ନୂଆଦିଲ୍ଲୀ,୧୩/୧୦: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ଙ୍କ ଉପସ୍ଥିତିରେ ଗାଜା ଯୁଦ୍ଧ ଶେଷ କରିବା ଲାଗି ଆଜି ଇଜିପ୍ଟରେ ଆଲୋଚନା ହେବ । ଭାରତ ସମେତ ୨୦ରୁ ଅଧିକ ବିଶ୍ୱନେତା ସାମିଲ ହେବେ । ମଧ୍ୟପ୍ରାଚ୍ୟ ଗସ୍ତ ପୂର୍ବରୁ ବଡ଼ ବୟାନ ଦେଇଛନ୍ତି ଡୋନାଲ୍ଡ ଟ୍ରମ୍ପ । ମୁଁ ଯୁଦ୍ଧ ରୋକିବାରେ ମାହିର । ଭାରତ-ପାକିସ୍ତାନ ଯୁଦ୍ଧ କଥା ମନେପକାଅ । ଟାରିଫ୍ ପାଇଁ ୨୪ ଘଣ୍ଟାରେ ଭାରତ-ପାକିସ୍ତାନ ମଧ୍ୟରେ ଯୁଦ୍ଧବିରତି ହୋଇଥିଲା । ନୋବେଲ ପୁରସ୍କାର ପାଇଁ ଏ ସବୁ କରିନାହିଁ । ପୁଣି ଭାରତ-ପାକିସ୍ତାନ ସିଜଫାୟାରର ଶ୍ରେୟ ନେଇ ନେଇ ଏହା କହିଛନ୍ତି ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ।
ମଧ୍ୟପ୍ରାଚ୍ୟ ଗସ୍ତ ସମୟରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତ-ପାକିସ୍ତାନ ମଧ୍ୟରେ ଯୁଦ୍ଧବିରାମ କଥା ଦୋହରାଇଛନ୍ତି । ସେ କହିଛନ୍ତି, ''ଗାଜାରେ ହମାସ୍-ଇସ୍ରାଏଲ ଅଷ୍ଟମ ଯୁଦ୍ଧ ହେବ ଯାହାକୁ ଆମେ ସମାଧାନ କରିଛୁ । ଥରେ ଭାରତ-ପାକିସ୍ତାନ ଯୁଦ୍ଧ କଥା ମନେ ପକାନ୍ତୁ । କିଛି ଯୁଦ୍ଧକୁ ଆମେ ଆର୍ଥିକ ଉପାୟ ଯେପରି ବ୍ୟବସାୟ ଏବଂ ଟାରିଫ୍ ଜରିଆରେ ସମାଧାନ କରିଛୁ । ଯେଉଁଥିରେ ଭାରତ-ପାକିସ୍ତାନ ଯୁଦ୍ଧ ସାମିଲ ଅଛି । ଟାରିଫ୍ ପାଇଁ ୨୪ ଘଣ୍ଟା ଭିତରେ ଭାରତ-ଆମେରିକା ଯୁଦ୍ଧବିରତି ହୋଇଥିଲା । କିଛି ଯୁଦ୍ଧ ୩୧,୩୧ କିମ୍ବା ୩୭ ବର୍ଷ ଧରି ଚାଲିଥିଲା । ଲକ୍ଷ ଲକ୍ଷ ଲୋକଙ୍କର ମୃତ୍ୟୁ ହୋଇଥିଲା । ମୁଁ ଅଧିକାଂଶ ଯୁଦ୍ଧକୁ ଗୋଟିଏ ଦିନ ଭିତରେ ସମାଧାନ କରିଛି । ଏ ସବୁ ମୁଁ ନୋବେଲ ଶାନ୍ତି ପୁରସ୍କାର ପାଇଁ କରିନାହିଁ ।''
#WATCH | "...I settled a few of the wars just based on tariffs. For example, between India and Pakistan, I said, if you guys want to fight a war and you have nuclear weapons. I am going to put big tariffs on you both, like 100 per cent, 150 per cent, and 200 per cent...I said I… https://t.co/UejAFkcB0H pic.twitter.com/B5Zb7AjYTU
— ANI (@ANI) October 13, 2025
ସେ ଆହୁରି କହିଛନ୍ତି, ''ଭାରତ ଏବଂ ପାକିସ୍ତାନ ମଧ୍ୟରେ ହୋଇଥିବା ଯୁଦ୍ଧରେ ମୁଁ କହିଲି, ଯଦି ତୁମେମାନେ ଯୁଦ୍ଧ କରିବାକୁ ଚାହୁଁଛ ଏବଂ ତୁମର ପାଖରେ ପରମାଣୁ ଅସ୍ତ୍ର ଅଛି । ମୁଁ ତୁମ ଉଭୟଙ୍କ ଉପରେ ବଡ଼ ଶୁଳ୍କ ଲଗାଇବି । ଯେପରିକି ୧୦୦ ପ୍ରତିଶତ, ୧୫୦ ପ୍ରତିଶତ, ଏବଂ ୨୦୦% ଶୁଳ୍କ ଲଗାଇବି । ୨୪ ଘଣ୍ଟା ମଧ୍ୟରେ ସେ ସମସ୍ୟାର ସମାଧାନ କରିଥିଲି । ଯଦି ମୋର ଶୁଳ୍କ ନ ଥାଆନ୍ତା, ତେବେ କେବେବି ସେହି ଯୁଦ୍ଧର ସମାଧାନ କରିପାରିନଥାଆନ୍ତ । ୨୦୨୫ରେ ଅନେକ ଘଟଣା ଘଟିଛି । ବିଶ୍ୱରେ ମୁଁ ୭ଟି ଯୁଦ୍ଧ ରୋକିଛି । ଏହା ମୋ ପାଇଁ ସମ୍ମାନର କଥା । ମୁଁ ନୋବେଲ ଶାନ୍ତି ପୁରସ୍କାର ଜିତିବାକୁ କରୁନଥିଲି । ଲୋକଙ୍କ ଜୀବନ ବଞ୍ଚାଇବାକୁ କରିଥିଲି ।''
କହି ରଖୁଛି କି, 'ଅପରେସନ ସିନ୍ଦୂର' ଏବଂ ପରବର୍ତ୍ତୀ ଯୁଦ୍ଧବିରତିରେ ଆମେରିକାର କୌଣସି ଭୂମିକା ନାହିଁ ବୋଲି କହିଆସୁଛି ଭାରତ । ହେଲେ ବାରମ୍ବାର ଭାରତ-ପାକିସ୍ତାନ ମଧ୍ୟରେ ଯୁଦ୍ଧବିରତି କରିଥିବା କହି ଶ୍ରେୟ ନେଉଛନ୍ତି ଡୋନାଲ୍ଡ ଟ୍ରମ୍ପ । ଏପ୍ରିଲ ୨୨ରେ ହୋଇଥିବା ପହଲଗାମ ଆତଙ୍କୀ ହମଲାର ପ୍ରତିଶୋଧ ନେଇ ଭାରତ ମେ ୭ରେ 'ଅପରେସନ ସିନ୍ଦୂର' ଲଞ୍ଚ କରିଥିଲା । ପାକ୍ର ଆତଙ୍କୀ ଆଡ୍ଡାକୁ ଧ୍ୱଂସ କରିଥିଲା । ଏଥିରେ ୧୦୦ ଆତଙ୍କୀ ନିପାତ ହୋଇଥିଲା । ଏହାପରେ ପାକିସ୍ତାନ ଭାରତ ଉପରେ ଆଟାକ୍ କରିଥିଲା । ଦୁଇଦେଶ ମଧ୍ୟରେ ଘମାଘୋଟ ଏୟାରଷ୍ଟ୍ରାଇକ ହୋଇଥିଲା । ମେ ୧୦ରେ ସିଜଫାୟାର ହୋଇଥିଲା ।