟକ୍ସିକ୍‌’ର ରିଲିଜ୍‌ ପୂର୍ବରୁ ସେ ଫ୍ୟାନ୍‌ଙ୍କ ଉତ୍ସାହ ଆହୁରି ବଢ଼ାଇ ଦେଇଛନ୍ତି । କାନ୍‌ ସିନେ ମହୋତ୍ସବରେ ଥିବା ସମୟରେ ତାରା ଫିଲ୍ମ ବିଷୟରେ କିଛି କଥା କହିଛନ୍ତି । ବଡ଼ ପରଦାରେ ତାଙ୍କର କିଛି ଦମ୍‌ଦାର ସିନ୍‌ ଦର୍ଶକ ଦେଖିବେ ବୋଲି ସେ ସ୍ପଷ୍ଟ କରିଛନ୍ତି ।

ଆହୁରି ପଢନ୍ତୁ- ଶେଫାଳୀ ଶାହ ଯୁବତୀଙ୍କୁ ଦେଲେ ପରାମର୍ଶ , ବିବାହ ଓ ପିଲା ଜନ୍ମ କରିବାକୁ ନେଇ କହିଲେ ...​​​​​​​

ଫିଲ୍ମରେ କାମ କରିବା ବିଷୟରେ ତାରା କହିଛନ୍ତି, ମୋ ପାଇଁ ‘ଟକ୍ସିକ୍‌’ରେ କାମ କରିବା ଖୁବ୍‌ ସନ୍ତୋଷଜନକ । ଏହା ଖୁବ୍‌ ଆନନ୍ଦଦାୟକ । ଫିଲ୍ମ ସେଟ୍‌ରେ ରହିବାର ଅନୁଭବ ଅତ୍ୟନ୍ତ ମଜାଦାର । ଏହାର କାହାଣୀରେ ମହିଳା ଚରିତ୍ରମାନେ ଶକ୍ତିଶାଳୀ ଭୂମିକା ନିର୍ବାହ କରିଛନ୍ତି । ନିଜର ରେବେକା ଚରିତ୍ର ବିଷୟରେ ସେ କହିଛନ୍ତି, ସେ ଜଣେ ଆକର୍ଷଣୀୟ ଚରିତ୍ର । ପ୍ରକୃତରେ ଫିଲ୍ମର ସମସ୍ତ ମହିଳା ଆକର୍ଷଣୀୟ । ସମସ୍ତଙ୍କ ଭିତରେ ଅମାପ ଶକ୍ତି, ସାହସ ଓ ନିର୍ଭୀକତା ଭରି ରହିଛି । ଆସନ୍ତା ଜୁନ୍‌ ୪ରେ ଫିଲ୍ମ ରିଲିଜ୍‌ ପାଇଁ ଘୋଷଣା ହୋଇଥିଲା, ତେବେ ତାହା ବାତିଲ ହୋଇଛି । ଖୁବ୍‌ଶୀଘ୍ର ନିର୍ମାତା ନୂଆ ରିଲିଜ୍‌ ତାରିଖ ଘୋଷଣା କରିବେ । ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି ଗୀତୁ ମୋହନଦାସ । ମୁଖ୍ୟ ଭୂମିକାରେ ଅଛନ୍ତି ୟଶ, ନୟନତାରା, କିଆରା ଆଡ଼ଭାନି ଓ ହୁମା କୁରେଶୀ।