ପ୍ରମୂଖ ଖବର
  • ରାୟଗଡ଼ା : ଟ୍ରେଲର ଧକ୍କାରେ ମହିଳା କନେଷ୍ଟବଳଙ୍କ ମୃତ୍ୟୁ, ୨ ଗୁରୁତର
  • ||
  • 'ରାଜ୍ୟରେ ଏବେ ବନ୍ୟା ପରିସ୍ଥିତି ନାହିଁ, ବିପଦ ସଙ୍କେତ ତଳେ ଜଳସ୍ତର': ଜଳ ସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ
  • ||
  • ବୌଦ୍ଧ : ଭାରସାମ୍ୟ ହରାଇ ଓଲଟିଲା ସିମେଣ୍ଟ ବୋଝେଇ ଟ୍ରକ୍‌, ଡ୍ରାଇଭର ଆହତ
  • ||
  • ବାହୁଡ଼ା ଯାତ୍ରା ପାଇଁ ଜନସମୁଦ୍ର ବଡ଼ଦାଣ୍ଡ, ଘଣ୍ଟଘଣ୍ଟା ନାଦରେ ପ୍ରକମ୍ପିତ ଶ୍ରୀକ୍ଷେତ୍ର
  • ||
  • ଜନ୍ମବେଦୀରୁ ବାହୁଡ଼ିବେ ଦାରୁବ୍ରହ୍ମ, ଶରଧାବାଲିରେ ରଥାରୂଢ ଚତୁର୍ଦ୍ଧାମୂର୍ତ୍ତି
  • ||
  • ବୌଦ୍ଧ : ରେଳ ଧାରଣାରେ ଶୋଇ ରିଲ୍ସ ବନାଇଲେ ନାବାଳକ, ସୋସିଆଲ ମିଡିଆରେ ଭିଡିଓ ଭାଇରାଲ
  • ||
  • ନୌସେନାରେ ପ୍ରଥମ ମହିଳା ଫାଇଟର ପାଇଲଟ ହେଲେ ଆସ୍ଥା ପୁନିଆ, ମିଳିଲା ୱିଙ୍ଗ୍ ଅଫ୍‌ ଗୋଲ୍ଡ
  • ||
  • ବାହୁଡ଼ିବେ ଦାରୁଦିଅଁ, ସୁରକ୍ଷା ବଳୟରେ ଶ୍ରୀକ୍ଷେତ୍ର: ପହଣ୍ଡିରେ ୨, ରଥ ସୁରକ୍ଷାରେ ୬ ଆଇପିଏସ୍‌କୁ ଦାୟିତ୍ୱ
  • ||
  • ଆହୁରି ୩ ଦିନ ଭିଜିବ ଓଡ଼ିଶା, ବାହୁଡ଼ାରେ ବର୍ଷା ସମ୍ଭାବନା; ୬ ଜିଲ୍ଲାକୁ ଆଲର୍ଟ
  • ||

ରକ୍ତହୀନତାକୁ ଦୂର କରିବ ସାରୁ, ଖାଦ୍ୟରେ ଏପରି କରନ୍ତୁ ସାମିଲ

Published By : Krishna Priya | December 6, 2024 9:01 AM

ଭୁବନେଶ୍ୱର ୦୬/୧୨: ସାରୁ ଖୁବ୍‌ ପୁଷ୍ଟିକର ପରିବା ଭିତରୁ ଅନ୍ୟତମ । ଏହାକୁ କଚ୍ଚୁ ମଧ୍ୟ କୁହାଯାଏ । ଇଂରାଜୀରେ ସାରୁକୁ ଟାରୋ ରୁଟ୍‌ କୁହାଯାଏ । ଏହା ଅନେକ ପ୍ରକାରର ପୋଷକ ତତ୍ତ୍ୱରେ ଭରା । ସାରୁ ରକ୍ତ ଅଭାବକୁ ଦୂର କରିଥାଏ । ରକ୍ତହୀନତାର ପ୍ରମୁଖ କାରଣ ଶରୀରରେ ଆଇରନ୍‌ର ଅଭାବ । ଚାଲନ୍ତୁ ଜାଣିବା ସାରୁ କଣ ଆଇରନ୍‌ ଅଭାବକୁ ପୂରଣ କରିପାରିବ କି? 

ସାରୁରେ ଆଇରନ୍‌ର ମାତ୍ରା :

ବିଶେଷଜ୍ଞଙ୍କ ମତରେ ସାରୁରେ ଅନେକ ପ୍ରକାରର ଭିଟାମିନ୍‌ ଓ ମିନେରାଲ୍‌ ରହିଛି । ୧୦୦ ଗ୍ରାମ୍‌ ସାରୁରେ ୦.୫୫ ମି.ଲି.ଗ୍ରାମ୍‌ ଆଇରନ୍‌ ରହିଥାଏ, ଯାହା ନିୟମିତ ଆବଶ୍ୟକତାର ଏକ ସାମାନ୍ୟ ମାତ୍ରା । ଏହା ଅଧିକ ମାତ୍ରାର ଆଇରନ୍‌ ନ ଦେଲେ ମଧ୍ୟ ଅନ୍ୟାନ୍ୟ ଖାଦ୍ୟ ସହ ମିଶାଇ ଖାଇବା ଦ୍ୱାରା ଆଇରନ୍‌ ମାତ୍ରାକୁ ବଢାଇପାରିବେ । ସାରୁରେ ଅଳ୍ପ ମାତ୍ରାର ଆଇରନ୍‌ ଥିବା ସତ୍ତେ୍ୱ ମଧ୍ୟ ଏଥିରେ ପୋଷକ ତତ୍ତ୍ୱର ମାତ୍ରା କମ୍‌ ନଥାଏ । ଏଥିରେ ଭିଟାମିନ୍‌-ସି, ଭିଟାମିନ୍‌ ବି୬, ପୋଟାସିୟମ୍‌, ମ୍ୟାଗ୍ନେସିୟମ୍‌ ଓ ଫାଇବର୍‌ ଭରପୂର ମାତ୍ରାର ରହିଥାଏ । ଭିଟାମିନ୍‌-ସି ଖାଇବା ଦ୍ୱାରା ଆଇରନ୍‌ ଅବଶୋଷଣ ଭଲ ହେବାରେ ସହଯୋଗ କରିଥାଏ । ସେଥିପାଇଁ ସାରୁକୁ ଅନ୍ୟ ଆଇରନ୍‌ଯୁକ୍ତ ଖାଦ୍ୟ ସହ ମିଶାଇ ଖାଇବା ଦ୍ୱାରା ଅଧିକ ଲାଭ ମିଳିଥାଏ । ତେଣୁ ରକ୍ତହୀନତା ରହିଥିଲେ, ସାରୁକୁ ଆଇରନ୍‌ଯୁକ୍ତ ଖାଦ୍ୟ ସହ ମିଶାଇ ଖାଇପାରିବେ । ଯେପରିକି ପାଳଙ୍ଗ, ମେଥି, ବ୍ରୋକୋଲୀ, ଡାଳିମ୍ବ, ବିଟ୍‌, ବେଦନା, ଖଜୁରୀ ଓ ଶସ୍ୟଜାତୀୟ ଖାଦ୍ୟରେ ଭରପୂର ମାତ୍ରାରେ ଆଇରନ୍‌ ରହିଥାଏ, ଯାହା ରକ୍ତହୀନତାକୁ ଦୂର କରିପାରିବ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.