ଭୁବନେଶ୍ୱର ୦୬/୧୨: ସାରୁ ଖୁବ୍‌ ପୁଷ୍ଟିକର ପରିବା ଭିତରୁ ଅନ୍ୟତମ । ଏହାକୁ କଚ୍ଚୁ ମଧ୍ୟ କୁହାଯାଏ । ଇଂରାଜୀରେ ସାରୁକୁ ଟାରୋ ରୁଟ୍‌ କୁହାଯାଏ । ଏହା ଅନେକ ପ୍ରକାରର ପୋଷକ ତତ୍ତ୍ୱରେ ଭରା । ସାରୁ ରକ୍ତ ଅଭାବକୁ ଦୂର କରିଥାଏ । ରକ୍ତହୀନତାର ପ୍ରମୁଖ କାରଣ ଶରୀରରେ ଆଇରନ୍‌ର ଅଭାବ । ଚାଲନ୍ତୁ ଜାଣିବା ସାରୁ କଣ ଆଇରନ୍‌ ଅଭାବକୁ ପୂରଣ କରିପାରିବ କି? 

ସାରୁରେ ଆଇରନ୍‌ର ମାତ୍ରା :

ବିଶେଷଜ୍ଞଙ୍କ ମତରେ ସାରୁରେ ଅନେକ ପ୍ରକାରର ଭିଟାମିନ୍‌ ଓ ମିନେରାଲ୍‌ ରହିଛି । ୧୦୦ ଗ୍ରାମ୍‌ ସାରୁରେ ୦.୫୫ ମି.ଲି.ଗ୍ରାମ୍‌ ଆଇରନ୍‌ ରହିଥାଏ, ଯାହା ନିୟମିତ ଆବଶ୍ୟକତାର ଏକ ସାମାନ୍ୟ ମାତ୍ରା । ଏହା ଅଧିକ ମାତ୍ରାର ଆଇରନ୍‌ ନ ଦେଲେ ମଧ୍ୟ ଅନ୍ୟାନ୍ୟ ଖାଦ୍ୟ ସହ ମିଶାଇ ଖାଇବା ଦ୍ୱାରା ଆଇରନ୍‌ ମାତ୍ରାକୁ ବଢାଇପାରିବେ । ସାରୁରେ ଅଳ୍ପ ମାତ୍ରାର ଆଇରନ୍‌ ଥିବା ସତ୍ତେ୍ୱ ମଧ୍ୟ ଏଥିରେ ପୋଷକ ତତ୍ତ୍ୱର ମାତ୍ରା କମ୍‌ ନଥାଏ । ଏଥିରେ ଭିଟାମିନ୍‌-ସି, ଭିଟାମିନ୍‌ ବି୬, ପୋଟାସିୟମ୍‌, ମ୍ୟାଗ୍ନେସିୟମ୍‌ ଓ ଫାଇବର୍‌ ଭରପୂର ମାତ୍ରାର ରହିଥାଏ । ଭିଟାମିନ୍‌-ସି ଖାଇବା ଦ୍ୱାରା ଆଇରନ୍‌ ଅବଶୋଷଣ ଭଲ ହେବାରେ ସହଯୋଗ କରିଥାଏ । ସେଥିପାଇଁ ସାରୁକୁ ଅନ୍ୟ ଆଇରନ୍‌ଯୁକ୍ତ ଖାଦ୍ୟ ସହ ମିଶାଇ ଖାଇବା ଦ୍ୱାରା ଅଧିକ ଲାଭ ମିଳିଥାଏ । ତେଣୁ ରକ୍ତହୀନତା ରହିଥିଲେ, ସାରୁକୁ ଆଇରନ୍‌ଯୁକ୍ତ ଖାଦ୍ୟ ସହ ମିଶାଇ ଖାଇପାରିବେ । ଯେପରିକି ପାଳଙ୍ଗ, ମେଥି, ବ୍ରୋକୋଲୀ, ଡାଳିମ୍ବ, ବିଟ୍‌, ବେଦନା, ଖଜୁରୀ ଓ ଶସ୍ୟଜାତୀୟ ଖାଦ୍ୟରେ ଭରପୂର ମାତ୍ରାରେ ଆଇରନ୍‌ ରହିଥାଏ, ଯାହା ରକ୍ତହୀନତାକୁ ଦୂର କରିପାରିବ ।